ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍‌ ସଂଗ୍ରହ କରିଥିବାବେଳେ ସି ଟାଇଗର୍ସ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୧୦୭ ରନ୍‌ କରି ପରାସ୍ତ ହୋଇଛି। ଫଳରେ ଡେକାନ ୱାରିୟର୍ସ ଚାମ୍ପିୟନ ଓ ସି ଟାଇଗର୍ସ ରନର୍ସଅପ୍‌ ହୋଇଥିଲା।
ମ୍ୟାଚ୍‌ରେ ଡେକାନ ୱାରିୟର୍ସ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୨୦ ରନ୍‌ କରିଥିଲା। ଦଳ ତରଫରୁ ରୋନାଲ୍ଡ ଦାସ ୨୬ ରନ୍‌, ପ୍ରଦୀପ୍ତ ଦାସ ୪୪ ରନ୍‌ କରିଥିବାବେଳେ ସି ଟାଇଗର୍ସ ତରଫରୁ ଆଇଏସ୍‌ ଗିରି ସର୍ବାଧିକ ୪ଟି ଓ ଚନ୍ଦନ ସାହୁ ୨ଟି ଉଇକେଟ୍‌ ନେଇଥିଲେ। ଜବାବରେ ସି-ଟାଇଗର୍ସ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ମଧ୍ୟ ୯ଟି ଉଇକେଟ୍‌ ହରାଇ ୧୦୭ ରନ୍‌ କରିବାକୁ ସମର୍ଥନ ହୋଇ ୧୩ ରନ୍‌ରେ ପରାଜୟ ବରଣ କରିଛି। ଦଳ ତରଫରୁ ଏମ୍‌ଡ଼ି ଆକ୍ରାମ ୨୦ ରନ୍‌, ଚନ୍ଦନ ସାହୁ ୨୯ ରନ୍‌ କରିଥିବାବେଳେ ଡେକାନ ତରପରୁ ଲେଲିନ କୁମାର ବଳ ଓ ନିର୍ବିଶଙ୍କର ବାରିକ ୩ଟି ଲେଖାଏଁ ଓ ପ୍ରଦୀପ୍ତ ଦାସ ୨ଟି ଉଇକେଟ୍‌ ନେଇଥିଲେ। ପ୍ରଦୀପ୍ତ ଦାସଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ଅମିତ ଅମିତାଭ ମହାକୁଡ଼, ଅଶ୍ୱିନୀ ସାମଲ ଓ ପ୍ରୀତିରଞ୍ଜନ ବିଜୟ ସିଂ ମ୍ୟାଚ ପରିଚାଳନା କରିଥିବାବେଳେ ସୌମେନ୍ଦ୍ର ସାହୁ ଓ ରାହୁଲ ସିଂ ସ୍କୋରର ଦାୟିତ୍ୱରେ ଥିଲେ। ମ୍ୟାଚ୍‌ ପରେ ସଂଗଠନ ତରଫରୁ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ସମ୍ମାନନୀୟ ଅତିଥି ଭାବେ କଳିଙ୍ଗ ଗ୍ରୁପ୍‌ ଅଫ୍‌ ପ୍ରୋପଟିସ୍‌ଜ ଅଧ୍ୟକ୍ଷ ମନୋଜ କୁମାର ଜେନା, ଅର୍ବାନ କୋ. ବ୍ୟାଙ୍କର ଶାଖା ପରିଚାଳକ ଘଡ଼ାଇ ଏବଂ ପଲ୍ଲଭି ଗ୍ରୁପ୍‌ର ପରିଚାଳକ ପ୍ରକାଶ ନାୟକ ଉପସ୍ଥିତ ରହି ଚାମ୍ପିୟନ ଦଳକୁ ୫୫,୫୫୫ ଓ ରନର୍ସଅପ୍‌ ଦଳକୁ ୪୪,୪୪୪ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଦିବ୍ୟଶକ୍ତି ଚକ୍ରବର୍ତ୍ତୀଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ୍‌, ନିର୍ବିଶଙ୍କର ବାରିକଙ୍କୁ ବେଷ୍ଟ ବୋଲର, ମ୍ୟାନ୍‌ ଅଫ୍‌ ଦି ଲିଗ୍‌ ପାଇଁ ନରୋତ୍ତମ ଭଞ୍ଜଙ୍କୁ ପୁରସ୍କୃତ କରାଯାଇ ଥିଲା। ୧୬ ବର୍ଷରୁ କମ୍‌ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଭବିଷ୍ୟ ବେହେରା ଏବଂ ୧୬ ବର୍ଷରୁ କମ୍‌ ମହିଳା ଦଳ ଓଡ଼ିଶାରେ ସ୍ଥାନ ପାଇଥିବାଅଙ୍କିତା ଗିରି, ରାଷ୍ଟୀୟ କବାଡ଼ି ଦଳରେ ସ୍ଥାନ ପାଇଥିବା ଲକ୍ଷ୍ମୀଧର ଜେନାଙ୍କୁ ସମ୍ମାନୀତ କରାଯାଇଥିଲା। ସିଦ୍ଧେଶ୍ୱର ଟୁଡୁ, ସତ୍ୟଜିତ ସିଂ, ସବିଲା ଖାତୁନ, ଜଗନ୍ନାଥ ମୁର୍ମୁଙ୍କୁ ଜାତୀୟ ଖୋଖୋ ଦଳକୁ ମନୋନୀତ ହୋଇଥିବାରୁ ସମ୍ମାନୀତ କରାଯାଇଥିଲା। ଶେଷରେ ସଂଗଠନର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅଭ୍ୟୁଦୟ ଦାସ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାଇରନ୍‌ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୨ା୪(ଡି.ଏନ୍‌.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍‌ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର...

ଅଜନା ରୋଗ୍‌ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ

ବୌଦ୍ଧ,୩।୬(ସ୍ବ.ପ୍ର):  ମା’ବାପ୍‌ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍‌ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି...

କଟକ ସହରରୁ ଚିହ୍ନଟ ହେଲେ ଆଉ ୧୧୭ ନୂଆ ଆକ୍ରାନ୍ତ

କଟକ ଅଫିସ, ୬।୧୦: କଟକ ସହରରୁ ମଙ୍ଗଳବାର ୧୧୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୪ ଜଣ ଏବଂ ୬୩...

କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି

ପୁରୀ ଅଫିସ,୧୯ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ...

୨୯ରେ ଆର୍‌ଡିସି ଅଫିସ ଘେରାଉ

ଢେଙ୍କାନାଳ ଅଫିସ,୧୬।୯: ଅଲ ଓଡ଼ଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଢେଙ୍କାନାଳ ଜିଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ୍‌...

ଜବରଦଖଲ ଉଚ୍ଛେଦ

କୋରେଇ,୧୪ା୪(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଅନ୍ଧାରି ପଞ୍ଚାୟତ କୋରେଇଗଡ଼ିଆ ଗ୍ରାମରେ ଜବରଦଖଲ ହୋଇଥିବା ଦେବସ୍ଥଳୀ କିସମ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଜଣେ...

ଶ୍ରୀମୁଖରେ ଝଲସିଲା ରତ୍ନ ଚିତା

ପୁରୀ ଅଫିସ,୨୧।୭: ପବିତ୍ର ଚିତାଲାଗି ଅମାବାସ୍ୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ତିନିଠାକୁରଙ୍କୁ ଦଇତାପତି ସେବକମାନେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି...

୧୯ ବର୍ଷ ପୁରୁଣା ବ୍ଲେଜର୍‌ ପିନ୍ଧି ବିସିସିଆଇ ପଦ ସମ୍ଭାଳିଲେ ଗାଙ୍ଗୁଲି, ଜାଣନ୍ତୁ କାହିଁକି

ମୁମ୍ବାଇ,୨୪।୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଏତେ ବଡ ପଦ ସମ୍ଭାଳିବା ପୂର୍ବରୁ ଗାଙ୍ଗୁଲିଙ୍କ ମଧ୍ୟରେ ସେହି...

Advertisement
Archives

Model This Week