Posted inଖେଳ

ଡିସେମ୍ବର ୩ରୁ ଭାରତ-ଅଷ୍ଟ୍ରେଲିଆ ସିରିଜ

ମେଲବୋର୍ନ, ୨୮ା୫(ପି.ଟି.)-  ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୪ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନଠାରେ ହେବା ଏକପ୍ରକାର ନିଶ୍ଚିତ ହୋଇଛି ବୋଲି ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ। ଅଷ୍ଟ୍ରେଲିଆର ୨ଟି ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ଅନୁଷ୍ଠାନିକଭାବେ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିବେ। ଭ୍ରମଣକାରୀ ଦଳର ଖେଳାଳିଙ୍କ ପାଇଁ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ରହିବନାହିଁ। ଏହି ରିପୋର୍ଟ ପରେ କୋଭିଡ-୧୯ ଯୋଗୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଯେଉଁ ଆଶଙ୍କା ଥିଲା ତାହା ଆପାତତଃ ଦୂର ହୋଇଛି। ପରବର୍ତ୍ତୀ ୩ଟି ଟେଷ୍ଟ ଡିସେମ୍ବର ୧୧, ୨୬(ବକ୍ସିଂ ଡେ’) ଏବଂ ଜାନୁୟାରୀ ୩ରେ ଯଥାକ୍ରମେ ଆଡିଲେଡ, ମେଲବୋର୍ନ ଓ ସିଡ୍‌ନୀରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଦିବା/ରାତ୍ର ବିଶିଷ୍ଟ ହେବା ସମ୍ଭାବନା ରହିଛି। ଅଷ୍ଟ୍ରେଲିଆରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ଏହି ସିରିଜ ପ୍ରତି ବିପଦ ନାହିଁ। ତେବେ ଦର୍ଶକଙ୍କୁ ମ୍ୟାଚ ଦେଖିବା ସୁଯୋଗ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅଷ୍ଟ୍ରେଲିଆରେ ୭୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬୫୦୦ ସୁସ୍ଥ ହୋଇଛନ୍ତି। ଏଥିରେ ୧୦୨ ଜଣଙ୍କର ପ୍ରାଣହାନି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେକୁ ଜବରଦସ୍ତ ଫିନିଶିଂ ଦେଲେ ରୁତୁରାଜ

ଦୁବାଇ,୧୯।୯: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଆଗରେ ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା...

ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେବେ ଓ କେଉଁଠି ଦେଖିବେ ଏହି ମ୍ୟାଚ୍‌…

କଲମ୍ବୋ,୨୯।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଗୁରୁବାର ଖେଳାଯିବ। ଭାରତୀୟ ଟିମ୍‌ର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କୋଭିଡ ସଂକ୍ରମିତ ହୋଇଯିବା ପରେ ଦ୍ୱିତୀୟ...

ଘରୋଇ ଭେନ୍ୟୁର ଆୟୋଜନ ହେବ ରୋମ ଡାଇମଣ୍ଡ ଲିଗ୍‌

ରୋମ,୨୮।୫(ଏଏଫ୍‌ପି): ନେପେଲ୍ସକୁ ସ୍ଥାନାନ୍ତର ହୋଇଥିବା ରୋମ ଡାଇମଣ୍ଡ ଲିଗ୍‌ ଘରୋଇ ଭେନ୍ୟୁ ଅର୍ଥାତ ରୋମରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଅଲିମ୍ପିକ୍‌ ଷ୍ଟାଡିୟମରେ ୟୁରୋପିଆ ଫୁଟବଲ...

ଅନୁଷ୍କାଙ୍କ ନାଁ ନେବାରୁ ରାଗିଲେ ବିରାଟ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଅନେକ ବଡ ରେକର୍ଡ ରହିଛି। କୋହଲିଙ୍କ ବ୍ୟାଟିଂକୁ ଯେତେ ପ୍ରଶଂସା କରାଯାଏ, ଫ୍ଲପ୍‌ ହେଲେ...

୬ ମ୍ୟାଚ୍‌ରେ ୬ ଶତକ…ଏବେ ବିଶ୍ୱକପ୍‌ ଦୂର ନୁହେଁ !

ନୂଆଦିଲ୍ଲୀ,୨୪।୧: ଚଳିତ ବର୍ଷ ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାକୁ ନେଇ ଭାରତୀୟ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୩ ପ୍ରଥମ ମାସରେ...

ପିଲାଦିନେ କ୍ରିକେଟ ଖେଳି ଆଙ୍ଗୁଠି ଭାଙ୍ଗି ଫେରୁଥିଲେ ଘରକୁ: ଏବେ ମୋଦିଙ୍କଠାରୁ ସଚିନଙ୍କ ଯାଏ ପ୍ରଶଂସାରେ ଶତମୁଖ

ନୂଆଦିଲ୍ଲୀ,୧୧।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ହରଲିନ ଦେଓଲ ନିଜର ଏକ କ୍ୟାଚ୍‌କୁ ନେଇ ଚର୍ଚ୍ଚାରେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି...

ପିଏସ୍‌ଜି ସହ ୪ ବର୍ଷଆ ଚୁକ୍ତି କଲେ ଇକାର୍ଡି

ମିଲାନ,୨।୬(ପି.ଟି.): ଆର୍ଜେଣ୍ଟିନ ଫୁଟବଲର ତଥା ଇଣ୍ଟର ମିଲାନ ଷ୍ଟ୍ରାଇକର ମାଉରୋ ଇକାର୍ଡି ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହ ଏକ ୪ ବର୍ଷଆ...

ଉଡନ୍ତା କାର୍‌ କିଣିବାକୁ ଚାହୁଁଛନ୍ତି ଏହି କ୍ରିକେଟ୍‌ର

କରୋନା ଭାଇରସ କାରଣରୁ କୌଣସି କ୍ରିକେଟ ସିରିଜ୍‌ ଅନୁଷ୍ଠିତ ହୋଇପାରୁନାହିଁ। ଏହି କାରଣରୁ ଅଧିକାଂଶ କ୍ରିକେଟ ଖେଳାଳି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଏହି ମହାମାରୀ...

Advertisement
Archives

Model This Week