Posted inଖେଳ

ଡିଏଲ୍‌ଏସ୍‌ ନିୟମର ଅନ୍ୟତମ ସ୍ରଷ୍ଟା ଲୁଇସ୍‌ଙ୍କ ପରଲୋକ

ଲଣ୍ଡନ,୨।୪(ଏଏଫ୍‌ପି): କ୍ରିକେଟର ବହୁ ଚର୍ଚ୍ଚତ ତଥା ବିବାଦୀୟ ଡକ୍‌ଓ୍ବର୍ଥ- ଲୁଇସ- ଷ୍ଟେର୍ନ (ଡିଏଲ୍‌ଏସ୍‌) ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସ୍‌ ପରୋଲୋକ ଗମନ କରିଛନ୍ତି। ବର୍ଷା ବା ଖରାପ୍‌ ପାଗ ଦ୍ୱାରା ବାଧାପ୍ରାପ୍ତ ହେଉଥିବା ସୀମିତ ଓଭର ମ୍ୟାଚ୍‌ର ଫଳାଫଳ ପାଇଁ ଏହି ନିୟମ୍‌କୁ ଅମ୍ପାୟରମାନେ ଅପଣାଇଥାନ୍ତି। ଏ ନିୟମ ପଛରେ ପ୍ରଣୟନ ପଛରେ ଲୁଇସ୍‌ଙ୍କ ଅବଦାନ ଯଥେଷ୍ଟ ରହିଛି। ବୁଧବାର ଲୁଇସ୍‌ ୭୮ ବର୍ଷ ମୃତ୍ୟୁ ବରଣ କରିଛନ୍ତି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ଇସିବି ମଧ୍ୟ ଏଥିପାଇଁ ଶୋକ ପ୍ରକାଶ କରିଛି।
ଲୁଇସ୍‌ ଓ ତାଙ୍କ ଗଣିତଜ୍ଞ ବନ୍ଧୁ ଫ୍ରାଙ୍କ ଡକ୍‌ଓ୍ବର୍ଥ ମିଳିତ ଭାବେ ଏହି ଡକ୍‌ଓ୍ବର୍ଥ – ଲୁଇସ୍‌ ମେଥଡ ବା ନିୟମ ପ୍ରସ୍ତୁତ କରିଥିଲେ। ଏହି ନିୟମ ପ୍ରଥମଥର ପାଇଁ ୧୯୯୭ରେ ଲାଗୁ ହୋଇଥିଲା। ତେବେ ୧୯୯୯ରୁ ଅନ୍ତର୍ଜାଜୀତୟ କ୍ରିକେଟ କାଉନସିଲ (ଆଇସିସି) ଏହାକୁ ଲାଗୁ କରି ଆସୁଛି। ଏହାର ନୂଆ ନାମକରଣ ୨୦୧୪ରେ ହୋଇଥିଲା। ଏହାକୁ ଡକ୍‌ଓ୍ବର୍ଥ- ଲୁଇସ୍‌- ଷ୍ଟେର୍ନ ମେଥଡ ବୋଲି କୁହାଯାଇଥିଲା। ସାରା ବିଶ୍ୱରେ ବର୍ଷାବାଧା ପ୍ରାପ୍ତ ମ୍ୟାଚ୍‌ର ଫଳାଫଳ ପାଇବା ପାଇଁ ଏହି ମେଥଡକୁ ବ୍ୟବହାର କରାଯାଇ ଆସୁଛି।
ଜଣେ ଏକାଡେମିକ୍‌ ଭାବେ କ୍ୟାରିୟରରେ ବେଶ୍‌ ସଫଳତା ହାସଲ କରିଥିବା ଲୁଇସ୍‌ ଟେଷ୍ଟ ପଦାର୍ପଣରେ ହିଁ ଇଂଲଣ୍ଡର ମଧ୍ୟ ନେତୃତ୍ୱ ନେଇଥିଲେ। କ୍ରିକେଟ ଓ ଗଣିତରେ ବିଶେଷ ଅବଦାନ ପାଇଁ ତାଙ୍କୁ ୨୦୧୦ରେ ଏମ୍‌ବିଇ (ମେମ୍ବର ଅଫ୍‌ ଦି ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟର) ସମ୍ମାନ ପ୍ରଦାନ କରାଯାଇଥିଲା। କ୍ରିକେଟ ଓ କ୍ରୀଡ଼ା ପ୍ରତି ଲୁଇସ୍‌ ଓ ଡକ୍‌ଓ୍ବର୍ଥଙ୍କ ଅବଦାନ ଅତୁଳନୀୟ ବୋଲି ଇସିବି ତରଫରୁ କୁହାଯାଉଛି। ଲୁଇସଙ୍କ ପରିବାରକୁ ଶୋକ ତଥା ସମବେଦନା ଜଣାଇଛି ଇସିବି। ସିଡ୍‌ନୀରେ ଅନୁଷ୍ଠିତ ୧୯୯୨ ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ ମ୍ୟାଚ୍‌ର ଅସାଧାରଣ ଫଳାଫଳ ପରେ ଏହି ନିୟମ ବେଶ୍‌ ଚର୍ଚ୍ଚାକୁ ଆସିଥିଲା ଓ ଲୋକେ ଏହି ମେଥଡ ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଏହି ନିୟମ ଅନୁସାରେ ଉଭୟ ଇନିଂସର ସର୍ବନିମ୍ନ ସ୍କୋରିଂ ଓଭରଗୁଡିକୁ ବାଦ୍‌ ଦିଆଯାଇଥାଏ। ୧୯୯୨ ବିଶ୍ୱକପ୍‌ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ବିଜୟ ପାଇଁ ୧୩ ବଲରୁ ୨୨ ରନ ଆବଶ୍ୟକ କରୁଥିଲା। ଦେବେ ବର୍ଷା ଛାଡିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଅସମ୍ଭବ ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। ଗୋଟିଏ ବଲରୁ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୨୧ ରନ ସଂଗ୍ରହ କରିବାକୁ କୁହାଯାଇଥିଲା। ଏହାପରେ ଏହି ନିୟମକୁ ସବୁ ମହଲରୁ ନାପସନ୍ଦ କରାଯାଇଥିଲା। ପରେ ଷ୍ଟାଟିସିଆନ ଷ୍ଟିଭେନ ଷ୍ଟେର୍ନ ଏହି ନିୟମରେ କିଛି ସୁଧାର ଆଣିଥିଲେ। ଏହାପରେ ଏହା ଡିଏଲ୍‌ଏସ୍‌ ମେଥଡ ରୂପେ ପରିଚିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଉଇକେଟ ନେଲେ ଓ ଚେଜ୍‌ କରୁଥିବା ଦଳଗୁଡିକ ରନ୍‌ ସ୍କୋର କରିବାକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଉଇକେଟ ପତନ ଅନୁସାରେ ଚେଜ୍‌ କରୁଥିବା ଦଳ ପାଇଁ ନୂଆ ଟାର୍ଗେଟ ଧାର୍ଯ୍ୟ କରାଯାଉଥିଲା। ଏହା ଦ୍ୱାରା ନିୟମରେ କିଛି ସୁଧାର ହୋଇଥିଲା ଓ ଦୁଇଟି ଦଳକୁ ସମାନ ନ୍ୟାୟ ପ୍ରଦାନ ପାଇଁ ପ୍ରୟାସ କରାଯାଇଥିଲା। ଏବେ ମଧ୍ୟ ଏହି ନିୟମ ନେଇ ଭ୍ରାନ୍ତି ଜାରି ରହିଛି। ପୁଣି ଏହି ନିୟମ ଟି୨୦ ମ୍ୟାଚ୍‌ ପାଇଁ ଆଦୌ ଠିକ୍‌ ନୁହଁ ବୋଲି ଅଭିଯୋଗ ଆସିଛି। ତେବେ ଏପର୍ଯ୍ୟନ୍ତ ଏହି ନିୟମର ବିକଳ୍ପ ସୃଷ୍ଟି ହୋଇନାହିଁ। ଫଳରେ ବର୍ଷା ସହିତ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ମ୍ୟାଚ୍‌ର ଫଳାଫଳ ଏବେ ମଧ୍ୟ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମ ଦ୍ୱାରା ଧାର୍ଯ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଆଉ କିଭଳି ଦେଖିପାରିବେ…

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚ୍‌ରେ ଶିଖର ଧାଓ୍ବନ ଅଧିନାୟକ ଦାୟିତ୍ୱ...

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍:‌ ଓଡ଼ିଶା ପୁରୁଷ ଦଳର ହ୍ୟାଟ୍ରିକ ବିଜୟ

ଭୁବନେଶ୍ୱର, ୮।୩:  କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ କ୍ରମାଗତ ୩ ମ୍ୟାଚ...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରିକୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୨୪ା୮ (ପି.ଟି.)-ଓ୍ବାଲର୍‌ଡ୍‌ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଭାରତର ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌)କୁ ୬ ମାସ ପାଇଁ ସସ୍‌ପେଣ୍ଡ କରିଛି। ଫଳରେ...

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ...

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା...

ଖାସ୍‌ ଜୋତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ରୋହିତ ଶର୍ମା; ଦର୍ଶକ କଲେ ସଲାମ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କ ହୃଦୟ ଜିତିଥିଲେ। ରୟାଲ...

ଆଇପିଏଲରେ ଛକା କିଙ୍ଗ୍‌ କିଏ ଜାଣନ୍ତି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ...

Advertisement
Archives

Model This Week