ସୁନ୍ଦରଗଡ଼, ୧୭।୧ (ଡି.ଏନ୍.ଏ. )-ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାରେ ଏବେ ମଧ୍ୟ ଗୁଣିଗାରେଡି ସନ୍ଦେହ ଲୋକଙ୍କ ମନରେ ବସାବାନ୍ଧିଛି। ଏହି କାରଣରୁ ଅନେକ ନିରୀହ ଜୀବନ ବଳି ପଡୁଛି। ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ଗୁରୁବାର ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତା ମହିଳାଙ୍କ ନାମ ବନ୍ଧନୀ ଓରାମ ଓ ତାଙ୍କ ଘର ଟିକାୟତପାଲି ଥାନା ଅନ୍ତର୍ଗତ ଚିକିଟିନାଳି ଗ୍ରାମରେ। ବୁଧବାର ସେ ନିଜ ଝିଅ ଘର ଟିକିରାପୋଷ ଆସିଥିଲେ। ରାତିରେ ଖାଇପିଇ ସମସ୍ତେ ନିଆଁ ପୋଉଁଥିବାବେଳେ ଏହି ସମୟରେ ଝିଅର ଦିଅର ରତିକାନ୍ତ ଓରାମ ପହଞ୍ଚି ପାଟିତୁଣ୍ଡ କରିଥିଲେ। ବନ୍ଧନୀଙ୍କୁ ଗାଳିକରି କହିଥିଲେ ତୁମେ ଗୁଣିଗାରେଡି କରି ଆମ ପରିବାରର କ୍ଷତି କରୁଛ। ଆମ ଭାଉଜଙ୍କୁ ମଧ୍ୟ ଗୁଣିଗାରେଡି ବିଦ୍ୟା ଶିଖାଉଛ। ତେଣୁ ତୁମକୁ ଶେଷ କରିଦେବି କହି ଏକ ଟାଙ୍ଗିଆରେ ତାଙ୍କୁ ହାଣି ଫେରାର୍ ହୋଇଯାଇଥିଲେ। ଏହି ସମୟରେ ପାଖରେ ଥିବା ଏକ ଦେଢବର୍ଷର ଶିଶୁ ମଧ୍ୟ ରତିକାନ୍ତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ା ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଖବରପାଇ ଗୁରୁବାର ସକାଳେ ବଣାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୋଲିସ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି ା ଘଟଣାସ୍ଥଳରୁ ପୋଲିସ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All

ଜନସେବା କେନ୍ଦ୍ରକୁ ସହଯୋଗ ମିଳୁନି
ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ସଦର ବ୍ଲକ ଅଧୀନରେ ଥିବା ଜନସେବା କେନ୍ଦ୍ରଗୁଡ଼ିକୁ ତହସିଲ କର୍ମଚାରୀମାନେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜନସେବା କେନ୍ଦ୍ରର ଭିଏଲ୍ସି(ଭିଲେଜ...

ଫନୀ ବିପନ୍ନଙ୍କୁ ସହାୟତା: ଭୁବନ ଶିକ୍ଷକ ସଂଘ ଦେଲା ୮୨,୨୦୦
ଭୁବନ, ୩୧।୫(ଡି.ଏନ.ଏ.)-ଭୁବନ ଶିକ୍ଷକ ସଂଘ ପକ୍ଷରୁ ଫନୀ ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଦାୟ କରାଯାଇଥିବା ୮୨,୨୦୦ ଟଙ୍କାର ସହାୟତା ଚେକ୍ ଜିଲାପାଳଙ୍କ ଜରିଆରେ...

ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ
ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ...

ବର୍ଷା ଆସିଲାଣି, ଡ୍ରେନ୍ ସଫେଇ ସରୁନି
ସମ୍ବଲପୁର,୪ା୬(ବ୍ୟୁରୋ) ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି...

୨ଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଡାକ ବିଭାଗ
ଭବାନୀପାଟଣା,୮।୪(ସ୍ବ.ପ୍ର.)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ ତାରିଖଠୁ ଦେଶରେ ଲକ୍ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରିବ ଅସହାୟ ଲୋକଙ୍କ...

ମୋବାଇଲ ଫୋନ ବ୍ୟବହାର କଲେ ଜରିମାନା ଦେବେ ଛାତ୍ରୀ
ଭଞ୍ଜନଗର,୧୦ା୯(ଡି.ଏନ.ଏ.)- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ବାର୍ଷିକ ଯୋଜନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଗଞ୍ଜାମ, ଗଜପତିରେ ଧସିଲା ପାହାଡ଼
ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍.ଏ.)/ପାରଳାଖେମୁଣ୍ଡି, ୧୩ା୧୦(ସ୍ବ.ପ୍ର.)-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ...

ଶାରଳା ମନ୍ଦିର ଖୋଲିବାକୁ ଜିଲାପାଳଙ୍କ ସବୁଜ ସଙ୍କେତ
ଜଗତ୍ସିଂହପୁର ଅଫିସ୍,୧୮ା୧୨: ଜଗତ୍ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। କୋଭିଡ୍-୧୯ ପୂର୍ବରୁ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ...