ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି

ଡାବୁଗାଁ,୧୩।୫(ଡି.ଏନ୍‌.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ ଦରବୃଦ୍ଧି କରାଇ ଖାଉଟି ମାନଙ୍କୁ ଶୋଷଣ କରୁୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜନ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି। ଏପରି ଏକ ଘଟଣା କ୍ରମରେ ନବରଙ୍ଗପୁର ଜିଲା ଡାବୁଗାଁରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲୁଣର ଦର ବୃଦ୍ଧି ପାଇଛି। ପୂର୍ବରୁ ୫ଟଙ୍କିଆ ଲୁଣ ପ୍ୟାକଟ ବସ୍ତା ୧୬୦ଟଙ୍କା ବିକ୍ରୀ କରୁଥିବା ବେଳେ ଏବେ ଡାବୁଗାଁ ବଜାରରେ ସେହି ବସ୍ତାକୁ ୪୦୦ଟଙ୍କାରେ ବିକ୍ରୀ କରୁଛନ୍ତି । ଲୁଣ ଆଉ ମିଳିବ ନାହିଁ ଗୁଜବ ହେବା ପରେ ଡାବୁଗାଁର ସମସ୍ତ ଲୋକ ୫ଟଙ୍କା ଲୁଣକୁ ୧୫ଟଙ୍କା ଦେଇ ଓ ୧୦ ଟଙ୍କା ଲୁଣକୁ ୨୦ ଟଙ୍କାରେ କିଣୁଥିବା ଦେଖିବାକୁ ମିଳିଛି। ଏଥିନେଇ ଜନସାଧାରଣରେ ଏକ ପ୍ରକାର ଛନକା ପଶିଯାଇଛି। ଏଣୁ ପ୍ରଶାସନ ପକ୍ଷରୁ ଦରଦାମ ନିୟନ୍ତ୍ରଣ କରି ଜନସାଧାରଣଙ୍କୁ ସୁବିଧା ଦରରେ ସାମଗ୍ରୀ ଯେପରି ପାଇବେ ତା’ର ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହେଉଛି। ବୁଧବାର ପର୍ଯ୍ୟନ୍ତ ଡାବୁଗାଁରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଚଢାଉ କିମ୍ବା ପଦକ୍ଷେପ ନେଉ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କାମାକ୍ଷାନଗର, ୨୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ବୁଧବାର ଏକ ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ...

ସମ୍ପତ୍ତି ଜବରଦଖଲ ଅଭିଯୋଗ : ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ମହିଳା

ବରଗଡ଼ ଅଫିସ,୫।୮: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବସେକେଲା ଗ୍ରାମର କେତେକ ଲୋକେ ଜଣେ ମହିଳାଙ୍କ ପୈତୃକ ସମ୍ପତ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି।...

ଜିଲା ସଡ଼କ ସୁରକ୍ଷା ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

ନୟାଗଡ଼ ଅଫିସ,୨୪ା୮: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ପୋମା ଟୁଡୁଙ୍କ...

ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛଇ ଗଞ୍ଜାମ...

ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ

ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ...

୨ ମହିଳାଙ୍କୁ ସ୍ବଚ୍ଛ ସୁଜଳ ଶକ୍ତି ସମ୍ମାନ

ଯାଜପୁର ଟାଉନ,୫।୩ (ଡି.ଏନ୍‌.ଏ.):  ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଯାଜପୁର ଜିଲାର ୨ ମହିଳା ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟର...

ଅନୁଗୋଳ ଜିଲାର ୮୫ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଲେ ୧୭,୫୧୩ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଅନୁଗୋଳ ଜିଲାର ୮୫ଟି ପରୀକ୍ଷା...

ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୪।୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗଁା ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩)ଙ୍କ ସନ୍ଧାନ ମିଳିଛି। ନିଖୋଜର...

Advertisement
Archives

Model This Week