ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ:ଡିଜି

କଟକ ଅଫିସ୍‌,୯ା୪: କରୋନା ମୁକାବିଲା ଦିଗରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିର ଯୋଦ୍ଧା। ହେଲେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅଶୋଭନୀୟ ଆଚରଣ ନିନ୍ଦାଜନକ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଓଡ଼ିଶା ପୋଲିସର ବଡ଼ ଦାୟିତ୍ୱ ବୋଲି ବୁଧବାର ପ୍ରକାଶ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, କର୍ତ୍ତବ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଆକ୍ରମଣ କରୁଥିବା ଅଭିଯୋଗ ଦୃଷ୍ଟିକୁ ଆସିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡିଜିପି ଅଭୟ ସମସ୍ତ ଏସ୍‌ପି ଏବଂ ଡିସିପିଙ୍କୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଉପରୋକ୍ତ ଅପରାଧରେ ଲିପ୍ତଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧ ଉପରେ ତତ୍‌କାଳ ଏଫ୍‌ଆଇଆର୍‌ ରୁଜୁ କରି ଘଟଣାର ଶୀଘ୍ର ତଦନ୍ତ କରାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ଘଟଣାର ତଦନ୍ତକୁ ଜଣେ ଡିଏସ୍‌ପି କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ତଦାରଖରେ କରି ଏଥିରେ ଚାର୍ଜଶିଟ୍‌ ଏବଂ ଚୂଡ଼ାନ୍ତ ଫର୍ମ ଏକ ମାସ ମଧ୍ୟରେ ଦାଖଲ କରାଯିବାକୁ ଏସ୍‌ପି ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୭।୧୦: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ତେବେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫...

ପୋଷ୍ଟ ଅଫିସ ସ୍ଥାନାନ୍ତର ପରେ ଜମାକାରୀ ହନ୍ତସନ୍ତ

ସୁନାବେଡ଼ା,୯।୬(ସ୍ବ.ପ୍ର.): ଲୋକଙ୍କ ସୁବିଧା ଲାଗି ୧୯୭୩ରେ ଜୟପୁର ସର୍କଲ ଅଧୀନରେ କୋରାପୁଟ ଜିଲା ସୁନାବେଡ଼ା ହାଲ୍‌ ଟାଉନଶିପ୍‌ ଜି ଜୋନ୍‌ରେ ଖୋଲାଯାଇଥିବା ସବ୍‌ ପୋଷ୍ଟ ଅଫିସ ଇତିମଧ୍ୟରେ...

ଭିସୁଟ୍‌ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍‌, କିଟ୍‌ ଖରାପ ଥିବା ଯୋଗୁ ଆସିଥିଲା ପଜିଟିଭ୍‌

ସମ୍ବଲପୁର,୨।୩(ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ବିଶ୍ୱବିଦ୍ୟାଳୟର ୨୫ଜଣ...

ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୭ା୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟଣା ଜଣାପଡ଼ିବା...

ବିକାଶ ଖୋଜୁଛି ବୁଦ୍ଧେଶ୍ୱର ପୀଠ

ଭୁବନ, ୩୧।୧(ଡି.ଏନ.ଏ.) ଇତିହାସ ଏବଂ କିମ୍ବଦନ୍ତୀକୁ ନେଇ ସମୃଦ୍ଧ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି। ଅନୁଦାନ ଆସୁଛି। ଶ୍ରଦ୍ଧାଳୁ ଦେଉଛନ୍ତି ଲକ୍ଷାଧିକ ଟଙ୍କା ଦାନ। ହେଲେ ଅର୍ଥର...

‘ପରୀ’ ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ...

ବାଇକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର; ପ୍ରତିବାଦରେ ଜିରାଳ-ପଣ୍ଡୁଆ ରାସ୍ତା ଅବରୋଧ

କାମାକ୍ଷାନଗର,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଜଣଙ୍କର...

ଲୁଣାନଦୀରେ ବନ୍ୟା ଆଶଙ୍କା: ନଦୀକୂଳବାସୀ ଆତଙ୍କିତ

ଡେରାବିଶ, ୧୫ା୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ ମହାନଦୀ ସିଷ୍ଟମ୍‌ରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଡ୍ୟାମ୍‌ରୁ ଖୋଲାଯାଇଥିବା ୩୪ଟି ଗେଟ୍‌ ଯୋଗେ ପ୍ରବାହିତ ହେଉଥିବା ବନ୍ୟା...

Advertisement
Archives

Model This Week