Posted inଜାତୀୟ

ଡାକ୍ତର ଆନ୍ଦୋଳନରେ ସାମିଲ ହେଲେ ମମତାଙ୍କ ଭଣଜା

କୋଲକାତା: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଗୁରୁତର ବ୍ୟାହତ ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିବା ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ନ ଉଠିବେ, ତା’ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏହି ସମୟରେ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଛନ୍ତି ମମତାଙ୍କ ଭଣଜା ଅବେଶ ବାନାର୍ଜୀ। ସେ କେପିସି ମେଡିକାଲ କଲେଜ ପକ୍ଷରୁ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ସେ ଉକ୍ତ କଲେଜରେ ପଢୁଥିବାରୁ ଆନ୍ଦୋଳରେ ସାମିଲ୍‌ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ହେବାକୁ ନେଇ ଜୁନିୟର ଡାକ୍ତରମାନଙ୍କୁ ହସ୍ପିଟାଲ ମଧ୍ୟରେ ମାଡ ମରାଯାଇଥିଲା। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ପରେ ଏବେ ଆଉ ଏକ ବିମାନର କର୍ମଚାରୀ ସାମୂହିକ ଛୁଟିରେ

ନୂଆଦିଲ୍ଲୀ,୧୩ା୭: ବିମାନ କମ୍ପାନୀଗୁଡିକର ଆୟ ହ୍ରାସ ହେତୁ ୨ ବର୍ଷ ପୂର୍ବେ କର୍ମଚାରୀଙ୍କ ବେତନ ହ୍ରାସର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି। ଅନେକ କମ୍ପାନୀର କର୍ମଚାରୀମାନେ ଏଥିରେ...

ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ

ମାଣ୍ଡ୍ୟା,୨୭।୧୧: ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ। ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ। ସୂଚନାଯୋଗ୍ୟ, କର୍ନାଟକର...

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି...

ଏନ୍‌କାଉଣ୍ଟରରେ ୨୦୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଏବେ ବି ଲଞ୍ଚ୍‌ପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗରର ପରିମ୍ପୋରାରେ ମଙ୍ଗଳବାର ରାତ୍ରରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା।...

ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ

ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ...

ଲେମ୍ବୁ କିଲୋ ୩୦୦

ନୂଆଦିଲ୍ଲୀ,୭।୪: ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନ୍‌ଜି ଉପରେ ମହଙ୍ଗା ମାଡ଼ ପରେ ସାଧାରଣଲୋକଙ୍କ ପାଇଁ ପନିପରିବା ଦର ଏବେ ଆକାଶଛୁଆଁ ହୋଇଛି। ଇତିମଧ୍ୟରେ ଦିଲ୍ଲୀରେ...

ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍‌

ନୂଆଦିଲ୍ଲୀ,୧୦।୪: କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍‌ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।...

ସକ୍ରିୟ ମାମଲା ଲକ୍ଷେ ମୁହାଁ…

ନୂଆଦିଲ୍ଲୀ, ୨୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week