ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ। ‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ସେ ବାବୁସାନଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ଭାବେ ଦେଖାଯାଇଥିଲେ। ପରେ ପରେ ସେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି। ତେବେ ଖାଇବାରେ ରୁଚି ରଖିଥିବା ଶିବାନୀ ନିଜକୁ ଫିଟ୍‌ ରଖିବା ପାଇଁ ବହୁତ କଷ୍ଟ କରିଛନ୍ତି। ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ ଫିଟ୍‌ନେସ୍‌ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିଥିଲା। ଶିଶୁ କଳାକାର ସମୟରେ ସେ ଦେଖିବାକୁ ଚବି ଚବି ଥିଲେ। ତେଣୁ ଡାଏଟିଂ କରିବା ତାଙ୍କୁ କଷ୍ଟ ଥିଲା। ଜିମ୍‌ ଯାଇ ମଧ୍ୟ ଓଜନ କମାଇବା ସମ୍ଭବ ହୋଇପାରୁ ନ ଥିଲା। ତେବେ ଧୀରେ ଧୀରେ ସେ ତାଙ୍କ ଓଜନ କମାଇଲେ। ଏବେ ଖାଲି ନିଜକୁ ମେଣ୍ଟେନ୍‌ କରୁଛନ୍ତି। ଶିବାନୀ ସକାଳୁ ଓଟ୍‌ସ କିମ୍ବା କର୍ନଫ୍ଲେକ୍ସ ଖାଇଥାନ୍ତି। ରାତିରେ ଶୀଘ୍ର ଖାଆନ୍ତି। ଜଙ୍କ୍‌ ଫୁଡ୍‌, ତେଲଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟ ବହୁତ କମ ଖାଇଥାନ୍ତି। ଯେବେ ଖାଇଥାନ୍ତି ସେଦିନ ଓ୍ବାର୍କଆଉଟ୍‌ ଅଧିକ କରନ୍ତି। ଜିମ୍‌ରେ ସେ କାର୍ଡିଓ, ଲାଇଟ୍‌ ଓ୍ବେଟ୍‌ ଭଳି ଏକ୍ସରସାଇଜ୍‌ କରୁଥିବା ଶିବାନୀ ଦିନକୁ ୫ଲିଟର ପାଣି ପିଇଥାନ୍ତି। ଫିଟ୍‌ନେସ୍‌କୁ ନେଇ ଶିବାନୀ କୁହନ୍ତି ଯେ, ଜଣେ କଳାକାର ବୋଲି ନୁହେଁ ସବୁ ଲୋକ ଫିଟ୍‌ନେସ୍‌ ପ୍ରତି ଧ୍ୟାନ ଦେବା ଉଚିତ। ମୋ ମା’ ବାପା ମଧ୍ୟ ଏ ଦିଗରେ ବହୁତ ଗୁରୁତ୍ୱ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତୁଆଲା କଲା ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ନୋରା ଫତେହି। ଏବେ ଫ୍ୟାନ୍‌ମାନଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣିଥରେ ଏକ...

ଲକ୍‌ଡାଉନ୍‌ ସମୟରେ ଘରେ ରୁଟି ତିଆରି କରୁଛନ୍ତି ହିମାଂଶୀ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ...

ବଡ଼ ପରଦାରେ ମମତା କୁଲକର୍ଣ୍ଣିଙ୍କ ଜୀବନୀ

ବଲିଉଡ୍‌ର ନବେ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ଜୀବନୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ତାଙ୍କ ଜୀବନୀ ଉପରେ ଆଧାରିତ ବିଲାଲ ସିଦ୍ଦିକିଙ୍କ...

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ...

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା...

‘ଦବଙ୍ଗ-୩’ ଟ୍ରେଲରରେ ବଡ଼ ଭୁଲ

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ସିରିଜ୍‌ ‘ଦବଙ୍ଗ’ର ତୃତୀୟ ପାର୍ଟ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଦବଙ୍ଗ’ର ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ସଲମାନ...

ଚାଷ କରି ହାଲିଆ ହେଲେଣି ସଲମାନ୍‌: ଫଟୋ ଶେୟାର ପରେ ଲୋକେ କହୁଛନ୍ତି ଏଭଳି କିଛି

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଦୀର୍ଘ ଦିନ ଧରି ନିଜ ଫାର୍ମହାଉସ୍‌ରେ ଫସି ରହିଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ସେ ଛୁଟି କଟାଇବାକୁ ଯାଇଥିଲେ। ଇତିମଧ୍ୟରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *