Posted inଫୁରସତ

ଡାଇନୋସରକୁ ଶିକାର କରୁଥିଲା ଏହି ଜୀବ

ଲକ୍ଷଲକ୍ଷ ବର୍ଷ ପୂର୍ବେ ଯେତେବେଳେ ପୃଥିବୀର ଉତ୍ପତ୍ତି ହେଲା ସେତେବେଳେ ଜୀବଜନ୍ତୁଙ୍କ ବିକାଶ ହେବାରେ ଲାଗିଲା। କିନ୍ତୁ ପୁଣି ଏହାର କିଛି ବର୍ଷ ପରେ ଲକ୍ଷାଧିକ ପ୍ରଜାତିର ଜୀବଜନ୍ତୁ ଲୋପ ପାଇଗଲେ। ଯାହାର ଅବଶେଷାଂଶ ଆଜି ମଧ୍ୟ ମିଳୁଛି। ତାହା ହେଉଛି ଡାଇନୋସର। ନିଶ୍ଚୟ ଡାଇନୋସର୍‌ ବିଷୟରେ ଶୁଣିଥିବେ। ଯାହାକି ଦୁନିଆର ସବୁଠୁ ବଡ଼ ପ୍ରାଣୀ ଥିଲା। କିନ୍ତୁ ଆଜି ଆଉ ଏକ ପ୍ରାଣୀ ବିଷୟରେ କହିବୁ ଯାହା ଡାଇନୋସରକୁ ମଧ୍ୟ ଶିକାର କରୁଥିଲା। ବାସ୍ତବରେ ଏହା ହେଉଛି ବିଶ୍ୱର ସବୁଠୁ ବଡ଼ କୁମ୍ଭୀର। ଯାହାକି ବର୍ତ୍ତମାନ ମିଳିଥିବା ଅବଶେଷାଂଶରୁ ଜାଣି ହେଉଛି। ଏହି ବିପଜ୍ଜନକ କୁମ୍ଭୀରମାନେ ଡାଇନୋସରମାନଙ୍କୁ ମାରି ଖାଉଥିଲେ।

କୁମ୍ଭୀରର ଏହି ବିଶାଳ ପ୍ରଜାତିର ନାମ ସାର୍କୋସୁଚସ ଥିଲା। ସେମାନେ ଆଜିର କୁମ୍ଭୀର ଅପେକ୍ଷା ଅନେକାଂଶରେ ଓଜନିଆ ଏବଂ ବହୁ ବଡ଼ ଥିଲେ। ସେମାନଙ୍କର ଲମ୍ବ ପ୍ରାୟ ୯.୫ ମିଟର ଅର୍ଥାତ୍‌ ୩୧ ଫୁଟ ଥିଲାବେଳେ ଓଜନ ୪ ଟନ୍‌ ପାଖାପାଖି ଅର୍ଥାତ୍‌ ପ୍ରାୟ ୩୬୦୦ କିଲୋଗ୍ରାମରୁ ଅଧିକ ଥିଲା। ଏହି କୁମ୍ଭୀରମାନେ ଉତ୍ତର ଆଫ୍ରିକାର ଘଞ୍ଚ ଜଙ୍ଗଲରେ ରହୁଥିଲେ। ଯେଉଁ ସ୍ଥାନ ଧୀରେ ଧୀରେ ମରୁଭୂମିରେ ପରିଣତ ହୋଇଥିଲା। ଆଜି ଏହା ସାହାରା ମରୁଭୂମି ଭାବରେ ଜଣାଶୁଣା। ୧୯୫୦ ଦଶର୍କରେ ଆଲବର୍ଟ ଫିଲିକ୍ସ ନାମକ ଜଣେ ଫରାସୀ ଗବେଷକ ସାହାରା ମରୁଭୂମିରେ ଏହାର ମୁଣ୍ଡ ଏବଂ ଦାନ୍ତ ପରି ନମୁନା ପାଇଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱାସ କରାଯାଇଥିଲା ଏହି କୁମ୍ଭୀରମାନେ ଡାଇନୋସରକୁ ଶିକାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଖେଳୁଛନ୍ତି ଫୁଟବଲ, ଗୋଲ୍‌ ଦେଖିଲେ ଟିଣ ହୋଇଯିବ ମୁଣ୍ଡ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଇ ଥାଏ ତ ଆଉ କେତେକ...

ଜାଣନ୍ତି କି ଏସି ବଗି କାହିଁକି ଟ୍ରେନ୍‌ର ମଧ୍ୟ ଭାଗରେ ରହିଥାଏ

ଭାରତରେ ରେଳ ନେଟଓ୍ବାର୍କ ବହୁ ବ୍ୟାପକ। କହିବାକୁ ଗଲେ ଏହା ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛି। ଫଳରେ ଦୂରଯାତ୍ରା ସହଜ ହୋଇଥାଏ। ଟ୍ରେନ ରୁଟ୍‌...

ବାଇକ୍‌ ପଛରେ ପିଲାକୁ ଧରି ରାସ୍ତାରେ ଠିଆ ହୋଇଥିଲେ ବ୍ୟକ୍ତି, ପଛରୁ ଦ୍ରୁତଗତିରେ ଆସିଲା ଏକ କାର୍‌; ଆଉ ତା’ ପରେ…

ପ୍ରତିଦିନ ସୋସିଆଲ ମିଡିଆରେ ସଡ଼କ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ...

ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’...

ଦୁନିଆର ସବୁଠୁ ଦୀର୍ଘାୟୁ ମହିଳାଙ୍କ ପରଲୋକ

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ...

ସ୍କଲାରଶିପ୍‌ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର

ଶିକ୍ଷାବିତ୍‌, ଅନୁବାଦିକା ତଥା ବିଜ୍ଞାନ ଲେଖିକା ଡକ୍ଟର ମୃଦୁଳା ମିଶ୍ର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋର ଜନ୍ମ ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ । ପିଲାଦିନୁ...

ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲା ଚିତାବାଘ: ଆଉ ତାପରେ…

ବାଘର ଅନେକ ଭିଡିଓ ସୋସିଆଲ ମିଡିଆରେ ହେଉ ଅବା ଟିଭିରେ ଆମେ ଦେଖିଛୁ। କେତେବେଳେ ତାକୁ ଚୁପ୍‌ଚାପ୍‌୍‌ ବସିଥିବାର ତ ଆଉ କେତେବେଳେ ବୁଲୁଥିବାର ଦେଖିବାକୁ...

ଗୁରୁଣ୍ଡିବା ମାରାଥନ୍‌

ପିଲା ଗୁରୁଣ୍ଡିବା ଆରମ୍ଭ କଲେ ଘରସାରା ଘୂରି ବୁଲନ୍ତି। ଏମିତିକି ଖଟ ତଳ, ଟେବୁଲ ତଳ କୋଣ ଅନୁକୋଣ ଭିତରେ ପଶି ଯାଆନ୍ତି। ଯେତେ ଅଟକାଇଲେ...

Advertisement
Archives

Model This Week