ଟ୍ରେନ୍‌ ବାତିଲ ପରେ ଦାଦନଙ୍କ ଭିଡ଼

ସୁରଟ୍‌, ୯ା୫: ଟ୍ରେନ୍‌ ବାତିଲ ପରେ ସୁରଟ୍‌ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍‌ଡାଉନ ଯୋଗୁ ବନ୍ଦ ହୋଇଯିବା ଫଳରେ ଭୋକ ଉପାସରେ ରହୁଥିବା ପୂର୍ବାଞ୍ଚଳ ରାଜ୍ୟର ଶ୍ରମିକମାନେ ଘରକୁ ଫେରିବାର ଆଶା ରଖିଥିଲେ। ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩ ଟ୍ରେନ ବାତିଲ କରାଯିବା ପରେ ଏବେ ରାଜରାସ୍ତାରେ ଏମାନେ ଘୂରିବୁଲୁଛନ୍ତି। ଫଳରେ କରୋନା ଭୂତାଣୁ ଅଧିକ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ସେମାନେ ଏହି ଟ୍ରେନରେ ଘରକୁ ଫେରିବାର ଥିଲା। ଟ୍ରେନ ବାତିଲ ପରେ ଭୋକର ଦାଉ ସହ ଘରକୁ ଫେରିବାର ବ୍ୟଗ୍ରତା ଏବେ ସେମାନଙ୍କୁ ଅଥୟ କରିଛି। କେତେକ ସ୍ଥାନରେ ଏହି ଶ୍ରମିକମାନେ ବିକ୍ଷୋଭ କରି ପୋଲିସ ସହ ହାତାହାତି ହୋଇଛନ୍ତିି। ସେମାନଙ୍କ ଫେରିବା ଲାଗି କିଛି ବ୍ୟବସ୍ଥା ଗୁଜରାଟ ସରକାର କରିବା ଲାଗି ସେମାନେ ନେହୁରା ହେଉଛନ୍ତି। ପୋଲିସ ସେମାନଙ୍କୁ ବୁଝାଶୁଝା କରୁଥିଲେ ହେଁ ପରିସ୍ଥିତି ଅସମ୍ଭାଳ ରହିଛି। ବର୍ତ୍ତମାନ ସୁଦ୍ଧା ୧୮ ଶ୍ରମିକ ସ୍ପେଶାଲ ଟ୍ରେନ ସୁରଟରୁ କେତେକ ଶ୍ରମିକଙ୍କୁ ଧରି ଫେରିଛି। ଏହା ସହ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ୩ ଟ୍ରେନ ବାତିଲ କରିଛନ୍ତି। ଏହି ଟ୍ରେନ୍‌ଗୁଡ଼ିକ ମେ ୮ରେ ଶ୍ରମିକଙ୍କୁ ନେଇ ଫେରିବାର ଥିଲା ବୋଲି ସୁରଟ ଜିଲାପାଳ ଧବଲ ପଟେଲ ପ୍ରକାଶ କରିଛନ୍ତି। କେବଳ କରୋନା ନେଗେଟିଭ ଥିବା ଲୋକଙ୍କୁ ଫେରିବା ଲାଗି ନିର୍ଦ୍ଦେଶ ରହିଛି। ଏବେ ଶ୍ରମିକମାନେ ଧର୍ଯ୍ୟଧରି ସମୟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରେଲଓ୍ବେ ଅଧିକାରୀଙ୍କୁ ଶ୍ରମିକମାନେ ଯିବା ଲାଗି ହୋଇଥିବା ଟିକେଟ ଅର୍ଥ ଫେରସ୍ତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବରିଷ୍ଠ ବିଧାୟକ କାଳିଦାସ ହେଲେ ଅସ୍ଥାୟୀ ବାଚସ୍ପତି

ମୁମ୍ବାଇ,୨୬।୧୧: ଭାଜପାର ବରିଷ୍ଠ ବିଧାୟକ କାଳିଦାସ କୋଲମ୍ବକରଙ୍କୁ ମଙ୍ଗଳବାର ଅସ୍ଥାୟୀ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ସନ୍ଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରି କାଳିଦାସଙ୍କୁ...

ପୋଷ୍ଟମ୍ୟାନ୍‌ଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ

କୃଷ୍ଣପ୍ରସାଦ,୧୧ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଗାଁ ଗାଁରେ ଲକ୍‌ଡାଉନ। ଗଁ। ମୁଣ୍ଡରେ ବାଉଁଶ ବତାରେ ବାଡ଼ ବାନ୍ଧି କୌଣସି ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ...

୧୫ ଜିଲାରୁ ୧୩୭ କରୋନା ପଜିଟିଭ, ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୯ ଅଗ୍ନିଶମ କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ସୋମବାର ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୭ଜଣ ୧୫ଟି ଜିଲାର। ସେହିପରି ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ୍‌’...

ଆମେ ଗ୍ରେନେଡ ମାଡ କରିବା ଲୋକ ନୁହେଁ କି ପଥରମାଡ଼ କରୁନାହିଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର,୬।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ନ୍ୟାଶନାଲ କନଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ଆମେ ଗ୍ରେନେଡ ମାଡ...

ମାଗଣାରେ ମାସ୍କ ବଣ୍ଟନ, ସାମାଜିକ ଦୂରତା ରକ୍ଷା ପାଇଁ କଲେ ସଚେତନ

ଭଟଲି,୧୨ା୪(ଡି.ଏନ୍‌.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ...

କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ...

ମୋଦି ସରକାରଙ୍କ ଶହେ ଦିନରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନ ପୂରଣ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କପିଲ୍‌ ସିବଲ୍‌ ମୋଦି ସରକାରଙ୍କୁ...

ଟି୨୦ ବିଶ୍ୱକପ୍‌ ଉଚିତ ସମୟରେ ଆୟୋଜନ ହେବା ଆବଶ୍ୟକ: ଆକ୍ରମ

କରାଚୀ, ୫।୬(ପି.ଟି.): ସାରା ବିଶ୍ୱରେ କୋଭିଡ୍‌- ୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର...

Coronavirus Update

Archives

Model This Week

Why Dharitri