ଟ୍ରେନ୍‌ ବାତିଲ ପରେ ଦାଦନଙ୍କ ଭିଡ଼

ସୁରଟ୍‌, ୯ା୫: ଟ୍ରେନ୍‌ ବାତିଲ ପରେ ସୁରଟ୍‌ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍‌ଡାଉନ ଯୋଗୁ ବନ୍ଦ ହୋଇଯିବା ଫଳରେ ଭୋକ ଉପାସରେ ରହୁଥିବା ପୂର୍ବାଞ୍ଚଳ ରାଜ୍ୟର ଶ୍ରମିକମାନେ ଘରକୁ ଫେରିବାର ଆଶା ରଖିଥିଲେ। ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩ ଟ୍ରେନ ବାତିଲ କରାଯିବା ପରେ ଏବେ ରାଜରାସ୍ତାରେ ଏମାନେ ଘୂରିବୁଲୁଛନ୍ତି। ଫଳରେ କରୋନା ଭୂତାଣୁ ଅଧିକ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ସେମାନେ ଏହି ଟ୍ରେନରେ ଘରକୁ ଫେରିବାର ଥିଲା। ଟ୍ରେନ ବାତିଲ ପରେ ଭୋକର ଦାଉ ସହ ଘରକୁ ଫେରିବାର ବ୍ୟଗ୍ରତା ଏବେ ସେମାନଙ୍କୁ ଅଥୟ କରିଛି। କେତେକ ସ୍ଥାନରେ ଏହି ଶ୍ରମିକମାନେ ବିକ୍ଷୋଭ କରି ପୋଲିସ ସହ ହାତାହାତି ହୋଇଛନ୍ତିି। ସେମାନଙ୍କ ଫେରିବା ଲାଗି କିଛି ବ୍ୟବସ୍ଥା ଗୁଜରାଟ ସରକାର କରିବା ଲାଗି ସେମାନେ ନେହୁରା ହେଉଛନ୍ତି। ପୋଲିସ ସେମାନଙ୍କୁ ବୁଝାଶୁଝା କରୁଥିଲେ ହେଁ ପରିସ୍ଥିତି ଅସମ୍ଭାଳ ରହିଛି। ବର୍ତ୍ତମାନ ସୁଦ୍ଧା ୧୮ ଶ୍ରମିକ ସ୍ପେଶାଲ ଟ୍ରେନ ସୁରଟରୁ କେତେକ ଶ୍ରମିକଙ୍କୁ ଧରି ଫେରିଛି। ଏହା ସହ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ୩ ଟ୍ରେନ ବାତିଲ କରିଛନ୍ତି। ଏହି ଟ୍ରେନ୍‌ଗୁଡ଼ିକ ମେ ୮ରେ ଶ୍ରମିକଙ୍କୁ ନେଇ ଫେରିବାର ଥିଲା ବୋଲି ସୁରଟ ଜିଲାପାଳ ଧବଲ ପଟେଲ ପ୍ରକାଶ କରିଛନ୍ତି। କେବଳ କରୋନା ନେଗେଟିଭ ଥିବା ଲୋକଙ୍କୁ ଫେରିବା ଲାଗି ନିର୍ଦ୍ଦେଶ ରହିଛି। ଏବେ ଶ୍ରମିକମାନେ ଧର୍ଯ୍ୟଧରି ସମୟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରେଲଓ୍ବେ ଅଧିକାରୀଙ୍କୁ ଶ୍ରମିକମାନେ ଯିବା ଲାଗି ହୋଇଥିବା ଟିକେଟ ଅର୍ଥ ଫେରସ୍ତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri