ଟ୍ରେଡ୍‌ ଲାଇସେନ୍‌ସ ପାଇଁ ବିଏମ୍‌ସିର ଚଢ଼ାଉ: ୧.୨୨ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜସ୍ବ ଆଦାୟର ସମସ୍ତ ଦିଗ ପ୍ରତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ନଜର ରଖିଛି। ଏବେ ଟ୍ରେଡ଼୍‌ ଲାଇସେନ୍ସ ଜନିତ ରାଜସ୍ବକୁ ଗୁରୁତ୍ୱ ଦିଆଯାଇଛି। ଗତ ତିନି ଦିନ ଧରି ବିଏମ୍‌ସି ପକ୍ଷରୁ ଉତ୍ତର ଜୋନ୍‌ରେ ଟ୍ରେଡ଼୍‌ ଲାଇସେନ୍ସ ଜନିତ ତନାଘନା ଜାରି ରହିଛି। ଜୋନାଲ୍‌ ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ସ୍କ୍ବାଡ୍‌ ସଦସ୍ୟମାନେ ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଏବଂ ବୁଲା ବ୍ୟବସାୟୀଙ୍କ ପାଖକୁ ଯାଇ ସେମାନଙ୍କର ଟ୍ରେଡ଼୍‌ ଲାଇସେନ୍ସ ତଦାରଖ କରୁଛନ୍ତି। ଉତ୍ତର ଭୁବନେଶ୍ୱରର ଲକ୍ଷ୍ମୀବିହାରଠାରୁ ଆରମ୍ଭ ହୋଇ କଳିଙ୍ଗ ହସ୍ପିଟାଲ୍‌ ଛକ ପର୍ଯ୍ୟନ୍ତ କରାଯାଇଛି। ଜୋନାଲ୍‌ ଡ଼େପୁଟି କମିଶନର ପୃଷ୍ଟିଙ୍କ ତଥ୍ୟ ଅନୁଯାୟୀ, ଗତ ତିନି ଦିନରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନର ଟ୍ରେଡ଼୍‌ ଲାଇସେନ୍ସ ନ ଥିବା ସାମ୍ନାକୁ ଆସିଛି। ଅଦ୍ୟାବଧି ୫୮ ଜଣଙ୍କଠାରୁ ଟ୍ରେଡ଼୍‌ ଲାଇସେନ୍ସ ଏବଂ ଜରିମାନା ବାବଦରେ ୧.୨୨ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଏହି ପରିଦର୍ଶନ ବେଳେ ବ୍ୟବସାୟ ଚାଲୁଥିବା ଘରଗୁଡ଼ିକର ଗୃହ ଟିକସ ଜମା କରାଯାଇଛି କି ନାହିଁ ତାହା ମଧ୍ୟ ତଦାରଖ କରାଯିବା ସହ ୪ଟି ଘରର ଟିକସ ଆଦାୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଆକ୍ଟ-୨୦୧୩ ଓ ଧାରା-୫୫୪ ଅନୁଯାୟୀ ସ୍ବାୟତ୍ତ ସଂସ୍ଥା ଭୂଖଣ୍ଡରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ବ୍ୟବସାୟୀ ସମ୍ପୃକ୍ତ ବ୍ୟବସାୟର ପ୍ରକାର ଅନୁସାରେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri