Posted inଖେଳ

ଟି୨୦ ବିଶ୍ୱକପ୍‌ : ନିଷ୍ପତ୍ତି ନେବାକୁ ଆଇସିସିକୁ କହିଲେ ଟେଲର

ମେଲବୋର୍ନ,୨୪।୫(ପି.ଟି.): ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବ ନାହିଁ ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାର୍କ ଟେଲର ଅନୁମାନ କରିଛନ୍ତି। ତେବେ ଟି୨୦ ବିଶ୍ୱକପ୍‌ ନେଇ ଚଳିତ ସପ୍ତାହରେ ନିଷ୍ପତ୍ତି ନେବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ କହିଛନ୍ତି। ଚଳିତ ସପ୍ତାହରେ ଆଇସିସି ବୋର୍ଡ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ବିଶ୍ୱକପ୍‌ ନେଇ ନୀତି ସ୍ପଷ୍ଟ କରିବାକୁ ସେ କରିଛନ୍ତି।
ଯଦି ଟି୨୦ ବିଶ୍ୱକପ୍‌ ଓ୍ବିଣ୍ଡୋରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହୁଏ ତେବେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏହି ହାଇପ୍ରୋଫାଇଲ ଲିଗ୍‌ରେ ଖେଳିବାକୁ କ୍ରିକେଟ ଅଷ୍ଟ୍ରେଲିଆ ଅନୁମତି ଦେବ ବୋଲି ଟେଲର ଆଶା କରୁଛନ୍ତି। ଆସନ୍ତା ୨୮ ତାରିଖରେ ବୋର୍ଡ ବୈଠକରେ କୋଭିଡ-୧୯ ମହାମାରୀ ଓ ଟି୨୦ ବିଶ୍ୱକପ୍‌ର ଭାଗ୍ୟ ଓ ଭବିଷ୍ୟତ ନେଇ ସବିଶେଷ ଆଲୋଚନା ହେବ।
ଯଦି ଯୋଜନା ଅନୁସାରେ ଅକ୍ଟୋବର ଓ ନଭେମ୍ବରରେ ବିଶ୍ୱକପ୍‌ ଆୟୋଜନ ହେବନି ତାହାଲେ ଏହି ସମୟରେ ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ କିପରି ଆୟୋଜନ ହେବ ଓ ଏହା ନିଶ୍ଚିତ ଭାବେ ସମ୍ଭବ ନୁହେଁ ବୋଲି ପୂର୍ବତନ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିର୍ଦ୍ଦେଶକ ଟେଲର କହିଛନ୍ତି। ଚଳିତ ସପ୍ତାହରେ ନିଷ୍ପତ୍ତି ନିଆଗଲେ ନିଶ୍ଚିତ ଭାବେ ଭଲ ହେବ। ଏହା ହେଲେ ସମସ୍ତେ ନିଜ ନିଜର ଯୋଜନା କରିପାରିବେ।
ଅନ୍ୟପଟେ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ଭିନ୍ନ ମତ ଦେଇଛନ୍ତି। ଅକ୍ଟୋବର ୧୮ରୁ ନଭେମ୍ବର ୧୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ନେଇ ଅତିକମ୍‌ରେ ଅଗଷ୍ଟ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ଘୁଞ୍ଚିଯାଉ ବୋଲି ସମସ୍ତେ ଚାହାନ୍ତି। ଟି୨୦ ବିଶ୍ୱକପ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ନିଆ ନ ଯିବା ପର୍ଯ୍ୟନ୍ତ ଆଇପିଏଲ କାର୍ଯ୍ୟସୂଚୀ ନେଇ ମଧ୍ୟ ନିଷ୍ପତ୍ତି ନେଇ ହେବ ନାହିଁ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ରିକେଟ ଅଷ୍ଟେଲିଆ ଖୁସି କରିବାକୁ ଚାହୁଥିବାରୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ସିଏ ଏଥିରେ ସାମିଲ ହେବାକୁ ଅନୁମତି ଦେବ ବୋଲି ଟେଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡିଆରେ ମୁଣ୍ଡ ବୁଲାଉଥିଲା, ହାସଲ କଲେ ଶତକ

ସିଡନୀ,୧।୧୨: ଭାରତ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଶୀର୍ଷ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ...

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ...

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ

ଲିଡ୍ସ,୫।୭- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଆଫାଗାନିସ୍ତାନ ଓପନର ଇକ୍ରାମ ଅଲିଖିଲ। ସେ ବିଶ୍ୱକପ୍‌ ଇତିହାସରେ ସର୍ବକନିଷ୍ଠ ଖେଳାଳି...

ଫୁଟବଲ ପ୍ରତି ଆଗ୍ରହ ବଢ଼ୁଛି: ବାଲା ଦେବୀ

ନୂଆଦିଲ୍ଲୀ, ୪।୭: ଭାରତ ୨୦୨୨ ଏଏଫସି ଏସିଆନ କପ୍‌ ଆୟୋଜନ କରିବା ଘଟଣା ଭାରତୀୟ ମହିଳା ଫୁଟବଲ ଦଳର ଫରଓ୍ବାର୍ଡ ବାଲା ଦେବୀଙ୍କୁ ଖୁବ୍‌ ଉତ୍ସାହିତ...

ଟ୍ରମ୍ପଙ୍କୁ ଭେଟିଲେ ଗାଭାସ୍କର

ନୂଆଦିଲ୍ଲୀ,୨୩।୮(ପିଟି): କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଗାଭାସ୍କର ଏକ ଚ୍ୟାରିଟି ପାଉଣ୍ଡେଶନ ପାଇଁ ସେ ଅର୍ଥ ଯୋଗାଡ଼...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌, ଖୁବ୍‌ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ

କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍‌ ସ୍ପିନର...

ରୟ, ମୋର୍ଗାନ ଆହତ

ସାଉଥାମ୍ପଟନ,୧୫।୬(ପି.ଟି.): ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓପନର ଜାସନ ରୟ ଆହତ ହୋଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟଙ୍କ ମାଂସପେଶୀ...

ଖେଳିବେ ୟୁସୁଫ୍‌, ଜୟସୁରିୟା

ରାୟପୁର,୨୭ା୨: ମାର୍ଚ୍ଚ ୫ରୁ ରାୟପୁରରେ ଖେଳାଯିବାକୁ ଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ପାଇଁ ଭାରତ ଲିଜେଣ୍ଡ୍ସ ଦଳରେ ପୂର୍ବତନ କ୍ରିକେଟର ୟୁସୁଫ୍‌ ପଠାନ, ନମନ...

Advertisement
Archives

Model This Week