Posted inଜାତୀୟ

ଟିଫିନ ସଫାକୁ ନେଇ ଏୟାର ଇଣ୍ଡିଆ ପାଇଲଟ-କ୍ର୍ୟୁ ମେମ୍ବର ହାତାହାତି

ନୂଆଦିଲ୍ଲୀ,୧୯।୬: ଏୟାର ଇଣ୍ଡିଆରେ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ଭିତରେ ହୋଇଥିବା ଝଗଡାର ଏକ ମାମଲା ସାମ୍‌ନାକୁ ଆସିଛି। ଏହାପରେ ବିମାନ ଏଆଇ-୭୭୨ର ପାଇଲଟ ଓ କେବିନ କ୍ର୍ୟୁ ମେମ୍ବରଙ୍କୁ ଏୟାର ଇଣ୍ଡିଆ କାର୍ଯ୍ୟରୁ ବାହାର କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ବେଙ୍ଗାଲୁର ଏୟାରପୋର୍ଟରେ ବିମାନ ଉଡାଣ ଭରିବା ସମୟରେ ପାଇଲଟ ଓ କ୍ର୍ୟୁ ମେମ୍ବର ମଧ୍ୟରେ ଝଗଡା ହୋଇଥିଲା। ପାଇଲଟ କ୍ର୍ୟୁ ମେମ୍ବରଙ୍କୁ ତାଙ୍କର ଟିଫିନ ସଫା କରିବାକୁ କହିଥିଲେ। ଏହାକୁ ନେଇ ୨ଜଣଙ୍କ ଭିତରେ ବଚସା ହୋଇଥିଲା। ଦେଖୁ ଦେଖୁ ଏହି ଯୁକ୍ତିତର୍କ ହାତାହାତିକୁ ବଦଳିଯାଇଥିଲା। ବିମାନରେ ଥିବା ଅନ୍ୟ କର୍ମଚାରୀ ଏହି ଘଟଣା ବାବଦରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କମ୍ପାନୀ ପକ୍ଷରୁ ୨ଜଣଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଯୋଗୁ ବିମାନଟି ପ୍ରାୟ ୨ଘଣ୍ଟା ବିଳମ୍ବରେ ଉଡାଣ ଭରିଥିଲା। ତେବେ ଏନେଇ ପଚରାଉଚରା କରିବା ପାଇଁ ଗୁରୁବାର ଦିଲ୍ଲୀ ମୁଖ୍ୟାଳୟକୁ ୨ଜଣଙ୍କୁ ଡକାଯାଇଛି। ଏଥିସହ ସେମାନେ ଏବେ ସାମୟିକ ଭାବେ କାର୍ଯ୍ୟରୁ ନିଲମ୍ବିତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ...

ମଧ୍ୟାହ୍ନ ଭୋଜନ ସହ ଯୋଡିହେବ ସକାଳ ଜଳଖିଆ: ଏବେ ପ୍ରଶ୍ନ ପାଠପଢା ହେବ କେତେବେଳେ

ନୂଆଦିଲ୍ଲୀ,୮।୧୦: ସବୁ ପିଲାଙ୍କୁ ଶିକ୍ଷା ସହ ଯୋଡିବାକୁ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ଏବେ ଏଥିରେ ସକାଳର ଜଳଖିଆ ସାମିଲ ହେବ ବୋଲି ଜଣାପଡିଛି।...

ବିହାର ନିର୍ବାଚନ ସ୍ଥଗିତ ରଖିବା ଆବେଦନ ଖାରଜ

ନୂଆଦିଲ୍ଲୀ, ୨୯।୮(ପି.ଟି.):କରୋନା ମହାମାରୀ ପାଇଁ ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

ହିଂସା ପରେ ଜାମା ମସ୍‌ଜିଦ୍‌ରେ ପ୍ରଥମ ଶୁକ୍ରବାର ପ୍ରାର୍ଥନା: ଦିଲ୍ଲୀ ପୋଲିସ ପାଇଁ ପରୀକ୍ଷାର ଦିନ

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନରୁ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ଶୁକ୍ରବାର ପ୍ରଥମ ପ୍ରାର୍ଥନା ଅନୁଷ୍ଠିତ ହେବ। ସେହି ସମୟରେ ଆଇନ୍‌ ବ୍ୟବସ୍ଥାକୁ...

୫୭୬ ମାତୃଭାଷାର ସର୍ବେକ୍ଷଣ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ …

ନୂଆଦିଲ୍ଲୀ,୮।୧୧ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଭିଡିଓଗ୍ରାଫି ମାଧ୍ୟମରେ ସମଗ୍ର ଦେଶରେ ୫୭୬ ଟି ଆଞ୍ଚଳିକ ଭାଷା ଏବଂ ଉପଭାଷାର ମାତୃଭାଷା ସର୍ବେକ୍ଷଣକୁ ସଫଳତାର ସହ...

ପାସ୍‌ପୋର୍ଟ ଫେରାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍‌

ମୁମ୍ବାଇ,୧।୭: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ। ଏନ୍‌ଡିପିଏସ୍‌ ସ୍ବତନ୍ତ୍ର ଅଦାଲତର...

ଶହୀଦ୍‌ଙ୍କ ଋଣ ସୁଝିହେବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୧୨: ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ରେ ହୋଇଥିବା ଯୁଦ୍ଧରେ ଶହୀଦ୍‌ ହୋଇଥିବା ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶହୀଦ୍‌ଙ୍କ ଋଣ...

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ୧୪ ବିରୋଧୀ ଏକଜୁଟ…

ନୂଆଦିଲ୍ଲୀ,୨୮।୭: ପେଗାସସ୍‌ ମାମଲାକୁ ନେଇ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଲାଗି...

Advertisement
Archives

Model This Week