ଟିପୁଙ୍କ ବାଘ ପାକିସ୍ତାନୀଙ୍କୁ ଭୟ

ସାରଦା ପ୍ରସାଦ କର

ଅର୍ଦ୍ଧଚେତନ ମନର ଅବସ୍ଥାରେ ସ୍ବପ୍ନ ଦେଖିବା ଏକ ନିୟମିତ ପ୍ରକିୟା, କିନ୍ତୁ ଅବସାଦଗ୍ରସ୍ତ ମଣିଷ ପାଇଁ ସ୍ବପ୍ନ ଅଯଥା ଭୟସଞ୍ଚାର କରେ। ଅୟସରେ ରହି ନିୟମିତ ଭାବେ ସ୍ବପ୍ନ ଦେଖିବା ବା ସ୍ବପ୍ନରାଜ୍ୟରେ ଉଡ଼ିବୁଲିବା ଲୋକକୁ ଇଂଲିଶରେ ସମ୍‌ନାମବୁଲିଷ୍ଟ କୁହାଯାଏ। କିନ୍ତୁ ଏହି ଅବସାଦ କିମ୍ବା ଅୟସ ଅର୍ଥରେ ଆମକୁ ଟିପୁଙ୍କ କାଠବାଘ ଓ ଉକ୍ତ ବାଘକୁ ନେଇ ପାକିସ୍ତାନବାସୀଙ୍କ ଭୟଥିବା ଜାଣି ଉତ୍କଣ୍ଠା ବଢ଼ିବା ସ୍ବାଭାବିକ। ଗତ ମାସରେ ପାକିସ୍ତାନର ବହୁଳ ପ୍ରସାରିତ ଇଂଲିଶ ଖବରକାଗଜ ‘ଦି ଡନ୍‌’ ସମ୍ପାଦକୀୟରେ ‘ଦି ଫେଟ୍‌ ଅଫ୍‌ ଟିପୁସ୍‌ ଟାଇଗର’ ଶୀର୍ଷକଟି ଲେଖିକା ରଫିଆ ଜାକାରିଆଙ୍କ ମଜାଦାର ତଥ୍ୟ ସମ୍ବଳିତ ଲେଖା। ଶ୍ରୀରଙ୍ଗପଟ୍ଟମ୍‌ ପତନ ପରେ ଭାରତରୁ ଟିପୁଙ୍କ କାଠବାଘଟିକୁ ବ୍ରିଟିଶ୍‌ମାନେ ଲୁଚେଇ ନିଜ ଦେଶକୁ ନେଇଯାଇଥିଲେ। ଯାହା ଏବେ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମରେ ଦର୍ଶକମାନଙ୍କ ପାଇଁ ପ୍ରଦର୍ଶନ କରାଯାଉଛି ଏବଂ ଯେଉଁ କାଠବାଘକୁ ଫେରିପାଇବାକୁ ପାକିସ୍ତାନ ହକ୍‌ଦାର ବୋଲି ସେ ଉଲ୍ଲେଖ କରିଛନ୍ତି। ଲେଖିକା ନିଜର ପରିଚୟରେ ଜଣେ ସରକାରୀ ଆଇନ ପରାମର୍ଶଦାତା। ସାମ୍ବିଧାନିକ ଆଇନ ଓ ରାଜନୀତି ଦର୍ଶନର ଅଧ୍ୟାପନା କରୁଥିବା ଉଲ୍ଲେଖ କରିଛନ୍ତି ଓ ସେ ଦୃଷ୍ଟିରୁ ସ୍ବାଧୀନତାପର ଭାରତରୁ ଉତ୍ତୀର୍ଣ୍ଣ ଗୋଟିଏ ମୁସଲମାନ ଦେଶ ଖେଳନା ସମ୍ପଦଟି ହାସଲ ପାଇଁ ନିୟମଗତ ହକଦାର ବୋଲି ଦର୍ଶାଇଛନ୍ତି। ‘କନ୍ୟା ଘର ଏରୁଣ୍ଡି ନ ଡେଉଁଣୁ ପୁଅର ନାଁ ଗୋପାଳିଆ’ ଦିଆସରିଲାଣି। ପୃଥିବୀର ଅନେକ ମୂଲ୍ୟବାନ ଚୋରା ସମ୍ପତ୍ତିକୁ ବ୍ରିଟିଶ୍‌ ମ୍ୟୁଜିୟମ ଦର୍ଶକଙ୍କ ମନୋରଞ୍ଜନ କରି ଫେରସ୍ତ ପାଇଁ ଆଉ ମନବଳଉ ନ ଥିବାବେଳେ ପାକିସ୍ତାନବାସୀ ଉକ୍ତ କଳାତ୍ମକ ବାଘଟିକୁ ପାଇବା ପାଇଁ ବ୍ୟାକୁଳ। ଏହା ହୁଏତ ଲେଖିକା ଜାକରିଆ ଓ ପାକିସ୍ତାନବାସୀଙ୍କ ପାଇଁ ଆମେ ସ୍ବପ୍ନ କହିପାରୁ, ହେଲେ ଟିପୁଙ୍କ ବାଘଟି ପାଇବା ପରେ ପାକିସ୍ତାନରେ ଏହା କେତେଦିନ ରହିବ ବା ଲୋକେ ମ୍ୟୁଜିୟମରେ କେତେଦିନ ଦେଖିପାରିବେ ସେ ବିଷୟରେ ଜାକରିଆ ସଂଶୟ ପ୍ରକାଶ କରିଛନ୍ତି।
ଇମ୍ରାନ୍‌ଙ୍କ ବିଦେଶ ପ୍ରୀତିରୁ ପାକିସ୍ତାନର କଳାସଂସ୍କୃତି ଦେଶାନ୍ତର ହେବାରେ ପାକିସ୍ତାନବାସୀଙ୍କ ଭୟ ସ୍ବାଭାବିକ। ଜିନ୍‌ଜିଆଙ୍ଗ୍‌ ପ୍ରଦେଶର ମୁଖ୍ୟ ସହର କାରାମେରେ ସ୍ଥାନୀୟ ସାଧାରଣ ପରିହବନ ସେବା, ଦାଢ଼ି ରଖିଥିବା ମୁସ୍‌ଲିମ୍‌ ଓ ମୁଣ୍ଡରେ ବୁରକା ଢାଙ୍କିଥିବା ମହିଳାଙ୍କୁ ବାରଣ ପରେ ପିଓକେରେ ଚାଇନା କମ୍ପାନୀ ପାକିସ୍ତାନୀ ଶ୍ରମିକମାନଙ୍କୁ ‘ନମାଜ’ ବାରଣ କରିବା ଦ୍ୱାରା ପାକିସ୍ତାନବାସୀ ଇମ୍ରାନ୍‌ ସରକାର ଉପରେ ଖପ୍ପା ଅଛନ୍ତି। ଆଇ.ଏମ୍‌.ଏଫ୍‌.ର ଆକଳନ ଅନୁସାରେ ବହୁବିଧ ଋଣ ଆକାରରେ ୨୦୨୨ ଜୁନ୍‌ ସୁଦ୍ଧା ପାକିସ୍ତାନକୁ ୨.୮ ବିଲିୟନ୍‌ ଡଲାର ଚାଇନା ଖାତାରେ ପରିଶୋଧ କରିବାକୁ ହବ। ଋଣଯନ୍ତାରୁ ନିସ୍ତାର ଚାହୁଁଥିବା ଇମ୍ରାନ୍‌ ସରକାର ଦେଶର ଖଣି, ଖାଦାନ, ଭୌଗୋଳିକ ସୀମା ଓ ଆନ୍ତର୍ଜାତିକ ବଜାରରେ ବହୁମୂଲ୍ୟ କଳାକୃତିକୁ ବିତରଣ କରିଦବାର ଭୟ ଟିପୁଙ୍କ ବାଘ ଦେହରେ ଟିପିହୋଇଗଲାଣି ବୋଲି ଅନୁମେୟ। ଦେଶର ଏକ ନିର୍ଭରଯୋଗ୍ୟ ପତ୍ରିକା ସ୍ଥାନିତ କରିଥିବା ସ୍ତମ୍ଭର ଶବ୍ଦରୁ ବାରିହେଉଛି ଦେଶବାସୀଙ୍କ ଭୟ-ଉଦ୍‌ବେଗର କଥା। ୧୦୬ କ୍ୟାରେଟ୍‌ ବିଶିଷ୍ଟ କୋହ-ଇ-ନୂର ହୀରା ଏବେ ବ୍ରିଟେନ୍‌ ଟାୱାର ଅଫ୍‌ ଲଣ୍ଡନ୍‌ ଜୁଏଲ୍‌ ହାଉସ୍‌ରେ ପ୍ରଦର୍ଶିତ ହେଉଛି। ଏହାକୁ ୧୮୪୯ମସିହାରେ ଲାହୋର ମହାରାଜାଙ୍କ ଦ୍ୱାରା ବ୍ରିିଟିଶ୍‌ମାନଙ୍କ ହାତକୁ ଟେକିଦିଆଗଲା ଉପହାର ଭାବରେ। ୨୧.୧୨ ମିଲିଗ୍ରାମ୍‌ର ଉକ୍ତ ହୀରାର ଆନ୍ତର୍ଜାତିକ ମୂଲ୍ୟ ପାଖାପାଖି ୧୨ ମିଲିୟନ୍‌ ଡଲାର ଆକଳନ କରାଯାଇଥିବାବେଳେ ଭାରତକୁ ପ୍ରତ୍ୟର୍ପଣ ପାଇଁ ପାକିସ୍ତାନ କେବେ ମୁହଁ ଖୋଲିନି। ମାନବାଧିକାର ଆଇନ ବିଶେଷଜ୍ଞ ଜିଓଫ୍ରେ ରବର୍ଟସନ୍‌ ବ୍ରିଟିଶ୍‌-ଆମେରିକୀୟ ମ୍ୟୁଜିୟମଗୁଡ଼ିକରେ ଏହିଭଳି ଅନେକ ସାମଗ୍ରୀ ପାଇଁ ଦାବିରଖି କହିଛନ୍ତି ଯେ ସେସବୁକୁ ବିନା ମୂଲ୍ୟରେ ଠକେଇ କରି ଅଣାଯାଇଥିବାରୁ ତୁରନ୍ତ ସଂଶ୍ଳିଷ୍ଟ ଦେଶକୁ ଫେରାଯାଉ।
ଲଣ୍ଡନର ବ୍ଲ୍ୟୁମ୍ସବରି ସ୍ଥିତ ବ୍ରିଟିଶ ମ୍ୟୁଜିୟମରେ ଏବେ ୯୪ଟି ଗ୍ୟାଲେରିରେ ପ୍ରଦର୍ଶିତ ୮ ମିଲିୟନ୍‌ ବା ଅଶୀଲକ୍ଷ ସାମଗ୍ରୀ ମଧ୍ୟରେ ପାଖାପାଖି ଅଧା ଦୁର୍ମୂଲ୍ୟ ସାମଗ୍ରୀ ହେଉଛି ଉପନିବେଶ ସମୟର ବ୍ରିଟିଶଙ୍କ ଦ୍ୱାରା ଲୁଟ ବା ରକ୍ତପାତରୁ ଅଧିକୃତ। ୧୭୦ଟି ଦେଶରେ ବ୍ୟବସାୟ-ବାଣିଜ୍ୟ ଆଳରେ ଲୁଟ କରି ଆୟତ୍ତ ଦ୍ରବ୍ୟକୁ ବ୍ରିଟେନ୍‌ର ଏଲିଜାବେଥ୍‌ ଆଣ୍ଡ୍‌ ଆଲ୍‌ବର୍ଟ ମ୍ୟୁଜିୟମରେ ପ୍ରଦର୍ଶନ କରି ବିଶ୍ୱର ପର୍ଯ୍ୟଟନକୁ ଆକୃଷ୍ଟ କରୁଛନ୍ତି। ପ୍ରତ୍ୟର୍ପଣ ନିୟମାନୁସାରେ ଆମ ଦେଶରୁ ଲୁଟ୍‌ ହୋଇଥିବା ସୁନା, ମୂଲ୍ୟବାନ ପଥର, ଖଣିଜ ଦ୍ରବ୍ୟ(ସଦ୍ୟ ପ୍ରକାଶିତ) ଅକ୍ସଫୋର୍ଡର ଏକ ଗବେଷଣାରୁ ପାଖାପାଖି ୪୫ ଟ୍ରିଲିଅନ୍‌ ଡଲାର ହେବ। ଏହି ପ୍ରସଙ୍ଗଟିକୁ ଭାରତ ସରକାର ନିୟମାନୁସାରେ କାହିଁକି ଠିକ୍‌ ଦାବି ଉପସ୍ଥାପନ କରିପାରୁନାହାନ୍ତି ଜଣାପଡୁନି, ହେଲେ ଟିପୁ ସୁଲତାନଙ୍କ କାଠବାଘଟି ଯଦି ଫେରିଲା ତାହା କାହିଁକି ପାକିସ୍ତାନ ଯିବ ସେ ବାବଦରେ ଐତିହାସିକ ପୃଷ୍ଠଭୂମି ପର୍ଯ୍ୟାଲୋଚନା କରାଯାଇପାରେ। ଟିପୁ ସୁଲତାନ୍‌ ଆଙ୍ଗ୍‌ଲୋ-ମିଶୋର ଯୁଦ୍ଧ ୧୭୯୯ରେ ନିହତ ହେଲେ। ଟିପୁଙ୍କ ବିଶ୍ୱସ୍ତ ମନ୍ତ୍ରୀ ମୀର ସାଦ୍ଦିକ୍‌ଙ୍କ ଷଡ଼ଯନ୍ତ୍ର ଓ ନିଜାମଙ୍କ ସହାୟତାରେ ଶ୍ରୀରଙ୍ଗପଟ୍ଟନମର ପତନ ହେବାରେ ଅମାପ ସମ୍ପତ୍ତିକୁ ଇଂରେଜ ଓ ନିଜାମ ନିଜ ଭିତରେ ବାଣ୍ଟିନେଲେ। ସ୍ବୟଂଚାଳିତ କାଠବାଘଟି ଯାହା ୧୭୯୦ରୁ ମହୀଶୂର ରାଜପ୍ରାସାଦର ଶୋଭାବର୍ଦ୍ଧନ କରୁଥିଲା, ତାକୁ ବ୍ରିଟିଶ୍‌ମାନେ ସାଙ୍ଗରେ ନେଇଯାଇଥିଲେ। ଏବେ ଟିପୁଙ୍କ ପରିବାର କଲିକତାରେ ଓ ନିଜାମ୍‌ଙ୍କ ସମ୍ପର୍କୀୟ କିଛି ପାକିସ୍ତାନରେ। ଯଦି ବାଘ ଫେରିଲା ତେବେ ପାକିସ୍ତାନର ଏକ ନାଟକବାଜି।
ଟିପୁ ସୁଲତାନଙ୍କର ୧୨୦୦ତୋପ କମାଣ ସହ ଆଧୁନିକ ଯୁଦ୍ଧ କୌଶଳରୁ ଅନେକ ଦିନ ଧରି ଯୁଦ୍ଧ ଚଳାଇରଖିବାର ବୀରତ୍ୱକୁ ଭାରତ ସରକାର ଇତିହାସ ପୃଷ୍ଠାରୁ ବିସ୍ମୃତ କରିବାକୁ ଚାହୁଁଥିବାବେଳେ ପାକିସ୍ତାନ ଏହାର ସୁଯୋଗ ଅପେକ୍ଷାରେ।
ଏବେ ବଡ଼ଆଶା ଟିପୁଙ୍କ ସ୍ବୟଂକ୍ରୀୟ ଖେଳନା ବାଘଟିକୁ ଫେରିପାଇବା। ଯେଉଁ ଦେଶରେ ସରକାରଙ୍କ ଜାତୀୟ ଜଳ ପରିଚାଳନା ବୋର୍ଡର ନିଷ୍କ୍ରିୟତାରୁ ପାଣି ପାଇଁ ହାହାକାର, ଜଣକୁ ବାର୍ଷିକ ୧୦୦୦କ୍ୟୁବିକ୍‌ ମିଟର ଯୋଗ୍ୟ ଜଳ ଯୋଗେଇବାକୁ ମାତ୍ର ଦେଶର ନିଷ୍ପତ୍ତି ଆଉ ଦେଶର ଅଧିକାଂଶ ଅଞ୍ଚଳ ଶୁଖିଲା ସେଠାରେ କିଭଳି ଲୋନ୍‌ ଗ୍ୟାରେଣ୍ଟି ଦେଇ ବାଘ ଉଦ୍ଧାର କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର! ତେବେ ଭାରତର ଗୌରବମଣ୍ଡିତ ଐତିହ୍ୟକୁ ନିଜ ଦେଶକୁ ନବାର ଆଗ୍ରହ ପାଇଁ ଏହା ‘ପାକିସ୍ତାନର ଗୋଟେ ଖୁସି’ ବୋଲି ଧରିବାକୁ ହେବ। ଚଳିତ ବ୍ୟାଘ୍ର ଗଣନାରେ ଭାରତର ଅଭୟାରଣ୍ୟରେ ୩୩ ପ୍ରତିଶତ ଅଧିକ ବାଘ ଥିବା ବନ୍ୟପ୍ରାଣୀ ସୁଚିନ୍ତକମାନଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ ପାକିସ୍ତାନରେ ଗୋଟିଏ ବି ବାଘ ନ ଥିବା ନୈରାଶ୍ୟକୁ ଟିପୁଙ୍କ ସୁଦୃଶ୍ୟ ବାଘଟି ଲଣ୍ଡନ ମ୍ୟୁଜିୟମରୁ ସିଧା ପାକିସ୍ତାନର ମ୍ୟୁଜିୟମକୁ ଡେଇଁବାର ଆଶା ରଖିଛନ୍ତି ପାକିସ୍ତାନବାସୀ। ନାଇଜେରିଆରେ ରକ୍ତପାତ କରି ୨୦୦ଟି ବେନିନ୍‌ ବ୍ରୋଞ୍ଜ୍‌ ମୂର୍ତ୍ତିକୁ ଅନାଗ୍ରହ ସତ୍ତ୍ୱେ ବ୍ରିଟେନ୍‌ ଫେରେଇଛି, ଯାହା ପୁଣି ବ୍ରିିଟିଶ ମ୍ୟୁଜିୟମକୁ ଫେରିବ। କାରଣ ନାଇଜେରିଆ ସରକାର ଦେଶକୁ ନବା ପାଇଁ ବ୍ରିଟେନ୍‌ଠାରୁ ଲୋନ୍‌ କରିଛନ୍ତି। ଏଲଗିନ୍‌ ମାର୍ବଲ ଏବେବି ଗ୍ରୀକ୍‌ ସରକାରଙ୍କ ନିୟନ୍ତ୍ରଣକୁ ଆସିନାହିଁ। ଫ୍ରାନ୍ସ ମଧ୍ୟ ଏହାକୁ ତା’ ଦେଶରେ ସାଇତି ରଖିଛି। ପାକିସ୍ତାନ ୨୦୧୬ରୁ ଖୀବର ପାଖତୁନ୍‌ଖ୍ବା ସ୍ବତନ୍ତ୍ର ବିଧେୟକ ଆଣିଛି। କେହି ଯଦି ପ୍ରାଚୀନ କଳାକୃତିର ସନ୍ଧାନ ପାଏ ତେବେ ସରକାରଙ୍କୁ ସୂଚନାଦେବେ। ଅମର୍ଯ୍ୟାଦା, ବଦଳାଇବା, ଭାଙ୍ଗିବା, ବିକୃତ କରିବା, ନିଜର ଦସ୍ତଖତ କରିବା କିମ୍ବା ଖୋଦେଇ କରିବା କାର୍ଯ୍ୟ କରନ୍ତି ତେବେ ଉକ୍ତ ୨୦୧୬ ଆଇନାନୁସାରେ ୫ବର୍ଷ କାରାଦଣ୍ଡ କିମ୍ବା ୫ ମିଲିଅନ୍‌ ଅର୍ଥଦଣ୍ଡ ଅବା ଉଭୟରେ ଦଣ୍ଡିତ ହେବେ। ୨୦୧୭ରେ ଭାମଲା, ହରିପୁରଠାରେ ବୁଦ୍ଧଙ୍କର ପ୍ରାଚୀନ ମୂର୍ତ୍ତି ଉଦ୍ଧାର ପରେ ବିରୋଧୀ ଦଳ ନେତା ହିସାବରେ ଇମ୍ରାନ୍‌ ଖାନ୍‌ ସେତେବେଳେ କହିଥିଲେ, ‘ଏଭଳି ଐତିହ୍ୟ ସ୍ଥାନଗୁଡ଼ିକ ଦେଶର ବଡ଼ ସମ୍ପଦ ହୋଇ ରହିବ।’ ହେଲେ ଏବେ ପାକିସ୍ତାନରେ ଉଦ୍ଧାର କରାଯାଇଥିବା ବିଶାଳ ବୁଦ୍ଧ ମୂର୍ତ୍ତିଟିକୁ ଭାଙ୍ଗି ବିକୃତ କରାଯିବାରେ ଇମ୍ରାନ ସରକାର ଉପରୁ ଦେଶର ଆସ୍ଥା ତୁଟିଯାଉଥିବାବେଳେ ଜାକରିଆଙ୍କ ସ୍ବପ୍ନର ବାଘଟି କେତେଦିନ ପାକିସ୍ତାନବାସୀ ଦେଖିପାରିବେ ବା ଦେଶରେ ରହିପାରିବ ତାହାର ଉତ୍ତର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଇପାରିବେ।
ମୋ:୮୨୪୯୮୨୭୧୪୮
Email: karsarada77@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri