ଭଲ ଖବର

ରଞ୍ଜନ କୁମାର ଦାସ

ଫିରିଙ୍ଗୀ ଅର୍ଥନୀତିଜ୍ଞ ଥୋମାସ୍‌ ଗ୍ରେସାମ୍‌ ଆଜକୁ ଚାରିଶହ ବର୍ଷ ତଳେ କହିଥିଲେ ଯେ, ଯେତେବେଳେ ବଜାରକୁ ଖରାପ ଶକ୍ତିମାନେ ପ୍ରବେଶ କରନ୍ତି ଭଲ ଶକ୍ତିମାନେ କ୍ରମେକ୍ରମେ ନିଷ୍ପ୍ରଭ ହୋଇଯାଆନ୍ତି। ସେତେବେଳର ସୀମିତ ଅର୍ଥନୈତିକ ବଜାରକୁ ଲକ୍ଷ୍ୟ କରି ସେ ହୁଏତ ଏକଥା କହିଥିଲେ ା ମାତ୍ର ସେ କେବେ ବି ଅନୁମାନ କରି ନ ଥିବେ ଯେ ଏ କଥାଟି ଦିନେ ଜୀବନର ସବୁ କ୍ଷେତ୍ରରେ ସାର୍ବଜନୀନ ଭାବେ ପ୍ରଯୁଜ୍ୟ ହୋଇ ତାଙ୍କୁ ନିତ୍ୟ ସ୍ମରଣୀୟ କରିଦେବ ା
ବାସ୍ତବରେ ଆମେ ଦୈନନ୍ଦିନ ଜୀବନରେ ଲକ୍ଷ୍ୟ କରିଚୁ କୌଣସି ସଭାସମିତି ବା ସଂଗଠନରେ ଯେତେବେଳେ ବାଜେଲୋକମାନେ ପଶନ୍ତି ସେମାନେ ପରିସ୍ଥିତିକୁ ଏତେ ପ୍ରଦୂଷିତ କରିଦିଅନ୍ତି ଯେ ଭଲଲୋକମାନେ କଥା କହିବାକୁ ବା ସେଠି ବସାଉଠା କରିବାକୁ ଆଉ ପସନ୍ଦ କରନ୍ତି ନାହିଁ ା
ଆପଣା ମହତ ଆପେ ଜଗି ସେଠୁ ଅପସରି ଯାଆନ୍ତି ା ପହିଲମାନକୁ ଆମେ ଯେତେ ନ ଡରୁ ତାଠୁ ମଦ ପିଇପିଇ, ଲଡବଡ଼ ହୋଇ ଠିଆହୋଇପାରୁ ନ ଥିବା, ଚାଲିପାରୁ ନ ଥିବା ଲୋକଟିକୁ ବେଶି ଡରୁ ା କାରଣ ଆମେ ଜାଣୁ ପହିଲମାନ ହେଲେ ମଧ୍ୟ ସେ ଅକାରଣରେ କାହାର କିଛି କ୍ଷତି କରିବ ନାହିଁ, ମାତ୍ର ମଦୁଆଟି ବିନା କାରଣରେ ଆପଣଙ୍କୁ ହଟହଟା କରିପାରିବ ା ଏଠି ସମାଜ ଭଲ ଲୋକର ମହତପଣିଆକୁ ଯେତେ ସମ୍ମାନ ନ ଦିଏ ଖରାପ ଲୋକର ଦୁଷ୍ଟ ପ୍ରକୃତିକୁ ସେତେ ଗୁରୁତ୍ୱର ସହିତ ନିଏ ା
ସେଇଭଳି ଆମ ସମାଜରେ ନିତି ଅନେକ ଭଲ ଓ ଖରାପ ଘଟଣା ଘଟୁଛି। ଭଲ ଖବର ଓ ଖରାପ ଖବର ବି ପ୍ରକାଶ ପାଉଛି। କିନ୍ତୁ ଭଲ ଠାରୁ ଖରାପ ଖବର ଶୀଘ୍ର ବ୍ୟାପେ ା ଖବରକାଗଜ ବା ଟିଭି ପାଇଁ ଚାଞ୍ଚଲ୍ୟକର ଖବର ଅଧିକ ଗୁରୁତ୍ୱ ରଖେ । କାରଣ ସେମାନେ ଜାଣନ୍ତି ଆମେ ମସଲାଦାର ଖବର ଖୋଜୁ ା ଯୋଉ ଖବରର ଶୀର୍ଷକ ଯେତେ ମସଲାଦାର ହୋଇଥିବ ତା’ ଭିତରକୁ ପାଠକ ସେତେ ପଶିବ ା ଆମ ସର୍ବସାଧାରଣଙ୍କ ମାନସିକତା ମଧ୍ୟ ସେଇଭଳି ା ଆମେ ସତ୍‌ସଙ୍ଗଟିଏ କି ଭଜନ ସଂଧ୍ୟାଟିଏ କେଉଁଠି ହେଉଥିଲେ ଆଗଧାଡି଼ରେ ଆମ ପାଇଁ ଚଉକି ରଖି ଆମକୁ ଡାକିଲେ ଆମେ ନାନା ବାହାନା କରି ସେଠାକୁ ଯାଉନା, ମାତ୍ର ରାସ୍ତାକଡ଼ରେ ରେକର୍ଡ଼ ଡ୍ୟାନ୍‌ସ କରି ଗୀତ ଗାଉଥିବା ମେଲୋଡ଼ି ପ୍ରୋଗ୍ରାମ୍‌ ପାଇଁ ଘଣ୍ଟାଘଣ୍ଟା ଠିଆହୋଇ ଦେଖିପାରୁ ା ଗୋଟିଏ କଥା ଏଥିରୁ ନିଷ୍କର୍ଷ ବାହାରିପାରେ ଯେ ଏ ପର୍ଯ୍ୟନ୍ତ ଆମେ ଭଲ ଓ ଖରାପ ଭିତରେ ପାର୍ଥକ୍ୟ ଠଉରେଇ ପାରିନାହୁଁ ା
ଏ ସ୍ଥିତିରୁ ଆମର ମୁକ୍ତି ନାହିଁ ା କାରଣ ଆମ ଚାହିଁବା ମୁତାବକ ସମାଜ ବଦଳିବ ନାହିଁ ବା ଅନ୍ୟମାନଙ୍କ ମାନସିକତା ବଦଳିବ ନାହିଁ ା ଆମକୁ ତା’ ଭିତରେ ଖାପ ଖୁଆଇ ଚଳିବାକୁ ପଡି଼ବ ା ଶାନ୍ତିରେ ବଞ୍ଚିବା ପାଇଁ ଆବଶ୍ୟକୀୟ ଜୀବନକୌଶଳକୁ ବଦଳେଇବାକୁ ପଡି଼ବ ା
ମୋର ମନେପଡୁଚି ଥରେ ଗୋଟିଏ ଜାଗାରେ ଆମେ ଖୁବ୍‌ ଗୋଟେ ବଡ଼ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇଥିଲୁ ା ପ୍ରତିଦିନ ଗଣମାଧ୍ୟମରେ ଜିଲା ପ୍ରଶାସନ ଉପରେ ନକାରାମତ୍କ ଲେଖା ବାହାରୁଥିଲା ା ସକାଳୁ ଉଠି ଖବରକାଗଜ ଖୋଲୁଖୋଲୁ ଏଭଳି ସମାଲୋଚନା ସବୁ ପଢ଼ି଼ ଦିନଯାକର ଯୋଜନା ବିଗିଡି଼ଯାଏ ା ଗଣମାଧ୍ୟମ ବା ନାଗରିକ ସମାଜ ସମାଲୋଚନା କରୁ ଏଥିରେ ମନାନାହିଁ ା ତାହେଲେ ହିଁ ପ୍ରଶାସନ ସବୁବେଳେ ଅଧିକ ଦାୟିତ୍ୱସମ୍ପନ୍ନ ଓ କ୍ରିୟାଶୀଳ ହେବ ା ମାତ୍ର ଯୋଉଠି ଭଲ କିଛି କିଛି ହଉଚି ତାକୁ ପ୍ରଶଂସା କରିବାକୁ ମଧ୍ୟ କୁଣ୍ଠାବୋଧ କରିବା ଉଚିତ ନୁହେଁ ା ପ୍ରଶଂସା ଓ ସମାଲୋଚନା ଉଭୟ ଏ ଧାରରେ ହେଲେ ସନ୍ତୁଳନ ଠିକ୍‌ ରହିଲା ଭଳି ଲାଗେ ା ନ ହେଲେ କଥାଟା ଏକତରଫା ହୋଇଗଲେ ଉତ୍ସାହୀ ଓ ଉଦ୍ୟମୀ ଲୋକଙ୍କର କାମ କରିବାକୁ ମନ ଭାଙ୍ଗିଯାଏ ା
ସେଇ ସମୟରେ ମନେପଡୁଚି ମୋର ଅନେକ ସହକର୍ମୀ ହତୋତ୍ସାହିତ ହୋଇ ପଚାରନ୍ତି ଗଣମାଧ୍ୟମର ଏ ନକାରାମତ୍କ ଆକ୍ରମଣକୁ କିଭଳି ଭାବେ ମୁକାବିଲା କରିବା ? ଥରେ ଜଣେ ସାମ୍ବାଦିକ ବନ୍ଧୁଙ୍କୁ ମୁଁ ପଚାରିଥିଲି ଆପଣମାନେ ସବୁବେଳେ କାହିଁକି ଅନ୍ୟର ଦୋଷ ଦୁର୍ବଳତା ଖୋଜୁଛନ୍ତି ା ଯଦିବା ଆପଣଙ୍କୁ କେବଳ ଖରାପ ଜିନିଷ ସବୁ ଦିଶୁଚି କିଭଳି ତା’ର ସମାଧାନ ହେବ, ସେସବୁ କାହିଁକି ଲେଖୁନାହାନ୍ତି । ବନ୍ଧୁ ଜଣକ କହିଲେ ଭଲ ଖବର କାଇଁ କୋଉଠି ଘଟୁଚି । ଆମେ ତ ଖୋଜିଲେ ବି ପାଉନୁ, କ’ଣ କରିବୁ ? ମୁଁ ଅନୁଭବ କଲି, ସତ କଥା ତ ା ଭଲ ଖବରର ଅଭାବରୁ ଖରାପ ଖବର ତା’ର ସ୍ଥାନ ନେଇଯାଉଚି ା ବହୁ ମାନସମନ୍ଥନ ପରେ ମୁଁ ସ୍ଥିର କଲି ଆମେ ପ୍ରତିଦିନ ଏତେ ଭଲ ଖବର ସୃଷ୍ଟି କରିବା ଯେ ସେସବୁ ରିପୋର୍ଟ କଲାପରେ ଖରାପ ଖବର ପାଇଁ କାଗଜରେ ଯେମିତି ଆଉ ଜାଗା ରହିବ ନାହିଁ ା
ଯେଉଁଠି ଦୁର୍ଯୋଗ ଥାଏ ତାକୁ ସୁଯୋଗରେ ପରିଣତ କରିବାର ସମ୍ଭାବନା ଥାଏ ା ଯେଉଁଠି ସ୍ଥିତି ଖରାପ ଥାଏ ସେଠି ସୁଧାରିବା ପାଇଁ ସୁଯୋଗ ମଧ୍ୟ ଥାଏ ା ଯୋଉଠି ଅନ୍ଧାର ଥାଏ ସେଠି ଛୋଟ ଦୀପଟିଏ ଜାଳିଦେଲେ ବି ତାହା ବହୁତ ବଡ଼ ପ୍ରଚେଷ୍ଟା ରୂପେ ପରିଗଣିତ ହୁଏ ା ତେଣୁ ଆମେ ଚିନ୍ତାକଲୁ କୋଉ କୋଉ ଜାଗାରେ ଆମେ କିଛି ସୁଧାର ଆଣିପାରିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ସେଇସେଇ କ୍ଷେତ୍ରରେ ଆମେ ମନୋନିବେଶ ମଧ୍ୟ କଲୁ ା ଆଶ୍ଚର୍ଯ୍ୟର କଥା ଅଳ୍ପଦିନ ମଧ୍ୟରେ ସେଇ ଗଣମାଧ୍ୟମମାନେ ଆମର ହାତ ତିଆରି ଛୋଟମୋଟ ଭଲକାହାଣୀ ଦ୍ୱାରା ଧୀରେ ଧୀରେ ପ୍ରଭାବିତ ହେବା ଆରମ୍ଭ ହେଲେ ା ସେଇମାନେ ହିଁ ତା’ ପରେ ପରେ ନିତି ଆସି ପଚାରନ୍ତି ସାର୍‌ ଆଜି କିଛି ଭଲ ଖବର ଅଛି କି ?
ଏଇ ମନୋଭାବରେ ପରିବର୍ତ୍ତନଟି ନିଜେ ଗୋଟିଏ ଭଲ ଖବର ନୁହେଁ କି ? ସବୁଜ ପ୍ରାନ୍ତରରେ ପଡ଼ିଥିବା ଶୁଖିଲାପତ୍ରଗୁଡ଼ିକୁ ଛାଡ଼ି ତା’ର ସବୁଜିମାକୁ ଦେଖିବାର ମାନସିକତା ଓ ସେଇ ଶୁଖିଲାପତ୍ର ସବୁକୁ ଝାଡୁ ମାରିଦେଇ ସେ ସବୁଜିମାକୁ ସମସ୍ତଙ୍କ ଦୃଷ୍ଟିକୁ ଆଣିବାର ମାନସିକତା କ’ଣ ନିଜେ ଗୋଟେ ଭଲ ଖବର ନୁହେଁ କି ?
ପ୍ରତିଦିନ ଏମିତି କିଛି କିଛି ଭଲ ଖବର ଯଦି ଗଣମାଧ୍ୟମଗୁଡ଼ିକର ପୃଷ୍ଠାମଣ୍ଡନ କରେ ତେବେ ସେଥିରେ କିଛି ନା କିଛି ଲୋକ ଅନୁପ୍ରାଣିତ ହେବା ସ୍ବାଭାବିକ ା କେବଳ ସେମାନେ ଅନୁପ୍ରାଣିତ ହେବେନାହିଁ ବରଂ ତାକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରୟୋଗ କରିବେ ଏବଂ ଆହୁରି ଅନେକ ଭଲଭଲ ଖବର ସୃଷ୍ଟି କରିବାରେ ଯେ ସହାୟକ ହେବେ ଏକଥା ଆଶା କରିବା ଅନୁଚିତ ହେବନାହିଁ ା ନୂତନତ୍ୱର ଏଇ ଅଭିଯାତ୍ରାରେ ଦୟା, କ୍ଷମା, କରୁଣା, ସହୃଦୟତା, ଜ୍ଞାନ, ବିଜ୍ଞାନ, ଆଶା, ସକାରାମତ୍କ ଚିନ୍ତନ ସଂସ୍କାର ଓ ସମ୍ଭାବନାର ନୂତନ ପ୍ରସ୍ଥ ସବୁ ଉନ୍ମୋଚିତ ହେବ ା ଅନିଲ ସ୍ବରୂପ ନାମକ ଜଣେ ଅବସରପ୍ରାପ୍ତ ଆଇ.ଏ.ଏସ୍‌. ଅଫିସର ଏବେ ‘ନେକ୍ସସ ଅଫ୍‌ ଗୁଡ୍‌’ ନାମକ ଏକ ୱେବ୍‌ସାଇଟ୍‌ ଆରମ୍ଭ କରିଛନ୍ତି, ଯେଉଁଥିରେ ପ୍ରତିଦିନ ସେ ଭାରତର କେଉଁ ପ୍ରାନ୍ତରେ, କେଉଁଠି କ’ଣ, କାହାଦ୍ୱାରା, କି ଭଲ କାମ ହେଉଛି ତାକୁ ପ୍ରକାଶିତ କରେଇବାର ଦାୟିତ୍ୱ ନେଇଛନ୍ତି ା ସେଠି ଭାରତରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ହୋଇଥିବା ଅନେକ ଭଲକାମ ବିଷୟରେ ଖବର ସଂଗ୍ରହ କରି ନିୟମିତ ଭାବେ ସେ ଟୁଇଟ୍‌ କରିଥାନ୍ତି ା ଭଲ କାମ କରିଥିବା ଲୋକେ ଏହାଦ୍ୱାରା ଉତ୍ସାହିତ ହୋଇଥାନ୍ତି, ଅନ୍ୟମାନେ ତା’ ଦ୍ୱାରା ଅନୁପ୍ରାଣିତ ହୋଇଥାନ୍ତି ା ଏମିତି ଭଲକଥାମାନ ଆମ ଚାରିପଟେ ଘଟୁଥିବାର ଶୁଣି ଶୁଣି ହୁଏତ କିଛି ଲୋକ ନିଜେ ମଧ୍ୟ ଭଲ କାହାଣୀର ସ୍ବତ୍ରଧାର ପାରନ୍ତି ା
ଦସ୍ୟୁ ରନତ୍ାକର ମରାମରା ଜପୁ ଜପୁ କେତେବେଳେ ତାହା ରାମରାମରେ ପରିଣତ ହୋଇଯାଇଥିଲା ଯେମିତି ସେ ନିଜେ ମଧ୍ୟ ଜାଣିପାରି ନ ଥିଲେ ଏବଂ ସମୟକ୍ରମେ ମହର୍ଷି ବାଲ୍ମୀକିରେ ରୂପାନ୍ତରିତ ହୋଇଯାଇଥିଲେ ସେମିତି ହୁଏତ ଭଲକଥାଗୁଡ଼ିକ ଆମ କାନରେ ଅହରହ ବାଜି ଆମକୁ ନୂଆ ଏକ ବାଲ୍ମୀକିରେ ପରିଣତ କରିଦେଇପାରିବ, ଯିଏ ଏକ ନୂତନ ରାମାୟଣ ଓ ଏକ ନୂତନ ରାମରାଜ୍ୟର ପ୍ରତିଷ୍ଠାରେ ସହାୟକ ହେଇପାରିବ ା
ମୋ: ୯୪୩୭୨୮୬୫୧୨
ranjank.das.rkd@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?