ଫେସ୍‌ବୁକ୍‌

ସୋସିଆଲ ମିଡିଆର ଅନ୍ୟତମ ଶକ୍ତିଶାଳୀ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ। ଏବେ ଭାରତରେ ସର୍ବାଧିକ ୩୪ କୋଟିରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ଆକାଉଣ୍ଟ ରହିଛି। ଅବଶ୍ୟ ତନ୍ମଧ୍ୟରୁ ଅନେକ ଆକାଉଣ୍ଟ ଫେକ୍‌ (ଠକ ବା ଜାଲ୍‌) କିମ୍ବା ଜଣେ ବ୍ୟକ୍ତି ପାଖରେ ଏକାଧିକ ପେଜ୍‌ ରହିଛି। ସେଥିପାଇଁ ଏହି ସଂଖ୍ୟା ବାସ୍ତବ ଚିତ୍ର ଦର୍ଶାଉ ନ ଥାଇପାରେ। ଫେସ୍‌ବୁକ୍‌କୁ ଭାଜପା ନିୟନ୍ତ୍ରଣ କରୁଥିବା ସମ୍ପର୍କିତ ଏକ ରିପୋର୍ଟ ଏବେ ଆମେରିକାର ପ୍ରତିଷ୍ଠିତ ଖବରକାଗଜ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ‘ଫେସ୍‌ବୁକ୍‌ ହେଟ୍‌-ସ୍ପିଚ୍‌ ରୁଲ୍ସ କୋଲାଇଡ୍‌ ଓ୍ବିଥ୍‌ ଇଣ୍ଡିଆନ୍‌ ପଲିଟିକ୍ସ’ ଶୀର୍ଷକ ଲେଖା ପ୍ରକାଶ ପାଇବା ପରେ ବିତର୍କ ଆରମ୍ଭ ହୋଇଛି।
ଏଭଳି ସ୍ଥିତି ପଛରେ ଏକ କ୍ଷୁଦ୍ର ଇତିହାସ ରହିଛି। ବିଗତ କିଛିମାସ ଧରି ଆମେରିକାରେ ଆରମ୍ଭ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଫେସ୍‌ବୁକ୍‌ ବ୍ୟବହାରକାରୀମାନେ ଅନେକ ପୋଷ୍ଟିଂ କରୁଛନ୍ତି। ବିଶେଷକରି ଏବେକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ତାଙ୍କର ଦ୍ୱିତୀୟ ନିର୍ବାଚନୀ ପ୍ରଚାରକୁ ଘୃଣା ଏବଂ ହିଂସା ମାଧ୍ୟମରେ ପରିଚାଳନା କରିବା ପାଇଁ ଚେଷ୍ଟା କରୁଛନ୍ତି। ଆମେରିକାରେ ଲାଗିରହିଥିବା ବର୍ଣ୍ଣବୈଷମ୍ୟ ବିବାଦକୁ ଏବେ ଅଧିକ ଇନ୍ଧନ ଦିଆଯାଉଛି। ଏହି ପଦକ୍ଷେପରେ ମୁଖ୍ୟତଃ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଆଗଧାଡ଼ିରେ ଥିବାର ପରିଲକ୍ଷିତ ହେଉଛି। ସବୁ ସୋସିଆଲ୍‌ ମିଡିଆରେ ଉଗ୍ର ବର୍ଣ୍ଣବୈଷମ୍ୟ ବିବାଦ ସହିତ ଅଣ-ଗୋରା ଚମଡ଼ା ବିରୋଧରେ ହିଂସା ଘଟାଇବା ପାଇଁ ଯେଉଁ ଉଦ୍ୟମ ରାଷ୍ଟ୍ରପତି ଟ୍ରମ୍ପ୍‌ ପରୋକ୍ଷରେ ଉତ୍ସାହିତ କରିଆସୁଥିଲେ ତାହା ଏକ ନିର୍ଣ୍ଣାୟକ ମୋଡ଼ରେ ଆସି ପହଞ୍ଚିଛି। ଫେସ୍‌ବୁକ୍‌ ତୁଳନାରେ ଅନ୍ୟ କେତେକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଯଥା ଟୁଇଟର ଏ ଘୃଣାଭାବ ବିରୋଧରେ, ସ୍ବଇଚ୍ଛାରେ, ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତିି। ତଦନୁଯାୟୀ ଅନେକ ଠକ ଆକାଉଣ୍ଟ ବନ୍ଦ କରିବା ସହିତ ଖୋଦ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପୋଷ୍ଟିଂ ଉପରେ ଟୁଇଟର ମତ ଯୋଡୁଛି। ରାଜନୀତି ସହିତ ଘୃଣାର ଯୋଡ଼ି ଆମେରିକା ସମାଜ ପାଇଁ ଏକ ନୂତନ ଘଟଣା। ସେଠାକାର ନିର୍ବାଚନ ସମୟରେ କୌଣସି ଦ୍ୱେଷ ବା ହିଂସା ପୂର୍ବରୁ ଘଟିବାର ନଜିର ନ ଥିଲା। ୨୦୨୦ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଏକ ନୂତନ ବ୍ୟତିକ୍ରମ ବୋଲି କୁହାଯାଇପାରିବ।
ଘୃଣା ଏବଂ ହିଂସାର ପ୍ରଚାରକୁ ସାମାଜିକ ସ୍ତରରେ ବିରୋଧ ହେବା ପରେ ଆମେରିକାର ଅନେକ ବୃହତ୍‌ କମ୍ପାନୀ ବା କର୍ପୋରେଟ୍‌ ଫେସ୍‌ବୁକ୍‌ରେ ନିଜର ବିଜ୍ଞାପନ ବନ୍ଦ କରାଇ ଦେଇଛନ୍ତି। ଏହାଫଳରେ ଫେସ୍‌ବୁକ୍‌ର ମାତୃଭୂମି ଆମେରିକାରେ ତାହାର ମାଲିକ ମାର୍କ ଜୁକରବର୍ଗ ହତାଶ ହୋଇପଡ଼ିଛନ୍ତି। ସେତିକିବେଳେ ଭାରତ ଭଳି ଦେଶ ତାଙ୍କ ସହିତ କାନ୍ଧ ମିଳାଇବା ପାଇଁ ଆଗେଇ ଆସିଛି। ଆମ ଦେଶରେ ଫେସ୍‌ବୁକ୍‌ ବ୍ୟବହାର କରି ସଂଖ୍ୟାଲଘୁ ଏବଂ ରାଜନୈତିକ ବିରୋଧୀଙ୍କୁ ହିଂସାତ୍ମକ ଧମକ ଦିଆଯାଉଛି ବୋଲି ଆମେରିକାର ଓ୍ବାଲର୍‌ଡ ଷ୍ଟ୍ରିଟ୍‌ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପାର ସଦସ୍ୟମାନେ ଫେସ୍‌ବୁକ୍‌ ମାଧ୍ୟମରେ ଅନେକ ଅଶାନ୍ତି ସୃଷ୍ଟି କରୁଛନ୍ତି। ଭାରତରେ ଶାସକ ଦଳର ନେତାମାନେ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆରେ ଘୃଣା ତଥା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ରଖୁଥିଲେ ମଧ୍ୟ ତାହା ଉପରେ ପ୍ରତିବନ୍ଧକ ଲଗାଯାଇପାରୁ ନାହିଁ। ଖବର ମିଳିଛି ଯେ, ଭାରତରେ ଫେସ୍‌ବୁକ୍‌ର ପବ୍ଲିକ୍‌-ପଲିସି ଏକ୍‌ଜିକ୍ୟୁଟିଭ୍‌ ଥିବା ଆଙ୍ଖି ଦାସ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅନାଗ୍ରହ ଦେଖାଉଛନ୍ତି। ଏହା ପଛରେ ଏକ ବୁଝାମଣା କାମ କରୁଛି। ଆଙ୍ଖିଙ୍କ ଭଉଣୀ ରଶ୍ମି ଦାସ ଜବାହରଲାଲ ନେହେରୁ ବଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଏବିଭିପିର ନେତ୍ରୀ ଥିଲେ। ତେଣୁ ଆଙ୍ଖି ଭାଜପା ଦ୍ୱାରା ପ୍ରଭାବିତ ହୋଇଥାଇପାରନ୍ତି ବୋଲି ଜାଣିବା ଶୁଣିବା ମହଲରେ ଆଲୋଚନା ହେଉଛି। ସେଥିପାଇଁ ଫେସ୍‌ବୁକ୍‌ରେ ପୋଷ୍ଟିଂ ହେଉଥିବା ଉତ୍ତେଜନାପୂର୍ଣ୍ଣ ଭାଷଣକୁ ସେ ବନ୍ଦ କରିବାକୁ ଚାହୁଁ ନାହାନ୍ତି। ବିଶେଷକରି କମ୍ପାନୀର ଆଭ୍ୟନ୍ତରୀଣ ଜଗୁଆଳି ଗୋଷ୍ଠୀ କହିସାରିଛି ଯେ, ଭାଜପାର କେତେକ ସମର୍ଥକ ଫେସ୍‌ବୁକ୍‌ର ଆଇନ ଉଲ୍ଲଂଘନ କରୁଛନ୍ତି। ତଥାପି ଆଙ୍ଖି ଦାସ ଏ ଦିଗରେ ଆଖି ପକାଇବାକୁ ଅରାଜି। ପୁଣି ଭାରତରେ ସରକାରଙ୍କ ସହ କର୍ପୋରେଟ୍‌ ମିଶିକରି ଥିବାରୁ ଫେସ୍‌ବୁକ୍‌ ଦୁଇ ଆଡ଼ୁ ଫାଇଦା ଉଠାଇବା ସକାଶେ ବିଧିବଦ୍ଧ ଯୋଜନା କରିଥାଇପାରେ। ଅବଶ୍ୟ ଉକ୍ତ ପ୍ରସଙ୍ଗ ଏବେ ବିତର୍କ ପାଲଟିଯାଇଥିବାରୁ ଫେସ୍‌ବୁକ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଗଲାଣି ଯେ ସଂସ୍ଥା କୌଣସି ଭାବେ ରାଜନୈତିକ ବାଛବିଚାର ନ ରଖି ଘୃଣା ଭାଷଣ ଓ ଉତ୍ତେଜନା ସୃଷ୍ଟିକାରୀ ଅଂଶକୁ ଭଲ ଭାବେ ଯାଞ୍ଚ କରୁଛି। ଏ ଦିଗରେ ଅଧିକ କିଛି ପଦକ୍ଷେପ ନେବାକୁ ଉଦ୍ୟମ ହେଉଛି ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି।
ଶୁଣାଯାଉଛି ଫେସ୍‌ବୁକ୍‌ ଭାରତ ଭଳି ଏକ ବିଶାଳ ଜନସଂଖ୍ୟାବହୁଳ ଦେଶରେ ବ୍ୟବସାୟକୁ ସଙ୍କୁଚିତ କରିବାକୁ ଚାହୁଁ ନାହିଁ। ତେଣୁ ସରକାରୀ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରି ଫାଇଦା ଉଠାଉଛି। ଏବେ ଧରାପଡ଼ିଯାଇଥିବାରୁ ସଚ୍ଚୋଟ ହେବାକୁ ଯାଇ ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ, ଘୃଣା ଭାଷଣ ଅଥବା ବିଷୟବସ୍ତୁ ଯେଭଳି କୌଣସି ହିଂସା ନ ଘଟାଇବ ସେଥିଲାଗି କମ୍ପାନୀ ଜାଗତିଆର ରହିଛି। ହେଲେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟରେ ଭାରତରେ ରିଲାଏନ୍ସ ଜିଓ କମ୍ପାନୀର ପ୍ରାୟ ୧୦ ପ୍ରତିଶତ ଅଂଶଧନ ଫେସ୍‌ବୁକ୍‌ ଦ୍ୱାରା କିଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri