ଟିକ୍‌ଟକ୍‌ ଭିଡିଓ କରି ମାସ୍କର ଉଡ଼ାଉଥିଲେ ମଜା, ଏବେ ନିଜେ କରୋନା ଆକ୍ରାନ୍ତ

ସମଗ୍ର ବିଶ୍ୱକୁ ମହାମାରୀ କରୋନା ଭୂତାଣୁ ଗ୍ରାସ କରିଥିବା ବେଳେ ଟିକ୍‌ଟକ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଟିକ୍‌ଟକ୍‌ ୟୁଜର ମାସ୍କର ମଜା ଉଡ଼ାଉଥିବା ବା ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଯାହା ତାଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି। ସେହି ଯୁବକ ଜଣକ ନିଜେ ଏବେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି। ଟିକ୍‌ଟକ୍‌ ୟୁଜର ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ସାଗର ଜିଲାର। ଏକ ଟିକ୍‌ଟକ୍‌ ଭିଡିଓରେ କରୋନାରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାରକୁ ସେ ଥଟ୍ଟା ପରିହାସ କରିଥିଲେ। ଯେଉଁ ସମୟରେ ଦେଶରେ ତୀବ୍ର ବେଗରେ କରୋନା ମାଡ଼ିଚାଲିଥିଲା। ଏହି ଯୁବକ ଜଣକ ବାଇକ୍‌ରେ ବସି ଟିକ୍‌ଟକ୍‌ ଭିଡିଓ ଶୁଟିଂ କରୁଥିଲେ। ଭିଡିଓଟିକୁ ଦେଖି କେହି ଜଣେ ତାଙ୍କୁ ମାସ୍କ ପିନ୍ଧିବାକୁ କହିଥିଲେ। ପରେ ଯୁବକ ଜଣକ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ। ସେ କହିଥିଲେ ଏ କପଡ଼ା ଉପରେ କ’ଣ ବିଶ୍ୱାସ? ଯଦି ତୁମେ ବିଶ୍ୱାସ କରୁଛ କର।
ସେହିପରି ଭିଡିଓର ଦ୍ୱିତୀୟ ଭାଗରେ ଉକ୍ତ ମାସ୍କକୁ ସେ ପବନରେ ଉଡ଼ାଇ ଦେଉଥିବା ନଜର ଆସିଥିଲା। ଏହାର କିଛିଦିନ ପରେ ସଂପୃକ୍ତ ଯୁବକଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପରେ ଅଧିକାରୀମାନେ ହସ୍ପିଟାଲ ଯାଇ ତାଙ୍କ ମୋବାଇଲ୍‌ ସିଜ୍‌ କରିଥିଲେ। ସଂପୃକ୍ତ ଯୁବକ ଜଣକ ଆଇସୋଲେଶନରେ ଥାଇ ମଧ୍ୟ ଟିକ୍‌ଟକ୍‌ ଭିଡିଓ ଅପ୍‌ଲୋଡ କରୁଥିଲେ। ଏହି ଭିଡିଓରେ ସେ କୋଭିଡ୍‌-୧୯ରେ ସଂକ୍ରମିତ ଏବଂ ବର୍ତ୍ତମାନ ସେ ଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ ବୋଲି ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଅନ୍ୟପକ୍ଷରେ ସାଗର ଜିଲାର ସରକାରୀ ବୁନ୍ଦେଲଖଣ୍ଡ ମେଡିକାଲ କଲେଜର ଡାକ୍ତର କହିଛନ୍ତି, ବର୍ତ୍ତମାନ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ...

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି,...

ଖାଇବାକୁ ନ ପାଇ ଘରମୁହାଁ ହେଉଥିଲେ ପଶ୍ଚିମବଙ୍ଗର ୧୧ ଶ୍ରମିକ: ଉଦ୍ଧାର ପରେ ରଖାଗଲା ଆଇସୋଲେଶନ ସେଣ୍ଟରରେ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୧୧ ଶ୍ରମିକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି।...

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିଲେ ଯୁବତୀ: ଏହି କାରଣ ପାଇଁ ୧୨ ବର୍ଷ ପରେ କାଟିଲେ, କହିଲେ ଏମିତି କିଛି…

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିବା ଗୁଜରାଟର ନୀଲାଂଶୀ ପଟେଲ ଏବେ କେଶ କାଟି ଦେଇଛନ୍ତି। କେଶ କାଟିବା ସମୟରେ ସେ ନର୍ଭସ ଲାଗୁଥିବା...

୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍‌

ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍‌ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

କରୋନା ରୋଗୀଙ୍କ ପାଇଁ ରକ୍ତଦାନ

କଟକ ଅଫିସ,୨୦।୪: ରକ୍ତ ଅଭାବ ସମସ୍ୟା ଦୂରେଇବାକୁ ରକ୍ତଦାନର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କ ପାଇଁ କୃଷକ ବଜାର ବ୍ୟବସାୟୀ ସଂଘ...

ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ...

ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍‌-୧୯

କୋଭିଡ୍‌-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ...

Advertisement
Archives

Model This Week