ଟିକସ ଆଦାୟ ଲକ୍ଷ୍ୟ ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୨୧(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ମଙ୍ଗଳବାର ଗଞ୍ଜାମ, କନ୍ଧମାଳ ଓ ନୟାଗଡ ଜିଲାର ସହରାଞ୍ଚଳ ଉନ୍ନୟନ ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ ଯୋଗଦେଇ ସମୀକ୍ଷା କରିଥିଲେ। ତାଙ୍କ ସହ ବିଭାଗର ଅଧିକାରୀମାନେ ଆସିଥିଲେ। ବୈଠକରେ ସହରାଞ୍ଚଳ ଗୁଡ଼ିକରେ ଚାଲିଥିବା ବର୍ଜ୍ୟବସ୍ତୁ ପରିଚାଳନାଠାରୁ ଆରମ୍ଭ କରି ପାଇଖାନା ନିର୍ମାଣ, ପ୍ରତି ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ, ପ୍ରତି ଘରୁ ଆବର୍ଜନା ସଂଗ୍ରହ, ବିଭିନ୍ନ ଟିକସ ଆଦାୟ ଏବଂ କନିଷ୍ଠ ଯନ୍ତ୍ରୀମାନଙ୍କ କାର୍ଯ୍ୟର ସହରାଞ୍ଚଳୱାରୀ ସମୀକ୍ଷା କରାଯାଇଥିଲା।
ବ୍ରହ୍ମପୁର ମହାନଗର ନିଗମରେ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ରାଜୀବ ଗାନ୍ଧୀ ଆବାସ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁତଳ କୋଠା ନିର୍ମାଣ କରି ଥଇଥାନ କରିବାକୁ ପ୍ରମୁଖ ଶାସନ ସଚିବ କହିଥିଲେ। ଜାଗା ମିଶନ ଗଞ୍ଜାମରୁ ଆରମ୍ଭ ହୋଇଥିଲା। ପରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହାର ଶୁଭାରମ୍ଭ ହୋଇଛି। ଗଞ୍ଜାମ ପୂରା ରାଜ୍ୟକୁ ବାଟ ଦେଖାଇଥାଏ ବୋଲି କହି ପ୍ରମୁଖ ଶାସନ ସଚିବ ଜିଲାକୁ ପ୍ରଂଶସା କରିଥିଲେ। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାରୀ ପ୍ରମାଣପତ୍ର ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ପରିମଳ ଏକ ମୁଖ୍ୟ ବିଷୟ। ସହରାଞ୍ଚଳରେ ସଫେଇ କାର୍ଯ୍ୟ ବେଳେ ନିର୍ବାହୀ ଅଧିକାରୀମାନେ ପରିଦର୍ଶନରେ ଯାଉନାହାନ୍ତି। ଏଣିକି ସକାଳ ୬ଟାରେ ନିର୍ବାହୀ ଅଧିକାରୀ ଓ ସହରାଞ୍ଚଳ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ପରିଦର୍ଶନରେ ଯିବେ। ସେହିପରି ରାତିରେ ରାସ୍ତା ସଫେଇ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳର ପ୍ରତି ଘରକୁ ପାଇପ୍‌ ଯୋଗେ ଜଳଯୋଗାଣ କରିବାକୁ ପଡିବ। ମିଟର ଲଗାଇ ୨୪ ଘଣ୍ଟା ପାଣି ଯୋଗାଣ କରାଯିବ। ଏହାଦ୍ୱାରା ଘର ଉପରେ ଟାଙ୍କି କିମ୍ବା ତଳେ ସମ୍ପ ରହିବନି ଏବଂ ମୋଟର ଲାଗିବନି ବୋଲି ସଚିବ କହିଛନ୍ତି। ଗୋପାଳପୁର ଏନ୍‌ଏସିର ସମସ୍ତ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଛି ଏବଂ ଏହା ରାଜ୍ୟରେ ପ୍ରଥମ ବୋଲି ସଚିବ ସୂଚନା ଦେଇଥିଲେ। ପୁରୀ ଓ ଭୁବନେଶ୍ୱର ଭଳି ୱାର୍ଡସ୍ତରରେ ଜଳସାଥୀ ରହିବେ। ଏମାନେ ବିଲ୍‌ କାଟିବେ ଓ ଟଙ୍କା ଆଦାୟ ଓ ପାଣିର ମାନ ପରୀକ୍ଷା କରିବେ। ନିର୍ବାହୀ ଅଧିକାରୀମାନେ ପବ୍ଲିକ୍‌ ଟଏଲଟ୍‌ ବ୍ୟବହାର କଲେ ତାହା ସଫା ରହିପାରିବ ବୋଲି ସଚିବ କହିଥିଲେ। ଗୋପାଳପୁର, ରମ୍ଭା, ଭଞ୍ଜନଗର, କୋଦଳା, ପୁରୁଷୋତ୍ତମପୁର ଓ ପୋଲସରା ଏନ୍‌ଏସି, ଫୁଲବାଣୀ ମ୍ୟୁନିସିପାଲିଟି ହୋଲଡିଂ ଟିକସ ଆଦାୟରେ ପଛରେ ପଡ଼ିଛି। ସେହିପରି ବିଭିନ୍ନ ଟିକସ ଆଦାୟ କ୍ଷେତ୍ରରେ ରମ୍ଭା, କୋଦଳା, ଭଞ୍ଜନଗର, ଚିକିଟି, ବାଲିଗୁଡା ଏନଏସିର ସ୍ଥିତି ନୈରାଶ୍ୟଜନକ। ଏଥିରେ ସୁଧାର ନ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ବ୍ରହ୍ମପୁର ମହାନଗର ନିଗମକୁ ୩୫ କୋଟି ଟିକସ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପୁରୁଷୋତ୍ତମପୁର, ପୋଲସରା, ଖଲ୍ଲିକୋଟ, କୋଦଳା, ସୋରଡା ଯନ୍ତ୍ରୀଙ୍କ କାର୍ଯ୍ୟ ବହୁତ ନୈରାଶ୍ୟଜନକ ଥିବା ସମୀକ୍ଷା ବେଳେ ଜଣାପଡିଥିଲା। ଗଞ୍ଜାମ ଜିଲାର ସମସ୍ତ ସହରାଞ୍ଚଳକୁ ଦିଆଯାଇଥିବା ଅନୁଦାନ ମଧ୍ୟରୁ ମାତ୍ର ୪.୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାରୁ ପ୍ରମୁଖ ଶାସନ ସଚିବ ଉଦ୍‌ବେଗ ପ୍ରକାଶ କରିଥିଲେ। ବୈଠକରେ ରାଜ୍ୟ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ (ମ୍ୟୁନିସିପାଲିଟି ପ୍ରଶାସନ) ସଂଗ୍ରାମଜିତ୍‌ ନାୟକ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି, ନୟାଗଡ ଜିଲାପାଳ ଡ. ପୁମା ଟୁଡୁ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଯୁଗ୍ମ ସଚିବ କଲ୍ୟାଣ କୁମାର ରଥ, ସୁଡା (ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା)ର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ୩ ଜିଲାର ୨୬ ସହରାଞ୍ଚଳର ନିର୍ବାହୀ ଅଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri