ଟାଙ୍ଗୀରେ ପାନୀୟ ଜଳ ସମସ୍ୟା : ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହନ୍ତସନ୍ତ

ଟାଙ୍ଗୀ(ଖୋର୍ଦ୍ଧା),୭ା୬(ଡି.ଏନ.ଏ.) : ସମ୍ପ୍ରତି ଟାଙ୍ଗୀରେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଏଥିଯୋଗୁ ଘୋର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତେବେ ପ୍ରଶାସନିକ ଅବହେଳା ଏଥିପାଇଁ ଦାୟୀ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରତ୍ନମାଳୀ ପାହାଡ଼ ପାଦଦେଶ ଓ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ବୋରିଂ ଦ୍ୱାରା ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ମାତ୍ର ଗ୍ରାମର ଉପରମୁଣ୍ଡରେ ଥିବା ଜନସାଧାରଣଙ୍କ ନିକଟରେ ଏହି ପ୍ରକଳ୍ପରୁ ପାନୀୟ ଜଳ ସହଜରେ ଉପଲବ୍‌ଧ ହୋଇପାରୁ ନ ଥିଲା। ନିକଟସ୍ଥ ଲୋକେ ପାଇପ୍‌ ଯୋଗେ ଏହି ଜଳର ବହୁଳ ଅପବ୍ୟବହାର କରିବା, ବେଆଇନ ଭାବେ ନିଜ ବାସଗୃହକୁୁ ପାଇପ ଯୋଗେ ପାଣି ନେବା ଓ ମନଇଚ୍ଛା ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଏଥିପାଇଁ ଟାଙ୍ଗୀର ୨୦ଟି ସାହି ବସ୍ତିରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ଏଠାରେ ରହିଛି। ସମସ୍ତ ଜନସାଧାରଣ ଘୋର ଜଳ ସମସ୍ୟା ଯୋଗୁ ହନ୍ତସନ୍ତ ହେଉଛନ୍ତି। ତେବେ ସମସ୍ୟାର ସୁଧାର ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରି ୧ ଲକ୍ଷ ଲିଟର ପାନୀୟ ଜଳ ଧାରଣ କରୁଥିବା ଏକ ଓଭର୍‌ହେଡ୍‌ ଟାଙ୍କି ବ୍ଲକ ଅଫିସ ପ୍ରବେଶ ଦ୍ୱାର ନିକଟରେ ନିର୍ମାଣ କରାଯାଇଥିଲା। ନିର୍ମାଣର ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଏହା କାର୍ଯ୍ୟକ୍ଷମ ହୋଇପାରିନି। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲଗାଇ ଓଭରହେଡ୍‌ ଟାଙ୍କିକୁ କାର୍ଯ୍ୟକ୍ଷମ କରାଗଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଶେଷରେ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ଜଳନ୍ଧର ସେଠୀଙ୍କ ସହିତ ଆଲୋଚନା ପରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ୨-୩ ଦିନ ମଧ୍ୟରେ ମୋଟର ସ୍ଥାପନ କରି ଓଭର୍‌ହେଡ ଟାଙ୍କିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଯନ୍ତ୍ରୀ ଟାଙ୍ଗୀ ସରପଞ୍ଚଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ନିରାକାରପୁର,୧ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଚାନେଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନଙ୍କ...

ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

ନିରାକାରପୁର,୧୦।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁରରେ ବୁଧବାର ହାତୀ ଆକ୍ରମଣରେ ଏକ ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଲେଣ୍ଡୋ ପଞ୍ଚାୟତ...

୨୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ପାଇଁ ରବିବାର ମତଦାନ ଅନୁଷ୍ଠିତ ହେବ। ସ୍ଥାନୀୟ ବିଜେବି ହାଇସ୍କୁଲରେ ସକାଳ ୭ଟାରୁ...

ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଦେବାଳୟରେ ୧୪୪ ଧାରା

ଖୋର୍ଦ୍ଧା ଅଫିସ,୧୪ା୧: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତ ଦେବାଳୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ...

ବିଜେଡିରେ ମିଶିଲେ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି

ଖୋର୍ଦ୍ଧା ଅଫିସ,୧୦।୩: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଗୁରୁବାର ଯୋଗ...

ଅଣ୍ଡରପାସ ରାସ୍ତା ନିର୍ମାଣକୁ ବିରୋଧ

ଖୋର୍ଦ୍ଧା ଅଫିସ,୨।୪: ଭୁବନେଶ୍ୱର-ଚେନ୍ନାଇ ୧୬ ନଂ. ଜାତୀୟ ରାଜପଥ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଣ୍ଡରପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ...

ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର,୮।୧(ବ୍ୟୁରୋ): ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଆକାଶ ଷଡ଼ଙ୍ଗୀ, ବଳିଆ ଓରଫ ବଳରାମ ରାଉତରାୟ ଓ ମୃତ୍ୟୁଞ୍ଜୟ ସେଠୀଙ୍କୁ ଗୁରୁବାର ୪ ଦିନିଆ...

ଜେଲରଙ୍କ ବଦଳି ଦାବିରେ କଏଦୀଙ୍କ ଧାରଣା

ଖୋର୍ଦ୍ଧାଅଫିସ,୩୦ା୭: ଖୋର୍ଦ୍ଧା ସବଜେଲ ମଧ୍ୟରେ ନିମ୍ନମାନର ଖାଦ୍ୟ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ଆଣି ଜେଲରଙ୍କ ବଦଳି ଦାବିରେ ବୁଧବାର ସବଜେଲ ପରିସରରେ କେତେଜଣ...

Advertisement
Archives

Model This Week