ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି ଡୁବି’ ଏବଂ ‘ଦିଲ୍‌ ଦୁବା’ ଭଳି ଫିଲ୍ମଗୀତ ଗାଇ ଶ୍ରୋତାଙ୍କୁ ମୁଗ୍‌ଧ କରିବା ପରେ ଦୁହେଁ ଏକ ଟାଇଟଲ୍‌ ସଙ୍ଗ୍‌ ଏକାଠି ଗାଇଛନ୍ତି। କରନ୍‌ବୀର ବୋହରାଙ୍କ ଅଭିନୀତ ‘ହମେ ତୁମ୍‌ସେ ପ୍ୟାର କିତ୍‌ନା’ର ଟାଇଟଲ ସଙ୍ଗ୍‌ରେ ଉଭୟେ ସ୍ବର ଦେଇଛନ୍ତି। ଶ୍ରେୟା ପ୍ରଥମ ଥର ପାଇଁ ଏକ ରିକ୍ରିଏଟେଡ ସଙ୍ଗ୍‌ ଗାଇଛନ୍ତି। ଏ ସଂକ୍ରାନ୍ତରେ କରନ୍‌ବୀର କହନ୍ତି, ଶ୍ରେୟା ଆମ ଟାଇଟଲ୍‌ ଗୀତ ଗାଇଥିବାରୁ ଅଧିକ ଖୁସି ଅନୁଭବ କରୁଛି। ଶ୍ରେୟାଙ୍କ ଜୀବନରେ ଏହି ଗୀତ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ବହନ କରେ, କାରଣ ସେ ପ୍ରଥମ ଥର ପାଇଁ ‘ହମେ ତୁମ୍‌ସେ ପ୍ୟାର କିତ୍‌ନା’ ଟାଇଟଲ୍‌ ସଙ୍ଗ୍‌କୁ ମଞ୍ଚରେ ଗାଉଛନ୍ତି। ଜୁନ୍‌ ୧୭ରେ ଏହି ଟାଇଟଲ୍‌ ଟ୍ରାକ୍‌ ରିଲିଜ ହେବାକୁ ଯାଉଛି। ଉକ୍ତ ଗୀତକୁ ୧୯୮୧ରେ ‘କୁଦରତ’ ଫିଲ୍ମରେ କିଶୋର କୁମାର ହିଁ ଗାଇଥିଲେ।
ଲଳିତ ମୋହନଙ୍କ ନିର୍ଦ୍ଦେଶିତ ଏବଂ ମହେନ୍ଦ୍ର ବୋହ୍‌ରା ଓ ବେଲ୍‌ଭି ପ୍ରଡକ୍‌ସନ୍ସ ଦ୍ୱାରା ପ୍ରସ୍ତୁତ ‘ହମେ ତୁମ୍‌ସେ ପ୍ୟାର କିତ୍‌ନା’ ଜୁନ୍‌ ୨୮ରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି।...

କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା...

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।...

ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ଅମିତାଭ ବଚ୍ଚନ

ଆଜି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା, ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ସେ।...

୫୫ ବର୍ଷରେ ଫରହା ଖାଁ: ଶିରିଶ କୁନ୍ଦର ମଦ୍ୟପାନ କରି ତାଙ୍କୁ ଭଲ ପାଉଥିବା କହିଥିଲେ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁ ଗୁରୁବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା...

ଦୀପିକା, ପ୍ରିୟଙ୍କାଙ୍କଠାରୁ ପଛରେ ଅଛନ୍ତି ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ(୩କୋଟି)ରେ ପହଞ୍ଚିଛି। ହେଲେ...

ଦୁର୍ଗା ମଣ୍ଡପରେ ଭଉଣୀଙ୍କ ମିଳନ

ମୁମ୍ବାଇ: ସମଗ୍ର ଦେଶରେ ଏବେ ପୂଜାର ମାହୋଲ। ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଲୋକଙ୍କ ଭିଡ ଜମୁଥିବା ବେଳେ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୧ରେ...

ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *