Advertisement

ଟଙ୍କା ଉଠାଇବା ପୂର୍ବରୁ ହାତକୁ ସାନଟାଇଜ କର: ବ୍ୟାଙ୍କ କର୍ତ୍ତୃପକ୍ଷ

ଶେରଗଡ଼, ୧୫।୪(ଡି.ଏନ୍‌.ଏ.): କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ସରକାର ଦିନକୁ ଦିନ ନିୟମ କଡ଼ାକଡ଼ି କରୁଛନ୍ତି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟମ କଡ଼ାକଡ଼ି କରିଛନ୍ତି। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଛି। ତେବେ ହାତକୁ ସାନଟାଇଜ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବାକୁ ରାଜି ହେଉଛନ୍ତି। ଗଞ୍ଜାମ ଜିଲା ଶେରଗଡ଼ରେ ଏହି ନିୟମ ଗତ କିଛିଦିନ ହେଲା ଲାଗୁ ହୋଇଛି। ଶେରଗଡ଼ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, କେନ୍ଦ୍ର ସମବାୟ ବ୍ୟାଙ୍କ, ଆନ୍ଦ୍ର ବ୍ୟାଙ୍କ, ବଡ଼ ଦାଣ୍ଡ ସାହିସ୍ଥିତ ଗ୍ରାହକ ସେବାକେନ୍ଦ୍ର, ବାଇପାସସ୍ଥିତ ଗ୍ରାହକ ସେବାକେନ୍ଦ୍ର ଆଦି ସ୍ଥାନରେ ଏପରି ସାନିଟାଇଜ ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ଧାଡିରେ ରହି ହାତକୁ ସାନିଟାଇଜ୍‌କରି ଟଙ୍କା ଉଠାଇବା ଓ ଜମା କରିବାକୁ ଯାଉଛନ୍ତି। ଏ ପ୍ରକାର ପଦକ୍ଷେପ ପାଇଁ ଅଞ୍ଚଳବାସୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗରୋଧ କେନ୍ଦ୍ରରେ ରଜ ପାଳନ

ବାହାନଗା, ୧୫ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ପଞ୍ଚାୟତର ମଣିଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ-୧୯ ର ହୋଇଥିବା ସଂଗରୋଧ କେନ୍ଦ୍ର ପରିସରରେ ରଜ...

ତୃତୀୟ ଲହରରେ ୧୫% ଶିଶୁ ଆକ୍ରାନ୍ତ ଆଶଙ୍କା

ଭୁବନେଶ୍ୱର, ୧୦।୮(ବ୍ୟୁରୋ): କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ମାନବ ସମ୍ବଳ, ଉପକରଣ ଆଦି ସବୁ କ୍ଷେତ୍ରରେ ବ୍ୟବସ୍ଥା...

ଭାରତ ସ୍ବାଧୀନତାରେ ବାଲେଶ୍ୱରର ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ ୧୫।୮: ବାଲେଶ୍ୱର ଜିଲା ପୋଲିସ ରିଜର୍ଭ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ...

ଚାଷୀଙ୍କୁ ମିଳିନି ଫସଲ ବୀମା କ୍ଷତିପୂରଣ

ଛତ୍ରପୁର,୨୦।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ପ୍ରତିବର୍ଷ ବାତ୍ୟା, ବନ୍ୟା ଓ ମରୁଡିରେ ବ୍ୟାପକ ଫସଲ ନଷ୍ଟ ହେଉଛି । ମାତ୍ର ଫସଲ ବୀମା ବାବଦରେ ଚାଷୀଙ୍କୁ କ୍ଷତିପୂରଣ...

୫ ବର୍ଷର ଶିଶୁଙ୍କୁ ଛାଡିଲାନି କରୋନା: ରାଜ୍ୟରେ ନେଲା ଆଉ ୭ ମୁଣ୍ଡ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଏକ ୫ ବର୍ଷର ଶିଶୁ ସମେତ ୭ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ...

ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ

ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ...

କରୋନା କଟକଣା: ଯୋଡ଼ାରେ ଅଡ୍‌-ଇଭିନ୍‌ ଲାଗୁ

ଯୋଡ଼ା,୨୧ା୩ (ଡି.ଏନ୍‌.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍‌-ଇଭିନ୍‌ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ...

କୋଭିଡ୍‌ ମେଡିକାଲ, ସିସିସିର ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ

କଟକ ଅଫିସ,୭ା୮: ଗୁଜରାଟ୍‌ର ଅହମ୍ମଦାବାଦ୍‌ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୫୦ଜଣ ଆହତ ହୋଇଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକର ଅଗ୍ନି...

Advertisement
Archives

Model This Week