Posted inଜାତୀୟ

ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା କଲେ ବିବାହ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ଏଠାରେ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା ବିବାହ କରିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ମୁଙ୍ଗାବଳୀର ଅଶୋକ ନଗରର ରୁହାନା ଗାଁରେ ବାସ କରୁଥିବା ୫୫ ବର୍ଷ ବୟସ୍କ ପରମାଲ ସିଂ ଲୋଧି ୫୦ ବର୍ଷ ବୟସ୍କା ସୁନୀତା ବାଈ ଲୋଧିଙ୍କୁ ବିବାହ କରିଛନ୍ତି। ଅର୍ଥ ଅଭାବରୁ ଦୁହେଁ ବିବାହ କରି ନ ପାରି ଦୀର୍ଘ ୨୫ ବର୍ଷ ଲିଭ୍‌ଇନ୍‌ରେ ରହୁଥିଲେ। ଉଭୟଙ୍କର ୨ ଝିଅ ଏବଂ ୨ ପୁଅ ଅଛନ୍ତି। ବଡ ଝିଅ କଲ୍ଲୋର ବିବାହର ଗୋଟିଏ ଦିନ ପୂର୍ବରୁ ମାତାପିତାଙ୍କ ବିବାହ ସମ୍ପନ୍ନ ହୋଇଛି। ଏଠାରେ ଅନେକ ଜନଜାତି ସମ୍ପ୍ରଦାୟ ଆବଶ୍ୟକ ଟଙ୍କା ଅଭାବରୁ ବିବାହ ନ କରି ଦୀର୍ଘ ବର୍ଷ ଧରି ଲିଭ୍‌ଇନ୍‌ରେ ରହିଥାନ୍ତି। କେତେକ ପରିଣତ ବୟସରେ ଝିଅ ପୁଅ ଏବଂ ନାତୁଣୀ ନାତିଙ୍କ ମେଳରେ ମଧ୍ୟ ବିବାହ କରୁଥିବା ଘଟଣା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ...

ୟୁଜର୍ସଙ୍କୁ ଭାଗ ଭାଗ କରିଦେଲା ମୋଟେରା ଷ୍ଟାଡିୟମର ନାମକରଣ

ନୂଆଦିଲ୍ଲୀ,୨୪।୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି। ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ...

ବାତ୍ୟା ‘ଅମ୍ଫନ’କୁ ନେଇ ମମତାଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ,୧୯।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ ସୋମବାର ମହାବାତ୍ୟାର ରୂପ ନେଇଛି। ଏହା ୨୦ ତାରିଖ ଅପରାହ୍ନରେ...

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ...

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ଉପରେ…

ନୂଆଦିଲ୍ଲୀ,୨୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

୯୫ ବର୍ଷରେ ପଦାର୍ପଣ କଲେ ଆଡଭାନୀ: ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଆଜି ୯୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ କଲେ ପୁଣି ଓହରିବେ ନୀତୀଶ: ଭାଜପା ନେତାଙ୍କ କଟାକ୍ଷ…

ପାଟନା,୧୨।୧୨ : ବିହାରରେ ଭାଜପା ଏବଂ ଜେଡିୟୁ ରାସ୍ତା ଅଲଗା ହେବା ପରେ ଭୟଙ୍କ ମଧ୍ୟରେ ଲଗାତାର ବିବାଦ ଲାଗିରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର...

ପୁଣି ଅଶାନ୍ତ ଜାମିଆ ପରିସର

ନୂଆଦିଲ୍ଲୀ,୩।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ବିଳମ୍ବିତ ରାତିରେ ପୁଣି ଗୁଳି ଫୁଟିଛି। ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

Advertisement
Archives

Model This Week