ଝାଲିଆଗୋଛା ପରେ ବାରୁଡ଼ା ହେଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ଭଞ୍ଜନଗର,୨୧।୬(ଡି.ଏନ୍‌.ଏ.)- ଲୋକେ ସାମାଜିକ ଦୁରତ୍ୱ ବଜାୟ ନରଖିବା, ମାସ୍କ ବ୍ୟବହାର ନକରିବା, ନିୟମିତ ସଫା ନରହିବା ହେତୁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁଦ୍ଧା ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରୁ ୧୦ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେଲେଣି। ଯାହାକୁ ଏବେ ସମସ୍ତଙ୍କ ଚିନ୍ତା ବଢାଇଛି। ବ୍ୟବସାୟୀମାନେ ଆକ୍ରାନ୍ତ ହେବାଯୋଗୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଶୁକ୍ରବାର ବାରୁଡା ଗ୍ରାମର ୨ ବ୍ୟବସାୟୀ ଆକ୍ରାନ୍ତ ହେବାପରେ ଶନିବାର ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ସିଲ୍‌ କରାଯିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ସମ୍ପୃକ୍ତ ଗ୍ରାମ ନିକଟରେ ଥିବା ୩ଟି ଗ୍ରାମକୁ ବଫର୍‌ ଜୋନ ଘୋଷଣା କରାଯାଇଛି। ଏହାପୂର୍ବରୁ ଝାଲିଆଗୋଛାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବିଡିଓ ଅନିଲ କୁମାର ସେଠୀ କଣ୍ଟେନମେଣ୍ଟ ଜୋନ୍‌ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ଅପରପକ୍ଷେ ଶନିବାର ଓ ରବିବାର ସଟ୍‌ଡାଉନ ଯୋଗୁ ଲୋକଙ୍କ ଚଳପ୍ରଚଳ ପ୍ରାୟ କମିଯାଇଛି। ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଜରିମାନା ପକାଯାଉଛି। ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଶନିବାର ଉପଖଣ୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପଜନିତ ବର୍ଷା: ଜଳ ନିଷ୍କାସନ ଚିନ୍ତା ଘାରିଛି

ନାଉଗାଁ,୬।୭(ସ୍ବ.ପ୍ର): ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଅପରିଷ୍କାର ପାଣି ରାସ୍ତାରେ...

ଆଜି ଦିନକରେ ବରଗଡ଼ରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨ା୯: ବରଗଡ଼ରେ ଦିନକରେ ୧୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୦୯ ଜଣ ରହିଛନ୍ତି। ସେହିପରି...

ଜିଲା ଜଜ୍‌କୋର୍ଟ ପରିଦର୍ଶନରେ ରାଜ୍ୟ ମୁଖ୍ୟ ବିଚାରପତି

କେନ୍ଦ୍ରାପଡ଼ା ଅଫିସ,୨୯।୧- କେନ୍ଦ୍ରାପଡ଼ା ଜିଲା ଜଜ୍‌କୋର୍ଟକୁ ରାଜ୍ୟ ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧର ଶନିବାର ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧର...

ଗଞ୍ଜାମ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ବୋରିଗାଁ ଅଞ୍ଚଳର ବାଦଲ ସାହୁ ନାମକ ଜଣେ ଯୁବକ ଛତ୍ରପୁରସ୍ଥିତ ଏସ୍‌ପି ଅଫିସ ଆଗରେ ଗତ ୧୪ରେ ଆତ୍ମାହୁତି...

ଶୁଣିଲାନି ପ୍ରଶାସନ, ନିଜ ଉଦ୍ୟମରେ ନାଳ ଖୋଳିଲେ ଗ୍ରାମବାସୀ

ଗଞ୍ଜାମ,୨୦ା୭(ଡି.ଏନ୍‌.ଏ.): ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଜାଗା ଥିବା ହେତୁ ଗଳାଶଙ୍ଖ ଦେଇ ପାଣି ନିଷ୍କାସନ ହୋଇ ପାରୁ ନ...

ବିଧାୟିକା ମୀନାକ୍ଷୀଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଚମ୍ପୁଆ, ୩୦।୮(ଡି.ଏନ.ଏ.)-ନିର୍ବାଚନ ପରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଗୁରୁବାର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଉପୁଜୁଥିବା ସମସ୍ୟା ଓ ଅବ୍ୟବସ୍ଥାକୁ ନେଇ ବିରକ୍ତି...

ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଦିଆଗଲା ଖାଦ୍ୟ

ପୁରୀ ଅଫିସ, ୧୪ା୪: ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀମନ୍ଦିରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ବଡ଼ଦେଉଳରେ ରହୁଥିବା ମାଙ୍କଡ଼ଙ୍କୁ କଦଳୀ, ବୁଟ, ବିସ୍କୁଟ ଆଦି...

ସଙ୍କଟରେ ୫୦ବାଉଁଶ କାରିଗର ପରିବାରର ଜୀବନ ଜୀବିକା

ଲୋଇସିଂହା, ୭।୭(ଡି.ଏନ.ଏ.)  ପ୍ଲାଷ୍ଟିକର ବହୁଳ ବ୍ୟବହାରରେ ହଜି ଯାଉଛି ବାଉଁଶ ଶିଳ୍ପ। ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ମାହାରପାଲି ଗ୍ରାମର ମାହାରପଡାରେ ବାସ...

Advertisement
Archives

Model This Week