ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ

ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି। ସହରର ବିଭିନ୍ନ ଛକ ଓ ଦୋକାନରେ ଏହି ଆଲୋଚନା ହେଉଛି। ଏମିତିକି ବିଜେଡି କର୍ମକର୍ତ୍ତାଙ୍କ ମହଲରେ ମଧ୍ୟ ଏହି ଚର୍ଚ୍ଚା ହେଉଛି। ତେବେ ଏହି ଖବରରେ କୌଣସି ସତ୍ୟତା ନ ଥିବା ଓ ଏହା ଗୁଜବ ବୋଲି ମନ୍ତ୍ରୀଙ୍କ ନିକଟତର ଲୋକେ କହୁଛନ୍ତି। ଏ ନେଇ ମନ୍ତ୍ରୀ ଦାସଙ୍କୁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ୍‌ ଉଠାଇ ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, କୋଭିଡ କିଟ୍‌ କିଣିବା ନେଇ ଅନିୟମିତତା ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କୁ ବଞ୍ଚାଇବାକୁ ଯାଇ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ଏହି ସବୁ ସାମଗ୍ରୀ କ୍ରୟ କରାଯାଉଥିବା ସେ ସଫେଇ ଦେଇଥିଲେ। ଏହି ଘଟଣା ଜିଲା ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କମେଣ୍ଟମରାକୁ ନେଇ ହତ୍ୟା, ବାପ-ପୁଅ ଅଟକ

ଆସିକା,୩୦ା୫ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ କମେଣ୍ଟ ମରାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସୀମାଞ୍ଚଳ ରାଉତ। ମୃତ ସୀମାଞ୍ଚଳଙ୍କ...

ବିଭାଗର ଦୃଷ୍ଟି ପଡୁନି, ଯାତାୟାତରେ ଅସୁବିଧା

ଜୁନାଗଡ, ୨୪।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟ ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ-ଆଟିଗାଁକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି।...

ଲୁହାବୋଝେଇ ଟ୍ରକ୍‌ ଧକ୍କାରେ ୨ଭାଇ ମୃତ, କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ

ଝାରସୁଗୁଡା ଅଫିସ୍‌/ଲଖନପୁର,୨୫।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅଧୀନ ୧୦ ନଂ. ରାଜ୍ୟ ରାଜପଥ ଏସ୍‌ଏମ୍‌ସି ରାସ୍ତା ନିକଟରେ ଶୁକ୍ରବାର ଏକ ଲୁହାବୋଝେଇ ଟ୍ରକ୍‌ ଧକ୍କାରେ...

ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି...

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

ଅସ୍ତ୍ରୋପଚାର ସମୟରେ ପ୍ରସୂତି ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ବରଗଡ଼ ଅଫିସ, ୧୮।୧- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର କନ୍ୟା ସନ୍ତାନ ଜନ୍ମ ଦେବା ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା...

ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ

ଆରଡ଼ି, ୨୪।୧୦ (ଡି.ଏନ୍‌.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ...

କରୋନା ସହାୟତା: ନିମାପଡ଼ା ବ୍ଲକର ୪୦ହଜାର ହିତାଧିକାରୀଙ୍କୁ ୪ କୋଟି ସହାୟତା ପ୍ରଦାନ

ନିମାପଡ଼ା,୯।୪(ଡି.ଏନ୍‌.ଏ.): ମହାମାରୀ କରୋନା ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳର ମୋଟ ୪୪ହଜାର ୭୫୭ଜଣ ରାଶନ କାର୍ଡ ଧାରୀଙ୍କ ମଧ୍ୟରୁ ୪୦ହଜାରଙ୍କୁ ୪ କୋଟି...

Play 250+ Trending Games
Archives

Model This Week

Why Dharitri