ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର

ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି ଲୋକେ। ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ରାଞ୍ଚିରେ। ଏହି ଅଞ୍ଚଳର କଟକାୟା ବଗିଚା ଟୋଲି ନିବାସୀ ୨୧ ବର୍ଷୀୟ ଯୁବକଙ୍କୁ ପ୍ରବଳ ଜ୍ୱର ହେବା ସହ ପେଟ ଯନ୍ତ୍ରଣା ହେଉଥିଲା। ତେଣୁ ସେ ରାୟଡିହରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରି ଡକାଇଥିଲେ। କିନ୍ତୁ ଯୁବକଙ୍କ ଅବସ୍ଥା ଦେଖି ଆମ୍ବୁଲାନ୍ସର ଡ୍ରାଇଭର ସମ୍ପୃକ୍ତ ଯୁବକଙ୍କୁ କରୋନା ହୋଇଥିବା ସନ୍ଦେହ କରିଥିଲେ। ଏହାପରେ ତାଙ୍କ ପରିବାର ଲୋକଙ୍କଠାରୁ ଜାଣିଥିଲେ କି, ଯୁବକଜଣକ ଦିଲ୍ଲୀରୁ ଫେରିଛନ୍ତି। ଏକଥା ଶୁଣିବା ମାତ୍ରେ ଡ୍ରାଇଭରଜଣକ କରୋନା ସନ୍ଦେହ କରି ତୁରନ୍ତ ଫେରି ଯାଇଥିଲେ। ଏହାପରେ ପୁଣି କେତେ ଘଣ୍ଟା ପରେ ଯୁବକ ପୁଣି ଥରେ ଏକ ଆମ୍ବୁଲାନ୍ସ ଡକାଇ ହସ୍‌ପିଟାଲ୍‌ ଆସିଥିଲେ। ମାତ୍ର ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁ ପରେ ବି ଯୁବକଙ୍କୁ କରୋନା ହୋଇଥିବା ସନ୍ଦେହ କରି କେହି ତାଙ୍କ ମୃତଦେହକୁ ଛୁଇଁବାକୁ ପ୍ରସ୍ତୁତ ହୋଇନଥିଲେ। କରୋନା ଭାଇରସ୍‌ ଯୋଗୁ ଲୋକମାନେ ଏବେ ଏଭଳି ଆତଙ୍କ ମଧ୍ୟରେ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟ-ବସ୍‌-ଟ୍ରେନ୍‌ରେ ଯିବାକୁ ହେଲେ ଭାକ୍ସିନ ପାସ୍‌ ବାଧ୍ୟତାମୂଳକ

ପ୍ୟାରିସ୍‌,୧୦।୮: କରୋନା ମହାମାରୀ ବିରୋଧରେ ଟିକା ସବୁଠାରୁ ବଡ ଅସ୍ତ୍ର ଭାବେ ଉଭା ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଦେଶ ଅଧିକରୁ ଅଧିକ...

ପୋଲିସ୍‌ ଷ୍ଟେଶନ୍‌ ଭିତରେ ଚାଲିଛି ପାଠଶାଳା

ଡେରାଡୁନ୍‌ର ପ୍ରେମନଗର୍‌ ପୋଲିସ୍‌ ଷ୍ଟେସନ୍‌ ଦେଶରେ ଥିବା ଅନ୍ୟ ସମସ୍ତ ପୋଲିସ୍‌ ଷ୍ଟେସନ୍‌ଠୁ ସ୍ବତନ୍ତ୍ର। ଏହାକୁ ସ୍ବତନ୍ତ୍ର କରିଛି କିଛି ମୁହୂର୍ତ୍ତରେ ପରିଣତ ହେଉଥିବା ପାଠଶାଳା।...

ବଢିଲା କରୋନା ସଂକ୍ରମଣ: ଏକ ମାସ ପାଇଁ ପୁଣିଥରେ ଲକ୍‌ଡାଉନ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧ ।୧୧: ଶୀତ ବଢିଲା ବଢିଲା କରୋନା ଭାଇରସ ସଂକ୍ରମଣ । ବ୍ରିଟେନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ...

ରାଜ୍ୟରେ ସୁସ୍ଥହେଲେ ୨୪୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ଶୁକ୍ରବାର ରାଜ୍ୟରେ ୨୪୮୩ ଜଣ କରୋନା...

ଅନ୍ୟକୁ ବଞ୍ଚାଇ ନିଜେ ଚାଲିଗଲେ

୩୩ ବର୍ଷୀୟା ସ୍ବାତୀ ଗର୍ଗ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରେ ସ୍ବାମୀ, ଝିଅ ଓ ମା’ଙ୍କ ସହ ରହୁଥିଲେ। ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ବି...

ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

‘ମୁସ୍‌ଲିମ୍‌ ପରିବା ବ୍ୟବସାୟୀଙ୍କୁ ସାବଧାନ’: ବିଧାୟକଙ୍କ ମନ୍ତବ୍ୟକୁ ଭାଜପା ଅଧ୍ୟକ୍ଷଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୯ା୪: ଉତ୍ତରପ୍ରଦେଶର ଦେଓରିଆ ବିଧାୟକ ସୁରେଶ ତିଓ୍ବାରୀ(୭୪) ‘ମୁସଲମାନ୍‌ ପରିବା ବ୍ୟବସାୟୀଙ୍କଠାରୁ ପରିବା କିଣନାହିଁ ଓ ସେମାନଙ୍କଠାରୁ ଦୂରେଇ ରୁହ’ ବୋଲି ସର୍ବସାଧାରଣରେ କହିବା ପରେ...

Advertisement
Archives

Model This Week