ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା, ଛାତ୍ରୀଛାତ୍ର ପଢ଼ାପଢ଼ି କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜୁନ ୧୭ ପୂର୍ବରୁ ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷା ହେବ ନାହିଁ। ଜୁନ ୧୭ରେ ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ସୂଚନା ଦେଇଛନ୍ତି। ଏଣୁ ଛୁଟି ସମୟରେ ଛାତ୍ରୀଛାତ୍ରଙ୍କୁ ପଢ଼ାପଢ଼ିରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପିଜି ଏକକ ପ୍ରବେଶିକା ପରୀକ୍ଷା ନେଇ କୁଳପତିମାନଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ୟୁଜିସି ୭ଜଣିଆ କମିଟି ଗଠନ କରିଛି। ୟୁଜିସି ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏହାଛଡ଼ା ଆସନ୍ତା ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗର ଗ୍ରୁପ୍‌ ଏ ଅଫିସରମାନେ ଅଫିସ ଆସିବା ବାଧ୍ୟତାମୂଳକ। ସେହିଭଳି ଗ୍ରୁପ୍‌ ସି ଓ ଡି କର୍ମଚାରୀମାନେ ଅଳ୍ପ ସଂଖ୍ୟାରେ ଆସିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରସ୍କୃତ ହେବେ ରାଜ୍ୟର ୧୧ ସହର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ପହିଲାରେ ନୂଆଦିଲ୍ଲୀସ୍ଥିତ ତାଲ୍‌କାତୋରା ଷ୍ଟାଡିୟମ୍‌ଠାରେ ସ୍ବଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଏହି ସର୍ବେକ୍ଷଣରେ ରାଜ୍ୟର ୧୧ଟି...

ମୋତେ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ବଡ଼ ସରପ୍ରାଇଜ୍‌: ସୁଜିତ କୁମାର

ଭୁବନେଶ୍ୱର,୭ା୩(ବ୍ୟୁରୋ): ମୋତେ ରାଜ୍ୟ ସଭା ଲାଗି ପ୍ରାର୍ଥୀ କରିବା ମୋ’ ପାଇଁ ବହୁତ ବଡ଼ ସରପ୍ରାଇଜ୍‌ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଲାଗି...

କରୋନା ନେଲା ୩୬ ବର୍ଷ ବୟସ୍କ ଯୁବକଙ୍କ ଜୀବନ

ଭୋପାଳ, ୪ ।୪: ଭାରତରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ୬ ଜଣଙ୍କ ମୃତ୍ୟୁ ଘଟିଛି ।...

ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ

ପୁରୀ ଅଫିସ୍‌,୧୦।୭: ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଶେଷ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯାଉଛି। ମହଣ ମହଣ ସୁନା...

‘ଆମ ଗଁ। ଆମ ବିକାଶ’ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ

ଭଦ୍ରକ ଅଫିସ, ୨୪।୭: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆଗଁ। ପଞ୍ଚାୟତ ଜନ୍ତୁଆଳି ରାଜସ୍ବ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ‘ଆମ ଗଁ। ଆମ ବିକାଶ’...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ...

ବିଏମ୍‌ସିକୁ ଆଇଏସ୍‌ସି-ଫିକି ପରିମଳ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ବିଭିନ୍ନ ପଦକ୍ଷେପ ପାଇଁ ଓଡ଼ିଶାକୁ ୩ଟି ଜାତୀୟ ପୁରସ୍କାର ମିଳିଛି। ମଳ ଉପଚାର ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ...

ଭୁବନେଶ୍ୱର ବସ୍ତି ନାଁ ଶୁଣିଲେ ଭୟ ଘାରୁଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟର ଆଉ ଏକ ହଟ୍‌ସ୍ପଟ୍‌ ପାଲଟିବାକୁ ଯାଉଛି ରାଜଧାନୀ। ବସ୍ତି ପାଇଁ ବିଗିଡି ଗଲାଣି ସ୍ଥିତି। ସାଲିଆ ସାହି ବସ୍ତିରୁ ପଜିଟିଭ୍‌ ଠାବ ହେବାର...

Advertisement
Archives

Model This Week