ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଔଷଧ, ଫଳ, ପନିପରିବା, ସ୍ନାକ୍ସ, ଚାଟ ଓ ଖାଦ୍ୟସାମଗ୍ରୀ ଦୋକାନରୁ ସଂକ୍ରମଣରୁ ଦୂରେଇ ରହିବାକୁ ସତର୍କ କରାଯାଇଛି। କାରଣ ଇନ୍ଦୋରରେ ଲଗାତାର ଭାବେ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଜିଲା ମାଜିଷ୍ଟ୍ରେଟ ମନୀଷ ସିଂ ଖାଦ୍ୟ ଦୋକାନରେ ଗ୍ରାହକଙ୍କ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସହରର ଶିକ୍ଷିତ ଲୋକମାନେ ଚାଟ ଦୋକାନ ନିକଟରେ ଠିଆ ହୋଇ ପାଣିବା ସହ ଅନ୍ୟାନ୍ୟ ଜିନିଷ ଖାଉଛନ୍ତି ଏବଂ ମାସ୍କ ନ ଲଗାଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ମଧ୍ୟ କରୁଛନ୍ତି। ଯାହା ଅତ୍ୟନ୍ତ ଖରାପ।

ଅଧିକାଂଶ କ୍ଷେତ୍ରରେ ଜାଣିବାକୁ ମିଳିଛି ଯେ, କରୋନା ଆକ୍ରାନ୍ତ ହୋଇଥିବା ଲୋକମାନେ ନିୟମିତ ଭାବେ ଫଳ, ପନିପରିବା ଓ ଔଷଧ କିଣିବାକୁ କିମ୍ବା ଖାଦ୍ୟ ଦୋକାନକୁ ଯାଇଥିଲେ। ତେଣୁ ଏଭଳି ଦୋକାନଗୁଡିକ କରୋନା ସଂକ୍ରମଣ ବ୍ୟାପିବାର ଏକ କେନ୍ଦ୍ର ବୋଲି ଜିଲାଧିକାରୀ କହିଛନ୍ତି। ସେହିପରି ସବୁ ସ୍ଥାନରେ ତଦାରଖ ପାଇଁ ପ୍ରଶାସନ, ପୋଲିସ ଓ ମ୍ୟୁନିସିପାଲିଟି କର୍ପୋରେସନ କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରିବ ନାହିଁ। ତେଣୁ ଲୋକମାନେ ନିଜେ ସତର୍କ ହେବା ସହ ଯତ୍ନବାନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜିଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୬୧ରେ ପହଞ୍ଚିଛି। ସେଥିମଧ୍ୟରୁ ୪୧୩୯ଜଣ ସୁସ୍ଥ ହୋଇଥିବା ବେଳେ ୨୮୪ଜଣଙ୍କ ମୃତ୍ୟୁ ଘଟିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟମନ୍ତ୍ରୀ ନାଁରେ ମାମଲା ରୁଜୁ

ଚେନ୍ନାଇ,୧୨।୩: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପଲାନିସ୍ବାମୀଙ୍କ ଅଡୁଆ ବଢିବାରେ ଲାଗିଛି। ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ...

୩୭ ବର୍ଷ ପରେ ନାଗାଲାଣ୍ଡରେ ବରଫପାତ

କୋହିମା, ୩୦।୧୨:ଉତ୍ତର ଭାରତରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ସ୍ଥାନରେ ପାରଦ ୩ ଡିଗ୍ରୀ ତଳକୁ ଖସିଛି। ଲୋକେ ଘରୁ ବାହାରିବା...

ଶକ୍ତି ଓ ଜଳବାୟୁ ସୂଚକାଙ୍କ: ର଼୍ୟାଙ୍କ ୨୨ରେ ଓଡ଼ିଶା

ନୂଆଦିଲ୍ଲୀ,୧୨ା୪:ନୀତି ଆୟୋଗ ପକ୍ଷରୁ ସୋମବାର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ- ରାଉଣ୍ଡ ୧ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୨୨...

ଟୁଲ୍‌କିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ

ବେଙ୍ଗାଲୁରୁ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛନ୍ତି। ଫେବୃୟାରୀ ୪ରେ...

କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ...

ହ୍ବିଲ୍‌ ଚେୟାରରେ ବସି କନ୍ୟା ସହ ଆହତ ବର ନେଲେ ସାତ ଫେରା

ଭୋପାଳ,୧୩।୬: ମଧ୍ୟପ୍ରଦେଶରେ ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିିଛି। ସ୍ଥାନୀୟ ବ୍ୟାବରାଠାରେ ଥିବା ବିଠଲ୍‌ ବାଟିକାରେ ଅନୁଷ୍ଠିତ ବିବାହରେ ଆହତ ଅବସ୍ଥାରେ ବର ହ୍ବିଲ୍‌...

ମହାରାଷ୍ଟ୍ର ସଙ୍କଟ: ସରକାର ଗଠନ ପାଇଁ ମୁମ୍ବାଇରେ ଭାଜପା ଦିଲ୍ଲୀରେ କଂଗ୍ରେସର ବୈଠକ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମନ୍ଥନ ଚାଲିଛି। ଗୋଟିଏ ପରେ ଭାଜପା ମୁମ୍ବାଇରେ ବୈଠକ କରୁଥିବା ବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ବୈଠକ...

ସବୁ ନିର୍ବାଚନ ଏକାକୀ ଲଢ଼ିବୁ: ମାୟାବତୀ

ନୂଆଦିଲ୍ଲୀ, ୨୫।୬: ଛୋଟ ହେଉ କି ବଡ଼, ଏଥର ସବୁ ନିର୍ବାଚନ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ...

Advertisement
Archives

Model This Week