ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ରାଜପଥରେ ଗଲାଣି ୧୩୮ ଜୀବନ

ଅନୁଗୋଳ ଅଫିସ, ୨୭ା୧୦ – ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୩୧ ମଧ୍ୟରେ ୨୮୬ଟି ଦୁର୍ଘଟଣା ଘଟିଛି। ଏଥିରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୨୫ ଜଣ ଆହତ ହୋଇଛନ୍ତି। ୨୦୧୮ ଜାନୁୟାରୀରୁ ଡିସେମ୍ବର ୩୧ ମଧ୍ୟରେ ସମୁଦାୟ ୪୬୦ଟି ଦୁର୍ଘଟଣାରେ ୨୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ୪୪୨ ଜଣ ଆହତ ହୋଇଥିବା ଶୁକ୍ରବାର ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ଏବଂ ଏଥିଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବା ସମ୍ପର୍କରେ ଗଠିତ ଜିଲା ସଡ଼କ ସୁରକ୍ଷା କମିଟିର ବୈଠକରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍‌ ଥିଲେ ମଧ୍ୟ ଏହା ସନ୍ତୋଷଜନକ ନୁହେଁ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ପ୍ରକାଶ କରିଥିଲେ।
୫୫ ନମ୍ବର ଜାତୀୟ ରାଜପଥର ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାରେ ଚଳିତ ବର୍ଷ ସର୍ବାଧିକ ୭୯ଟି ଦୁର୍ଘଟଣା ଘଟିଛି। ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୭ ଜଣ ଆହତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ସରକାରଙ୍କ ନିୟମାବଳୀ ଆଧାରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସଚେତନତା ଶିବିର ଆୟୋଜନ କରିବା ସହ ସାମାଜିକକର୍ମୀ ଓ ଛାତ୍ରୀଛାତ୍ରମାନଙ୍କ ସହଯୋଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବର୍ଷ ସାରା କରାଯିବାକୁ ସ୍ଥିର କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଲର୍ନିଂ ଲାଇସେନ୍ସ କାଉଣ୍ଟର ଖୋଲାଯିବା ସହ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌ ଟେଷ୍ଟ, ପଲ୍ୟୁସନ ସାର୍ଟିଫିକେଟ ବାବଦ ଆବଶ୍ୟକ ଦେୟର ତାଲିକା ଜନଗହଳିପୂର୍ଣ୍ଣ ସ୍ଥାନରେ ପ୍ରଦର୍ଶିତ କରିବାକୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଶାଖା ରାସ୍ତା ସ୍ଥାନରେ ଆବଶ୍ୟକ ସାଙ୍କେତିକ ଚିହ୍ନ ଲଗାଇବାକୁ ଅତିରିକ୍ତ ଜିଲାପାଳ ବୈଠକରେ କହିଥିଲେ। ଏହାଛଡ଼ା ରନ୍ତଲେଇରୁ ଭୂଷଣ ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ପରାମର୍ଶ ଦିଆଯାଇଛି। ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ ପାଇଁ ୩ଟି ଗାଡ଼ି ଯୋଗାଇ ଦେବାକୁ ଜାତୀୟ ରାଜପଥ ପ୍ରାଧିକରଣକୁ କୁହାଯାଇଛି। ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଟୋରେ ବିପଦପୂର୍ଣ୍ଣ ଭାବେ ସ୍କୁଲ ପିଲାମାନଙ୍କୁ ପରିବହନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ସଡ଼କ ନିୟମ କଡାକଡି ପାଳନ କରିବାକୁ ଅତିରିକ୍ତ ଜିଲାପାଳ ବୈଠକରେ କହିଛନ୍ତି। ଏଥିରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ସମ୍ବଲପୁର ଜାତୀୟ ରାଜପଥ ପ୍ରାଧିକରଣର ଜିଏମ୍‌. ଆର ଭେଙ୍କଟେଶ୍ୱର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ଜିଏମ୍‌ ପି. କେ ଭାରତୀ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଗାୟତ୍ରୀ କନ୍‌ଷ୍ଟ୍ରକଶନ୍‌ ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୌରପାଳିକା ଯୋଗଦେଲେ ନୂତନ ଇଓ:ସହର ପରିମଳ ପ୍ରଥମ ଲକ୍ଷ୍ୟ

ଅନୁଗୋଳ ଅଫିସ, ୨୪।୯ ରେମୁଣାରେ ଆଡିଶନାଲ ତହସିଲଦାର ଥିବା ବିନୋଦ ଚନ୍ଦ୍ର ପଣ୍ଡା ସୋମବାର ଅନୁଗୋଳ ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀ (ଇଓ) ଭାବେ ଯୋଗଦେଇଛନ୍ତି।...

ଗାୟତ୍ରୀ କମ୍ପାନୀ ଅଫିସ ସମ୍ମୁଖରେ ଆନ୍ଦୋଳନ: ବାହାର ଜିଲାର ଶ୍ରମିକ ନିୟୋଜିତ ଅଭିଯୋଗ

ଛେଣ୍ଡିପଦା, ୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କତଡ଼ା ପଞ୍ଚାୟତସ୍ଥିତ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କମ୍ପାନୀ କରୋନା ସଂକ୍ରମିତ ଜିଲାରୁ ଶ୍ରମିକଙ୍କୁ ଆଣି...

ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି...

ଏମିତି କରୁଛି ପୋଲିସ କାର୍ଯ୍ୟ: ଅଟୋରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଅଟୋରେ କୋର୍ଟଚାଲାଣ କରିଛି। ଜରପଡ଼ାରୁ ଅନୁଗୋଳ କୋର୍ଟର ଦୂରତା ୨୭ କିମି...

ଆବାସ ଅପେକ୍ଷାର ହେଉନି ଅନ୍ତ

ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି...

ଅନୁଗୋଳରେ ଏଡ୍‌ସ ଅଣାୟତ୍ତ

ଅନୁଗୋଳ ଅଫିସ,୧ା୧୨: ସଚେତନ, ସତର୍କ ଓ ସଂଜମ ଆଚରଣ ଦ୍ୱାରା ହିଁ ଏଡ୍‌ସର ପ୍ରତିରୋଧ କରାଯାଇପାରିବ। ଦୀର୍ଘବର୍ଷ ହେଲା ସରକାର ଏହା ବୁଝାଉଛନ୍ତି। ବିଭିନ୍ନ ଯୋଜନା,...

ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ...

୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି।...

Advertisement
Archives

Model This Week