ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ

ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭଦ୍ରକ ଜିଲା ବାହାରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ଘରକୁ ଫେରିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସନ୍ଦିଗ୍ଧଙ୍କୁ ଆଇସୋଲେଶନ ମଧ୍ୟରେ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ଏଥିଲାଗି ସମଗ୍ର ଭଦ୍ରକ ଜିଲାରେ ମୋଟ ୧୦ ହଜାର ୯ଶହ ଶଯ୍ୟା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୩ହଜାର ୯ଶହ ୫ଟି ଶଯ୍ୟା ପ୍ରସ୍ତୁତ କରାଯାଇ ସାରିଛି। ଜିଲାର ୨୧୮ଟି ଗ୍ରାମ ପଞ୍ଚାୟତରେ ପ୍ରଞ୍ଚାୟତ ପ୍ରତି ୫୦ଟି ଶଯ୍ୟା ହିସାବରେ ଆଇସୋଲେଶନ ଶଯ୍ୟା ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ ୪ଟି ପୌରାଞ୍ଚଳ ଯଥା ଭଦ୍ରକ ପୌରାଞ୍ଚଳରେ ୬୦ଟି, ବାସୁଦେବପୁର ପୌରାଞ୍ଚଳରେ ୫୦ଟି, ଚାନ୍ଦବାଲି ଏନ୍‌ଏସିରେ ୧୫୦ଟି ଏବଂ ଧାମନଗର ଏନ୍‌ଏସିରେ ୫୧ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ସେହିପରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଉଟଡୋର ଚିକିତ୍ସାକୁ ବନ୍ଦ ରଖାଯାଇଛି। ସମସ୍ତ ସହରବାସୀଙ୍କୁ ଆଉଟ୍‌ଡୋର ଚିକିତ୍ସା ପାଇଁ ପୁରୁଣାବଜାର ମେଡିକାଲ ଓ ବାଗୁରାଇ ମେଡିକାଲକୁ ଯିବାକୁ ମାଇକ ଯୋଗେ ପ୍ରଚାର କରି ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri