ଜିଲାରେ ଗାଡ଼ି ଚେକିଂ କଡ଼ାକଡ଼ି

ବାରିପଦା ଅଫିସ, ୧ା୩- ନୂଆ ମୋଟର ଯାନ ଆଇନ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆରଟିଓ ବିଭାଗ ପକ୍ଷରୁ ଗାଡ଼ି ଚେକିଂ କରାଯାଇଥିଲା। ସହରର ପାଲବଣି ଗୋଲେଇ ଛକଠାରେ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଚେକିଂରେ ୫୦ ଜଣ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଜଣେ ବାଇକ୍‌ ଚାଳକଙ୍କୁ ସର୍ବାଧିକ ୨୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଚାଳକ ଜଣଙ୍କ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ବେଳେ ଗାଡ଼ିର କାଗଜପତ୍ର ମଧ୍ୟ ତାଙ୍କ ପାଖରେ ନ ଥିବାରୁ ଏହି ଜରିମାନା କରାଯାଇଥିବା ଜଣାପଡ଼ିଛି। ସହରଠାରୁ ଆରମ୍ଭ କରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ମଦ୍ୟପାନ କରି ଗାଡ଼ି ଚଲାଇବା, ଦ୍ରୁତଗତିରେ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର, ହେଲ୍‌ମେଟ ଓ ସିଲ୍ଟ ବେଲ୍‌ଟ ନ ପିନ୍ଧି ଗାଡ଼ି ଚଳାଇବା ନେଇ ଚେକିଂ କରାଯାଇଥିଲା। ରାତିରେ ମଧ୍ୟ ଚେକିଂ କଡ଼ାକଡ଼ି କରାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କୁ ଟକ୍କର ଦେଉଛନ୍ତି ନୂଆ

ବାହାନଗା, ୧୦ା୨(ଡି.ଏନ.ଏ.) ବାହାନଗା ବ୍ଲକର ପ୍ରମୁଖ ପଞ୍ଚାୟତ ବରିପଦାରେ ଚଳିତବର୍ଷ ତ୍ରିମୁଖୀ ଲଢେଇ ହେଉଛି। ଏଥିରେ ପୁରୁଣାକୁ ଟକ୍କର ଦେଉଛନ୍ତି ନୂଆମୁହଁ। ତେବେ ବିଜେଡି ସମର୍ଥନରେ...

ସ୍କୁଲ ବାରଣ୍ଡାରେ ଅସହାୟ ପରିବାର

ସିମୁଳିଆ, ୧୩।୩(ଡି.ଏନ.ଏ.) – ଘରଦ୍ୱାର ନାହିଁ। ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ଏକ ପରିବାର।...

ଡମ୍ପର ଧକ୍କାରେ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ଗଲା

ଖଇରା,୨୦।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବ୍ରାହ୍ମଣପୋଖରୀ ଛକ ନିକଟରେ ରବିବାର ରାତିରେ ଏକ ଡମ୍ପର ଧକ୍କାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।...

୨୦ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୨୪।୩(ଡି.ଏନ.ଏ.): ୬ବର୍ଷ ବ୍ୟବଧାନରେ ପୁଅ ଝିଅ ଜନ୍ମ ହେବା ପରେ ମା ବାପାଙ୍କର ଖୁସିର ସୀମା ନ ଥିଲା ା ଝିଅଠାରୁ ପୁଅ ବଡ। ପ୍ରଥମେ...

ପୋଖରୀ ନିଲାମକୁ ନେଇ ବଢୁଛି ବିବାଦ

ଖଇରା,୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ମୁହଁଚୁଆଁ ଗ୍ରାମରେ ପୋଖରୀ ନିଲାମକୁ କେନ୍ଦ୍ର କରି ପଡ଼ୋଶୀ ଖାନପୁର ଗ୍ରାମ ସହ ବିବାଦ...

ପରିବା ବିକ୍ରି ଆଢୁଆଳରେ ଜୁଆଖେଳ

ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ...

ଏବେବି ଲୋକଙ୍କ ମନରେ ଭୟ

ବାହାନଗା, ୩ା୭(ଅରୂପ କୁମାର ଦାସ)-ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୂରିଗଲାଣି। ଏବେ ବି ସେହି ସନ୍ଧ୍ୟାର ଦୃଶ୍ୟକୁ ମନେ...

ସ୍ତ୍ରୀକୁ ପିଟି ପିଟି ହତ୍ୟାକଲେ ସ୍ବାମୀ

ବାଲେଶ୍ୱର ଅଫିସ,୨୯।୩: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସ୍ବାମୀ। ଏଭଳି ଘଟଣା ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି।...

Advertisement
Archives

Model This Week