ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ ରଖିବାକୁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ୩ଟି ଦିଗକୁ ଗୁରୁତ୍ୱ ଦେଉଛି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ପ୍ରଥମଟି ହେଉଛି ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିବା ସହ କୌଣସି ଲକ୍ଷଣ ଥାଉ କିମ୍ବା ନ ଥାଉ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା। ଦ୍ୱିତୀୟଟି ହେଉଛି କରୋନା ପାଇଁ କୋଭିଡ-୧୯ ପରୀକ୍ଷଣ ଏବଂ ପଜିଟିଭ୍‌ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜିବା। ସେହିଭଳି ତୃତୀୟଟି ହେଉଛି କରୋନା ପଜିଟିଭ୍‌ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଲକ୍ଷଣ ଥାଉ କିମ୍ବା ନ ଥାଉ କ୍ୱାରାଣ୍ଟାଇନ୍‌ରେ ରଖିବା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ତୁରନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ବିଦେଶରୁ ଫେରିଥିବା ୨୮୫୬ଜଣ ବ୍ୟକ୍ତି ଜିଲାସ୍ତରୀୟ ସର୍ଭେଲାନ୍ସ ଟିମ୍‌ ନଜରକୁ ଆସିନାହାନ୍ତି। ଏଣୁ ସେମାନଙ୍କ ସହ ଯୋଗାଯୋଗ କରିବା ସହ କ୍ୱାରାଣ୍ଟାଇନ୍‌ରେ ରଖିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ପୋଲାଭରମ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୪-୧:ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ପୋଲାଭରମ୍‌ ଡ୍ୟାମ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଏହାକୁ ବନ୍ଦକରିବା ଲାଗିି ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନର...

ବାଲୁକାକଳାରେ ଲତାଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଖ୍ୟାତନାମା ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆରୋଗ୍ୟ କାମନା କରିିଛନ୍ତି। ସୁଦର୍ଶନ ନିଜ ବାଲୁକାକଳାରେ ଏନେଇ ବାର୍ତ୍ତା...

ବଟି ମାଗି ଗିରଫ ହେଲେ ମହିଳା ଖବରଦାତା

ଉମରକୋଟ, ୧୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଜଣେ କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ବଟି ମାଗିବା ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ରାଇଘର ପୋଲିସ ଗିରଫ...

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି...

ହାଇକୋର୍ଟରେ ଜଜ୍‌ ଚୟନ ବିବାଦ: ୧୨ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ

କଟକ ଅଫିସ, ୪ା୭: ଜୁନ୍‌ ୧୭ରୁ ହାଇକୋର୍ଟ ବାର୍‌ ଆସୋସିଏଶନ ଆନ୍ଦୋଳନ ଚଳାଇଛି। ଆନ୍ଦୋଳନ ସ୍ବରୂପ ଓକିଲମାନେ ହାଇକୋର୍ଟର ନିର୍ଦ୍ଦିଷ୍ଟ କେତୋଟି କୋର୍ଟଙ୍କୁ ବର୍ଜନ କରି...

ଶଙ୍ଖ ଧରିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଗୁମ୍ମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ ଭାଜପା ଛାଡି ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ମରିୟମଙ୍କ...

ବାତ୍ୟା ଆଶ୍ରୟସ୍ଥଳ ମରାମତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ମରାମତି ପାଇଁ ଅଡିଟ୍‌ ହେଉଛି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି। ସେଥିରୁ କେତେକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମରାମତି ଅଭାବରୁ...

ଦୁଇ ଆସନରେ ୧୨ ପ୍ରାର୍ଥୀ

ନିରାକାରପୁର, ୧୦ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ପ୍ରାର୍ଥୀମାନେ ନିଜସ୍ବ ଢଙ୍ଗରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପ୍ରତି ଗାଁ,...

Advertisement
Archives

Model This Week