ଜିଲାପାଳଙ୍କୁ ଭେଟିଲେ ଠକେଇର ଶିକାର ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୨୧ା୬- ଭୁବନେଶ୍ୱରରେ ଏକ ଶିକ୍ଷା ଅନୁଷ୍ଠାନରେ ମାଗଣା ପଢ଼ିବା, ରହିବା, ଖାଇବା ଇତ୍ୟାଦି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ଯୁବକ ପାଖାପାଖି ୨୦ ଜଣ ଛାତ୍ରଙ୍କ ସାର୍ଟିଫିକେଟ ନେଇ ଯାଇଛନ୍ତି। ସେପଟେ ମିଥ୍ୟା ଆଡମିଶନ କରାଇ ପଢ଼ିବାକୁ ହେଲେ ମାସକୁ ୨୦ହଜାର ଟଙ୍କା ଦାବି କରିଛନ୍ତି ା ଯଦି କେହି ନ ପଢ଼ି ସାର୍ଟିଫିକେଟ ନେବ ତାହାଲେ ୧୦ ହଜାର ଦେବାକୁ ପଡିବ ବୋଲି ସମ୍ପୃକ୍ତ ଯୁବକ ଜଣକ ଛାତ୍ରମାନଙ୍କୁ କହିଛନ୍ତି। କଥା ଥାନା ପର୍ଯ୍ୟନ୍ତ ଯାଇଛି ା ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଯୁବକ ଜଣକ ନିର୍ଦ୍ଦିଷ୍ଟ ତାରିଖରେ ସାର୍ଟିଫିକେଟ ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ହେଲେ ଫେରାଉ ନାହାନ୍ତି ା ଏହାର ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ଠକେଇର ଶିକାର ହୋଇଥିବା ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ା ସେମାନେ କିପରି ସାର୍ଟିଫିକେଟ ଫେରି ପାଇବେ ସେ ନେଇ ପଦକ୍ଷେପ ନେବା ସହ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷେ ସାର୍ଟିଫିକେଟ ପାଇ ନ ଥିବାରୁ ଛାତ୍ରମାନଙ୍କ ଗୋଟିଏ ବର୍ଷ ବେକାର ହୋଇଯାଇଛି ା ଯାହାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ା ଟିକାବାଲି ବ୍ଲକ ସାରଙ୍ଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ଡାମିଗୁଡା ଗ୍ରାମର କେଶବ ପ୍ରଧାନ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ପଢ଼ିବା ପାଇଁ କ.ନୂଆଗଁା, ରାଇକିଆ, ଟିକାବାଲି, ସାରଙ୍ଗଡ ଓ ଫିରିଙ୍ଗିଆ ଆଦି ବ୍ଲକର ଗରିବ ଛାତ୍ରୀଛାତ୍ରଙ୍କୁ ଲୋଭ ଦେଖାଇଥିଲେ। ଆଡମିଶନ ପାଇଁ ଅରିଜିନାଲ ସାର୍ଟିଫିକେଟ ନେଇଥିଲେ। ଭେରିଫିକେଶନ ପରେ ୩ ଦିନ ମଧ୍ୟରେ ଫେରାଇ ଦେବେ ବୋଲି କହିଥିଲେ। ଆଡମିଶନ ହେବ କହି ପିଲାମାନଙ୍କୁ ୨୦୧୮ ଅଗଷ୍ଟ ୯ରେ ଭୁବନେଶ୍ୱର ନେଇଥିଲେ। ସେଠାରେ ପିଲାମାନଙ୍କୁ ପଢ଼ିବାକୁ ହେଲେ ମାସକୁ ୨୦୦୦ ଟଙ୍କା ଦେବାକୁ ପଡିବ, ତୁମେ ଲେବର କାର୍ଡ ଦେବ ା ସେହି କାର୍ଡରୁ ତୁମ ପାସ୍‌ବୁକ୍‌କୁ ଟଙ୍କା ଛଡାଯିବ ା ସେ ଟଙ୍କା ଉଠାଇ ଆମକୁ ଦେବେ ବୋଲି କହିବାରୁ ଛାତ୍ରୀଛାତ୍ରମାନେ ଠକାମୀର ଶୀକାର ହୋଇଥିବା ଜାଣି ଫେରି ଆସିବା ସହ ଅରିଜିନାଲ ସାର୍ଟିଫିକେଟ ମାଗିଥିଲେ। ଏ ନେଇ ସାରଙ୍ଗଡ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପଚାରା ଉଚରା କରିଥିଲେ। କେଶବ ସମସ୍ତଙ୍କ ସମ୍ମୁଖରେ ଜାନୁୟାରୀ ୩୦ ସୁଦ୍ଧା ସାର୍ଟିଫିକେଟ ଦେବା ପାଇଁ କହିଥିଲେ। ମାତ୍ର ଏବେ ଏଥିପାଇଁ ୧୦ ହଜାର ଟଙ୍କା ଦାବି କରୁଥିବା ଛାତ୍ର ମୋତିଲାଲ ପ୍ରଧାନ, ବିକାଶ ବିନ୍ଧାଣୀ, ବାପିନା ପ୍ରଧାନ, ଆଲୋକ ପ୍ରଧାନଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ା ଏ ନେଇ କେଶବ ପ୍ରଧାନଙ୍କୁ ୯୪୩୯୫୬୮୬୫୪ରେ ଯୋଗାଯୋଗ କରିଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ଗାଁ ତହସିଲ ହରିଡ଼ାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ: ୮ ବଖରା ପୋଡିଗଲା, ୨ ବଳଦ ଜୀବନ୍ତ ଦଗ୍ଧ

ଓଡ଼ଗାଁ,୨ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ହରିଡ଼ାବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରଙ୍କ ୮ ବଖରା ଜଳିଯାଇଛି ା...

ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ବିଏମ୍‌ସି ପକ୍ଷରୁ ଜାରି...

ନବମ, ଦଶମ ଶ୍ରେଣୀ ସିଲାବସ୍‌ କମିବ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଚଳିତବର୍ଷ ବି ନବମ,ଦଶମ ଶ୍ରେଣୀର ସିଲାବସ୍‌ କମିବ। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ ହ୍ରାସ କରାଯିବ। ସିଲାବସ୍‌...

୧୫ରୁ ବଢ଼ିବ ତାତି

ଭୁବନେଶ୍ୱର,୧୩।୩(ବ୍ୟୁରୋ):ରାଜ୍ୟରେ ତାତି ବଢୁଥିବା ବେଳେ କେତେକ ଜିଲାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୫ ଓ ୧୬...

ସୁବର୍ଣ୍ଣରେଖାରେ ବନ୍ୟା: ୩ ବ୍ଲକ ଜଳମଗ୍ନ

ବାଲେଶ୍ୱର ଅଫିସ,୨୨ା୮: ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ଫଳରେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକର ସମସ୍ତ ଅଞ୍ଚଳ ଜଳବନ୍ଦୀ। ରବିବାର ରାତି ୩ରୁ...

ଓଲଟିଲା ଯାତ୍ରୀବାହୀ ବସ୍‌: ୫ ମୃତ, ୩୦ ଆହତ

ମାଲକାନଗିରି,୧୩ା୬(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବୋଡୁଗୁଡମ ନିକଟରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ...

କଠୋର ଦଣ୍ଡ ବ୍ୟବସ୍ଥା ଲୋଡ଼ା

ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ରାଜ୍ୟରେ ଅନ୍ଧବିଶ୍ୱାସ ଜନିତ ହତ୍ୟା ଏବଂ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ବିଶେଷ କରି ମହିଳାଙ୍କ ବିରୋଧରେ ଏହି ଅପରାଧ ଅଧିକ। କେନ୍ଦୁଝର, ମୟୂରଭଞ୍ଜ,...

ଆର୍ଥିକ ଅନଟନରେ ବାରିକ ପରିବାର

ସିନାପାଲି,୩ା୫(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ...

Advertisement
Archives

Model This Week