ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିଲେ ଏଣିକି ଛାତ୍ରୀଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ଜାଲ୍‌ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ଆଡ୍‌୍‌ମିଶନ୍‌ ରଦ୍ଦ କରିଦିଆଯିବ। ଏହାସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ନାମଲେଖା ହୋଇଥିବା ତଦନ୍ତରୁ ଜଣାପଡିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏ ନେଇ ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ/ବେସରକାରୀ/ସେଲ୍‌ଫ ଫାଇନାନ୍ସିଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି, ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଭଦ୍ରକ କଲେଜରେ କେତେଜଣ ଛାତ୍ର ନାମ ଲେଖାଇଥିବା ଘଟଣା ବିଭାଗର ନଜରକୁ ଆସିଛି। ଏହି ବିଷୟ ନେଇ ଏବେ ତଦନ୍ତ ଚାଲିଛି। ତଦନ୍ତ ପରେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଅନ୍ୟ କୌଣସି ସ୍ଥାନରେ ଏପରି ଜାଲିଆତି ସମ୍ପର୍କରେ ଜାଣିବା ଲାଗି ଦିବ୍ୟାଙ୍ଗ ପ୍ରମାଣପତ୍ରର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲାର ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ ଜରିଆରେ ଏସବୁ ଯାଞ୍ଚ କରାଯିବ। ଜାଲ୍‌ ଜଣାପଡିଲେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ନାମଲେଖାକୁ ରଦ୍ଦ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ଏପରିକି ଜାଲିଆତି କରିଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ, ଭଦ୍ରକ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ନେଇ ଅଭିଯୋଗ ଉଠିଥିଲା। ୮୦ ପ୍ରତିଶତ ମାର୍କ ରଖି ପିଲା ବାଦ୍‌ ପଡିଥିବାବେଳେ ୪୦ ପ୍ରତିଶତ ମାର୍କ ରଖିଥିବା ପିଲା କଲେଜରେ ନାମ ଲେଖାଇଥିବା ଜଣାପଡିଥିଲା। ଏହାର ପ୍ରତିବାଦରେ ଏବିଭିପି ଆନ୍ଦୋଳନକୁ ଓହ୍ଲାଇବା ସହ ଭଦ୍ରକ କଲେଜ ନାମଲେଖା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଏପରିକି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ପିଲା ଏଭଳି ଜାଲ୍‌ ସାର୍ଟିଫିକେଟ୍‌ ଦେଖାଇ ଭଦ୍ରକ କଲେଜରେ ଆଡ୍‌ମିଶନ କରିଥିବା ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ ଆଣିଥିଲେ। ଯେଉଁମାନେ ଏଭଳି ମିଥ୍ୟା ସାର୍ଟିଫିକେଟ୍‌ ଦେଇଛନ୍ତି ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀ ଅଧିବେଶନ: ଏଥର ଦିନକୁ ୬ ଘଣ୍ଟା ଯାଏ ଚାଲିବ ବିଧାନସଭା କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଏଥର ଦିନକୁ ୬ ଘଣ୍ଟା ଚାଲିବ ବିଧାନସଭା କାର୍ଯ୍ୟ। ମୌସୁମୀ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟ ସାଢ଼େ ୧୦ରୁ...

ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୋମବାର ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ପ୍ଲଟ୍‌ ନଂ. ୧...

ଗଜେନ୍ଦ୍ର ପ୍ରସାଦ ସାହୁ ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସୋମବାର ଓଡ଼ିଆ ଭାଷା,...

ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର...

ଧରାପଡ଼ିଲା ନକଲି ଏମ୍‌ଭିଆଇ ଟିମ୍‌: ୪ ଗିରଫ

ବାଲିକୁଦା,୨୯ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କଟକ-ମାଛଗଁା ମୁଖ୍ୟରାସ୍ତାରେ ଏମ୍‌ଭିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଟିମ୍‌ ସାଜି ଗାଡି ଚାଳକଙ୍କୁ ଲୁଟ୍‌ କରୁଥିବା ଏକ ନକଲି...

ନୂଅଁ।ଖାଇ, ସହର ବଜାର ଚଳଚଞ୍ଚଳ ସବୁସ୍ତରରେ ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୨ା୯ ପୂର୍ବବର୍ଷ ଭଳି ଭାଦ୍ରବ ମାସ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁଠି...

ମଞ୍ଚମୁହାଁ କଳାକାର

ଭୁବନ, ୬।୨(ଡି.ଏନ.ଏ.) ଖୋଲିଲାଣି ଆଖଡ଼ା ଶାଳା। ସଂଳାପରେ କମ୍ପୁଛି ପରିବେଶ। କଟକଣା କୋହଳ ପରେ ମଞ୍ଚମୁହାଁ କଳାକାର। ଯାତ୍ରାଜଗତ ପାଇଁ ନୂତନ ବର୍ଷ ନୂଆ ଆଶା...

ଯବାନ ପରିଚୟ ଦେଇ ମହିଳା ଫରେଷ୍ଟଗାର୍ଡଙ୍କ ସହ ପ୍ରତାରଣା

ସୁନ୍ଦରଗଡ଼/ବଣାଇଁ, ୧୮।୭ (ଡି.ଏନ୍‌.ଏ./ସ୍ବ.ପ୍ର): ନିଜକୁ ସିଆର୍‌ପିଏଫ୍‌ ଯବାନ ପରିଚୟ ଦେଇ ସୁନ୍ଦରଗଡ଼ ଜିଲା ବଣାଇଁରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି।...

Advertisement
Archives

Model This Week