ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ତାତି। ଅପରାହ୍ନ ୫ଟା ଯାଏ ଗ୍ରୀଷ୍ମ ପ୍ରକୋପ ଲାଗି ରହୁଛି। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଦେହ ମୁଣ୍ଡକୁ ଝାଇଁ ଝାଇଁ କରି ଦେଇଛି। ରବିବାର ଭଳି ସୋମବାର ମଧ୍ୟ ରାଜ୍ୟର ୧୦ ସହରର ପାରଦ ୪୦ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଏବଂ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ୪୧.୨, ଚାନ୍ଦବାଲି ୪୦.୭, କଟକ ୪୦.୧, ଅନୁଗୋଳ ୪୦.୭, ବାରିପଦା ୪୧, ତାଳଚେରର ୪୦.୫, ମାଲକାନଗିରି ୪୦.୨, ନୟାଗଡ଼ ୪୦, ବାୈଦ୍ଧ ୪୦.୫, ଭବାନୀପାଟଣା ୩୯.୫ ଏବଂ ସୋନପୁରରେ ସର୍ବାଧିକ ୩୯.୪ ଡିଗ୍ରୀ ସେଲସିୟସ ରେକଡର୍ର୍ କରାଯାଇଛି। ଆସନ୍ତା କିଛିଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳ ଓଡ଼ିଶାରେ ପାରଦ ୪୦ଡିଗ୍ରୀ ସେଲସିୟସ ଉପରେ ରହିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ତାତି ସାମାନ୍ୟ କମିବ। କାଳବୈଶାଖୀ ଜନିତ ବର୍ଷା ଯୋଗୁ ଆସନ୍ତା ୨୦ ଏବଂ ୨୧ ତାରିଖରେ ପାରଦ ସାମାନ୍ୟ କମିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ କନ୍ଧମାଳ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ ଓ ଭଦ୍ରକ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୧୯ ଦିନର ଶିଶୁକୁ ୧୦ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ପୋଲିସର ତନାଘନା

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଖଣ୍ଡଗିରି ଥାନା ଭରତପୁରରେ ଜଣେ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଅଭାବ ଅନଟନରୁ ଶ୍ରମିକ ଶ୍ରେଣୀୟ ଦମ୍ପତି ତାଙ୍କର ୧୯ ଦିନର ଶିଶୁପୁତ୍ରକୁ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ମାମଲା: ସରକାରଙ୍କ ନୂତନ କମିଟିକୁ ରଦ୍ଦ ପାଇଁ ଆବେଦନ

କଟକ ଅଫିସ,୩।୧୨:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୫ବର୍ଷ ତଳେ ଏକ କମିଶନ ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି...

‘ସୁନନ୍ଦା ସମ୍ମାନ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୨୩ା୧୦ (ବ୍ୟୁରୋ) :ଶାସ୍ତ୍ରୀୟ ସଙ୍ଗୀତରେ ଉତ୍କର୍ଷ ଲାଗି ରାଜ୍ୟର ଜଣେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ମିଳିବ। ବିଶିଷ୍ଟ ସଙ୍ଗୀତ ଗୁରୁ ସ୍ବର୍ଗତ...

ମଦ ପିଇବାକୁ ଟଙ୍କା ନ ଦେବାରୁ ବୃଦ୍ଧଙ୍କୁ ହତ୍ୟା

ଜୁନାଗଡ଼,୮।୩: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମାଟିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ...

କରୋନା କବଳରେ ସାରା ଓଡ଼ିଶା

ଭୁବନେଶ୍ୱର,୪।୬:(ବ୍ୟୁରୋ):ମହାମାରୀ କରୋନା କବଳକୁ ଚାଲିଯାଇଛି ରାଜ୍ୟର ସମସ୍ତ ଜିଲା। ପୂର୍ବରୁ ୨୯ ଜିଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବାବେଳେ ଏବେ ବାକିଥିବା ରାୟଗଡ଼ା ଜିଲାରୁ କୋଭିଡ୍‌-୧୯...

ଶ୍ରୀଲିଙ୍ଗରାଜ ମନ୍ଦିର ଉଚ୍ଛେଦ ପ୍ରସଙ୍ଗ: ଜବରଦଖଲରେ ପାର୍ଶ୍ୱ ଦେବଦେବୀ ପୀଠ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦକୁ ସବୁ ମହଲରୁ ସ୍ବାଗତ କରାଯାଉଛି। ହେଲେ ଶ୍ରୀଲିଙ୍ଗରାଜଙ୍କ ରୀତିନୀତି ସହ ଜଡ଼ିତ ଅନ୍ୟ ପାର୍ଶ୍ୱ...

ନିରାଡ଼ମ୍ବର ଭାବେ ପାଳନ ହେବ ରାମନବମୀ

ଭୁବନେଶ୍ୱର, ୨୧।୪ (ବ୍ୟୁରୋ): କରୋନା ଚେନ୍‌ରେ ବ୍ରେକ୍‌ ଲଗାଇବା ପାଇଁ ବୁଧବାର ଠାରୁ ବିଭିନ୍ନ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।...

ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର, ଓଡିଶାକୁ ବିଶ୍ୱ ସ୍ତରୀୟ ସ୍ବୀକୃତି: ଜାଗା ମିଶନ ପାଇଁ ‘ଓ୍ବାର୍ଲଡ ହାବିଟାଟ’ ପୁରସ୍କାର

ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ବସ୍ତିରେ ରହୁଥିବା ଲୋକମାନଙ୍କୁ ଥଇଥାନ କରିବା , ସେମାନଙ୍କୁ ଜମି ଅଧିକାର ଦେବା ଓ ଜୀବନ ଜୀବିକା ବିକାଶ କ୍ଷେତ୍ରରେ ନେଇଥିବା ପଦକ୍ଷେପ ପାଇଁ ରାଜ୍ୟ...

Advertisement


Archives

Model This Week