ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି

ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍‌ ପାଇଁ ଅଟକି ରହିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ଗୁରୁବାର ଭୋର ୫ଟାରେ ଭାରତୀୟ ବିମାନରେ ଭାରତୀୟ ଦୂତାବାସ ସହଯୋଗରେ ଭାରତ ଫେରିଛନ୍ତି। ପୁଅ ଶିବାଶିଷ ଭାରତ ଫେରିଥିବା ଖବର ପାଇ ତାଙ୍କ ବାପା ଲିଙ୍ଗରାଜ ନାୟକ, ମା’ ଝୁନୁ ନାୟକ ଓ ଆତ୍ମୀୟସ୍ବଜନ ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି। ପୁଅ ସହିତ ସକାଳେ ଲିଙ୍ଗରାଜ କଥା ହେବା ପରେ ପରିବାର ଲୋକଙ୍କ ସହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଭଗବାନ ଏବଂ ବ୍ରହ୍ମପୁରର ସମସ୍ତ ଖବରଦାତାଙ୍କୁ ପରିବାରବର୍ଗ ଅଶେଷ କୃତଜ୍ଞତା ଜଣାଇଛନ୍ତି । ବୁଧବାର ଶିବାଶିଷ ଓ ତାଙ୍କ ୫ ସହକର୍ମୀଙ୍କ ସମେତ ୧୧୯ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ନାଗରିକଙ୍କୁ ଟୋକିଓ ପ୍ରଶାସନ ଏକ ବସ୍‌ରେ ହାନୀଡା ବିମାନ ବନ୍ଦର ପର୍ଯ୍ୟନ୍ତ ଆଣିଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ଭାରତୀୟ ଚାଟାର୍ଡ ସ୍ବତନ୍ତ୍ର ବିମାନ ବୁଧବାର ସାରେ ସେଠାରୁ ଉଡ଼ାଣ ଆରମ୍ଭ କରିଥିଲା। ଗୁରୁବାର ସେମାନଙ୍କୁ ଭାରତ ଫେରାଇ ଅଣାଯାଇଛ। ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଏକ ବସ୍‌ରେ ସ୍ଥାନୀୟ ସାମରିକ ବେସ୍‌କୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ୧୪ଦିନ ନିରୀକ୍ଷଣରେ ରଖାଯିବ। ପରେ ସେମାନଙ୍କ କରୋନା ଭାଇରସ ନେଗେଟିଭ୍‌ ଆସିଲେ ସେମାନଙ୍କୁ ନିଜ ନିଜ ଘରକୁ ଛଡ଼ାଯିବ ବୋଲି ଭାରତ ଫେରିଥିବା ଇଞ୍ଜିନିୟର ଶିବାଶିଷ ଧରିତ୍ରୀକୁ ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ୍‌ରୁ ୨୯୮ ଆକ୍ରାନ୍ତ ଚିହ୍ନଟ: ସିଏମ୍‌ସି କମିଶନର

କଟକ ଅଫିସ,୯ା୮-କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି।...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ସିଂଝରଣ ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଂଝରଣ ଗ୍ରାମର...

କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣା: ସୁରକ୍ଷାକର୍ମୀଙ୍କୁ ବହିଷ୍କାର

କଟକ ଅଫିସ,୨୮।୯: କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ...

ଜୀରାନଦୀ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼ ଅଫିସ,୩୦ା୯: ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ...

ହାଇୱା ଧକ୍କାରେ ଚାଲିଗଲା ଠିକା କର୍ମଚାରୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୧୩।୧୦: ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ପ୍ରକଳ୍ପ ପରିସରରେ ଗୁରୁବାର ଏକ ହାଇୱା ଧକ୍କାରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସମ୍ବଲପୁର...

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା; ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଶଙ୍କରାଖୋଲ,୧୮ା୧୧(ଡି.ଏନ୍‌.ଏ.)-ଟିକାବାଲି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ...

ସ୍ବଚ୍ଛ ଭାରତ ଅଭିଯାନ ବାଟବଣା, ପାଇଖାନା ନିର୍ମାଣ ହୋଇଛି କାମରେ ଆସୁନି

ମାଲକାନଗିରି,୯ା୧୨(ଡି.ଏନ.ଏ.)-  ଚଳିତ ବର୍ଷ ଅକ୍ଟୋବର ୨ରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସ୍ବଚ୍ଛ ଭାରତ ମିଶନ ଅଭିଯାନ ମାଧ୍ୟମରେ ସମଗ୍ର ଦେଶକୁ ବାହ୍ୟ ମଳତ୍ୟାଗ...

ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯...

Advertisement
Archives

Model This Week