ବନ୍ତ,୮।୧(ଡି.ଏନ୍.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ରାଉତରାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅନିତାରାଣୀ ସେଠୀଙ୍କର ଜାତିଗତ ପ୍ରମାଣପତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର ଡିସେମ୍ବର ମାସଠାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କର ଦରମା ବନ୍ଦ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୫ରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ା ସେତେବେଳେ ସେ ଅନୁସୂଚିତ ଜାତି(ରାଢି) ବର୍ଗର ପ୍ରମାଣପତ୍ର ପ୍ରଦାନ କରିଥିଲେ ା ଅପରପକ୍ଷେ ଗତ ୨୦୦୦ଠାରୁ ସରକାରଙ୍କ ନିୟମ ଅନୁଯାୟୀ ରାଢି ଜାତି ସାଧାରଣ ବର୍ଗରେ ପରିଣତ ହୋଇଥିବା ବେଳେ କିପରି ସମ୍ପୃକ୍ତ ଶିକ୍ଷୟିତ୍ରୀ ଉକ୍ତ ପ୍ରମାଣପତ୍ରରେ ନିଯୁକ୍ତି ପାଇଲେ ସେ ସମ୍ପର୍କରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଉକ୍ତ ପ୍ରମାଣପତ୍ର ସାଧାରଣ ବର୍ଗର ବୋଲି ସୂଚନା ଅଧିକାର ତଥ୍ୟରୁ ଜଣାପଡିବା ପରେ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କଠାରେ ଅଭିଯୋଗ ହୋଇଥିଲା। ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଜାତିଗତ ପ୍ରମାଣପତ୍ର ତଥ୍ୟ ମଗାଇଥିଲେ ା ପ୍ରମାଣପତ୍ରରେ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ବ୍ଲକ ଶିକ୍ଷାଧିକାରୀ ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଛନ୍ତି ା ସବିଶେଷ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ମିଶ୍ର କହିଛନ୍ତି ା
Posted inଆମ ଜିଲା ଖବର, ଭଦ୍ରକ View All

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଆତ୍ମହତ୍ୟା
ଫୁଲବାଣୀ ଅଫିସ,୨୫ା୫-ମାଓବାଦୀ ସଙ୍ଗଠନରେ ଯୋଗଦେଇ ପରେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା କ୍ୟାଡର ମାଓବାଦୀ ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ...

୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...

ଜିଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ: ଫେବୃୟାରୀ ୭ରୁ ଜିଲା ମହୋତ୍ସବ
ଅନୁଗୋଳ ଅଫିସ, ୧୧।୧ – ଅଷ୍ଟମ ଜିଲା ମହୋତ୍ସବ ପାଳନ ପାଇଁ ଜିଲା ସଂସ୍କୃତି ପରିଷଦର ସାଧାରଣ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ ଗୃହରେ...

ରାତି ଅଧିଆ ଟଙ୍କା ବଣ୍ଟିବା ସନ୍ଦେହରେ ସରପଞ୍ଚ ପ୍ରାର୍ଥୀଙ୍କ ବାପାଙ୍କୁ ଅଟକ
ଦାରିଙ୍ଗବାଡି,୨୩।୨(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକରେ ଶେଷ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବ। ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ...

ଚାଷୀର ମୁଡ଼େ ଚଡକ୍: ମକା ଫସଲରେ ବିଦେଶୀ ପୋକ୍
ଭବାନୀପାଟଣା,୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଆମେରିକୀୟ ପୋକ୍ ଫଲ୍ ଆର୍ମି ଓ୍ବର୍ମର (ଏଫ୍ଏଡ୍ବ୍ଲ୍ୟୁ) ଦେଖାଦେଇଛେ। ଆମେରିକାରେ ଦେଖାଯାଉଥିବାର ଇ ପୋକ୍ ଗଲା ବଛର ଦେଶର କେତେ ରାଏଜ୍ରେ...

୧୮ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ସନ୍ତୋଷ ମାଷ୍ଟରମାଇଣ୍ଡ
କଟକ ଅଫିସ, ୩୧ା୧୦: କଟକ ଜିଲା ଖୁଣ୍ଟୁଣୀ ଥାନା ନିକଟରେ ମଙ୍ଗଳବାର ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ୍ ଘଟାଣର ବୁଧବାର ପର୍ଦ୍ଦାଫାଶ ହୋଇଛି। କୌଣସି...

କଚ୍ଛପ ଗତିରେ ଚାଲିଛି ରାଜପଥ ନିର୍ମାଣ
ଧର୍ମଶାଳା,୧୫ା୧୧(ଡି.ଏନ.ଏ.): ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ମନ୍ଥର ଗତିରେ କାମ...

ଗଞ୍ଜାମ ଜିଲା ଚିଠି: ପଛକୁ ଦେଖ
ଗତ ଏକ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)ରେ ଅମଲାତନ୍ତ୍ର ଶାସନ ଚାଲିଛି। ୨୦୧୮ ସେପ୍ଟେମ୍ବର ୩୦ରେ ରାଜ୍ୟବ୍ୟାପୀ ସମସ୍ତ ପୌରସଂସ୍ଥାକୁ ରାଜ୍ୟ ସରକାର ଭାଙ୍ଗିଦେଇଥିଲେ...