ଜଳିଗଲା ତେଲ ବୋଝେଇ ଭ୍ୟାନ

ଆନନ୍ଦପୁର,୨୦। ୬(ସ୍ବ.ପ୍ର.)- ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଓଭରବ୍ରିଜ୍‌ ଠାରେ ଏକ ତେଲ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ହଠାତ୍‌ ଅଗ୍ନିକାଣ୍ଡରେ ଜଳିଯାଇଛି। ଗାଡିର ଚାଳକ ଅଳପକେ ବର୍ତ୍ତିଯାଇଥିବାବେଳେ ତେଲ ପେଟି ଗୁଡିକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଯାଜପୁର ପାର୍ଶ୍ୱରୁ ଏକ ପିକ୍‌ ଅପ୍‌ ଭ୍ୟାନ୍‌ ଖାଇବା ତେଲ ବୋଝେଇ କରି ଆନନ୍ଦପୁର ଅଭିମୁଖେ ଯାଉଥିଲା। ରାମଚନ୍ଦ୍ରପୁର ଓଭରବ୍ରିଜ ଠାରେ ଗାଡିର ଇଞ୍ଜିନ୍‌ ପାର୍ଶ୍ୱ ନିଆଁ ହୁତ୍‌ ହୁତ୍‌ ହୋଇ ଜଳିବାରେ ଲାଗିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଭ୍ୟାନ୍‌ରୁ ତେଲ ପେଟି ଗୁଡିକୁ ସୁରକ୍ଷିତ ବାହାର କରିବାରେ ସଫଳ ହୋଇଥିଲେ। ତେବେ ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଥିଲା ତାହା ଜଣାପଡି ନ ଥିବାବେଳେ ଏହା ସର୍ଟ ସର୍କିଟରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୩ ଗୁରୁତର

ଜଳେଶ୍ୱର,୧୦।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନାମ୍ପୋଠାରେ ରବିବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଗୁରୁତର ହୋଇଛନ୍ତି।...

ଲୋକେ ନ୍ୟାୟ ପାଇଲେ ସୁସ୍ଥ ସମାଜ ସମ୍ଭବ

ବାଲେଶ୍ୱର ଅଫିସ,୩୧।୧୦- ତଳସ୍ତରରେ ଲୋକେ ନ୍ୟାୟ ପାଇଲେ ମାନବାଧିକାର ସୁରକ୍ଷା ସମ୍ଭବ ହେବ ବୋଲି ବାଲେଶ୍ୱରରେ ଆୟୋଜିତ ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନ (ଡବ୍ଲୁଏଚ୍‌ଆର୍‌ପିଓ)ର ରାଜ୍ୟସ୍ତରୀୟ...

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ...

କ୍ୱାରାଣ୍ଟାଇନକୁ ଗଲେ ପଶ୍ଚିମବଙ୍ଗ ଫେରନ୍ତା

ରସାଳପୁର, ୨୩।୪(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢିଯାଇଛି। ବାଲେଶ୍ୱର, ଭଦ୍ରଖ, ଯାଜପୁରରେ ୩ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ସଂଗ୍ରାମୀଙ୍କ ପରିବାର ଲୋକଙ୍କୁ ସ୍ବତନ୍ତ୍ର ପରିଚୟପତ୍ର

ବାସୁଦେବପୁର, ୩।୭ (ଡି.ଏନ.ଏ.): ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦାଠାରେ ଶହୀଦ ମେମୋରିଆଲ ସଂଗ୍ରାମୀ ମହାସଂଘ ପକ୍ଷରୁ ବୁଧବାର ସ୍ବାଧୀନତା ଓ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ...

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା...

ସିକ୍ୟୁରିଟି ଗାର୍ଡ ହତ୍ୟା ଘଟଣାର ପର୍ଦ୍ଦାଫାଶ: ପରକୀୟା ସମ୍ପର୍କ ମୁଖ୍ୟ କାରଣ

ସଜନାଗଡ଼, ୧୨।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କେଶୁରା ଗ୍ରାମରେ ବିଜୟ କୁମାର ସିଂହ (୪୦) ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯିବା ଘଟଣାର...

ପୂରଣ ହେଲାନି ସହରବାସୀଙ୍କ ସ୍ବପ୍ନ

ବାଲେଶ୍ୱର ଅଫିସ, ୧୬।୩(ମାନସ ବିଶ୍ୱାଳ)-ସଂସ୍କୃତିସମ୍ପନ୍ନ ବାଲେଶ୍ୱର ସହରରେ ଜନସଂଖ୍ୟା ଓ ପରିସୀମା ବୃଦ୍ଧି ପାଉଥିବାବେଳେ ଆଧୁନିକ ଜୀବନଧାରା ସହ ତାଳ ଦେଇ ଚାଲିବା ପାଇଁ ଭିତ୍ତିଭୂମି...

Coronavirus Update

Archives

Model This Week

Why Dharitri