ଜର୍ମାନ ମନ୍ତ୍ରୀଙ୍କ ଆତ୍ମହତ୍ୟା

ବର୍ଲିନ,୩୦ା୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିଥିବା ବେଳେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏତିକିବେଳେ ଦୁଃଖରେ ଭାଙ୍ଗିପଡ଼ି ଜର୍ମାନର ହେସେ ପ୍ରଦେଶରେ ଅର୍ଥମନ୍ତ୍ରୀ ଥିବା ଥୋମାସ୍‌ ଚଫେର(୫୪) ଆତ୍ମହତ୍ୟା କରିଛନ୍ତି। କରୋନା ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ କିପରି ଏଥିରୁ ମୁକୁଳିବା ସେଇ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପ୍ରଦେଶ ମୁଖ୍ୟ ଭୋଲ୍‌କର ବୋଫିୟର ରବିବାର ପ୍ରକାଶ କରିଛନ୍ତି। ଶନିବାର ଏକ ରେଳ ଲାଇନ୍‌ କଡ଼ରୁ ତାଙ୍କ ମରଶରୀରକୁ ଉଦ୍ଧାର କରାଯାଇଥିଲା। ପ୍ରକାଶଥାଉ କି, ହେସେ ହେଉଛି ଜର୍ମାନର ଆର୍ଥିକ ରାଜଧାନୀ ଫ୍ରାଙ୍କ୍‌ଫର୍ଟର କେନ୍ଦ୍ରସ୍ଥଳ। ଏଠାରେ ବିଭିନ୍ନ ବଡ଼ ବଡ଼ ବ୍ୟାଙ୍କର ମୁଖ୍ୟାଳୟ ରହିଛି। ୟୁରୋପିଆନ୍‌ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ଏଠାରେ ଅଛି। ଗତ ୧୦ ବର୍ଷ ହେବ ଏଠାରେ ଅର୍ଥମନ୍ତ୍ରୀ ଭାବେ ଥୋମାସ୍‌ ଚଫେର ଦାୟିତ୍ୱ ତୁଲାଇ ଆସୁଥିଲେ। ବିଭିନ୍ନ କମ୍ପାନୀ ଓ କର୍ମଚାରୀଙ୍କ ଲାଗି ସେ ଦିନରାତି ଏକ୍‌ କରୁଥିଲେ। ଏବେ ତାଙ୍କର ବିଧବା ସ୍ତ୍ରୀ ଓ ୨ ପିଲା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୫: ସମଗ୍ର ବିଶ୍ୱକୁ ମହାମାରୀ କରୋନା କବଳିତ କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ଏପରି ଘଟଣା ସତ୍ତ୍ୱେ କିଛି ଲୋକ କରୋନା ଟିକା...

ଖସିଲା କରୋନା ଗ୍ରାଫ୍‌: ଆଜି ୧୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୪୫୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ...

ଆନ୍ଧ୍ରରୁ ଆସିଥିବା ମା’-ପୁଅଙ୍କ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରଶାସନର ନିର୍ଦ୍ଦେଶ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଧ୍ର -ଓଡ଼ିଶା ସୀମାନ୍ତକୁ ସିଲ୍‌ କରାଯାଇଥିବା ବେଳେ ଗଳା ବାଟ ଦେଇ ପୂର୍ବରୁ ସେଠାରେ ରହୁଥିବା ଜଣେ...

ଟିକା ସାର୍ଟିଫିକେଟକୁ ସ୍ବୀକୃତି ଦେବାକୁ ଆହ୍ବାନ

ଓ୍ବାଶିଂଟନ, ୨୩।୯: ଅନ୍ତର୍ଜାତୀୟ ଗମନାଗମନକୁ ସୁଗମ କରିବା ଲାଗି ଟିକା ପ୍ରମାଣପତ୍ରକୁ ଆପୋଷ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ୫ ଦିନିଆ ଆମେରିକା ଗସ୍ତରେ ଥିବା...

ସିନେଟରଙ୍କ ଘର ଆଗରେ ଘୁଷୁରିମୁଣ୍ଡ

ଓ୍ବାଶିଂଟନ, ୪ା୧: ଆମେରିକା ସିନେଟର ରିପବ୍ଲିକାନ ସଦସ୍ୟ ମିଚ ମ୍ୟାକକୋନେଲ ଏବଂ ଡେମୋକ୍ରାଟ ସ୍ପିକର ନାନ୍‌ସୀ ପେଲୋସିଙ୍କ ଘର ଆଗରେ ହୋୟାର ଇଜ୍‌ ମାଇ ମନି...

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ପାକ୍‌ ପାର୍ଲାମେଣ୍ଟ ମୁଲତବୀ

ଇସ୍‌ଲାମାବାଦ,୨୫।୩: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ କିଛିଦିନ ହେଲା ସଜବାଜ ହେବା ସହ ପାର୍ଲାମେଣ୍ଟ ସଚିବାଳୟକୁ ନୋଟିସ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ  ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week