ଜରପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର; ଡାକ୍ତର ନ ଥିବାରୁ ମିଳୁନି ସେବା

ଛେଣ୍ଡିପଦା,୧୪ା୧୦(ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ଜରପଡାଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଉପଯୁକ୍ତ ସେବା। କାରଣ ଏଠାରେ ନିଯୁକ୍ତ ହୋଇଥିବା ଜଣେ ମାତ୍ର ଡାକ୍ତର ଦୀର୍ଘଦିନ ହେଲା ଛୁଟିରେ ଥିବାରୁ ରୋଗୀ ସେବା ଏକପ୍ରକାର ଠପ୍‌ ହୋଇଯାଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଜରପଡା, ଦୁର୍ଗାପୁର, କୋରଡା, ଜେରେଙ୍ଗ ଦେହୁରୀ ସାହି, କତଡା, ପରା, ଓଗୀ, ତୁକୁଡା ପଞ୍ଚାୟତ ସମେତ କଞ୍ଜରା, ଜାମୁଣ୍ଡା, ଜାମୁଣ୍ଡା ଜଙ୍ଗଲ, ବିମଳବେଡା, ବଡହିଂସର, ସାନହିଂସର, ଜରଡା ଆଦି ଗ୍ରାମର ଲୋକେ ନିର୍ଭର କରନ୍ତି। ହେଲେ ଦୀର୍ଘ ଦିନ ହେଲା ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତ କରାଯାଉ ନାହିଁ। ଫଳରେ ସାମାନ୍ୟ ଜ୍ୱର, ଥଣ୍ଡା ହେଲେ ମଧ୍ୟ ଲୋକଙ୍କୁ ଖର୍ଚ୍ଚାନ୍ତ ହୋଇ ୪୦/୫୦ କିମି ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ସେହିପରି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ଏଠାରେ ଜରୁରିକାଳୀନ ସେବା ମିଳିପାରୁନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୋଇଥିବା ଜଣେ ଡାକ୍ତର ୩ ମାସ ହେଲା ଛୁଟିରେ ଥିବାବେଳେ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଫଳରେ ଜଣେ ଫାର୍ମାସିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ର କଥା ବୁଝୁଛନ୍ତି। ତୁରନ୍ତ ଏଠାରେ ଡାକ୍ତର, ବିଶେଷଜ୍ଞ ନିଯୁକ୍ତ କରାଯିବାକୁ ଦାବି ହୋଇଛି। ଏ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ଜରପଡା ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ପୂର୍ବତନ ସରପଞ୍ଚ ନାରାୟଣ ସାହୁ, ସମ୍ପାଦକ ପବିତ୍ର ମୋହନ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏ ନେଇ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡା. ଧୀରେନ କୁମାର ପ୍ରଧାନ କହିଛନ୍ତିି, ଜରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତର ଏକ ଛୁଟି ଦରଖାସ୍ତ ଦେଇଥିଲେ। ଛୁଟି ମଞ୍ଜୁର ହୋଇ ନ ଥିଲେ ମଧ୍ୟ ସେ ୩ ମାସ ହେଲା ଅନୁପସ୍ଥିତ ରହିଛନ୍ତି। ତାଙ୍କ ସ୍ଥାନରେ ନୂତନ ଡାକ୍ତର ନିଯୁକ୍ତି ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ଗୃହ ନିର୍ମାଣ ବନ୍ଦ ନିର୍ଦ୍ଦେଶ

ବଇଣ୍ଡା,୧୨।୧(ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଠାରେ ନିର୍ମାଣାଧୀନ ୯ଟି ନୂତନ ଶ୍ରେଣୀଗୃହ କାର୍ଯ୍ୟ ନିମ୍ନମାନର ହେଉଥିବା ସୋମବାର ଅନୁଗୋଳ ଜିଲାପାଳଙ୍କ...

ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ...

ପୁରୀ ଜିଲାରେ ସଂକ୍ରମଣ ବୃଦ୍ଧି ନେଇ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ପୁରୀ ଜିଲାରେ କୋଭିଡ୍‌ ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ସୋମବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନ୍‌ଫରେନ୍ସରେ...

ତାଲିକାରେ ଆଗୁଆ, କାମରେ ପଛୁଆ

ଜଟଣୀ,୨୮ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ସର୍ବଭାରତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଷଷ୍ଠ ଏବଂ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ୨୦୨୦-୨୧ ମସିହାରେ ସ୍ବଚ୍ଛତା...

ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଷଡଯନ୍ତ୍ରକାରୀ ମହିଳାଙ୍କ ସମେତ ୫ ଗିରଫ

ବହଳଦା,୨୯ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବହଳଦା ଥାନା ପୋଲିସ ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରି ଶୁକ୍ରବାର...

ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ,୧୮ା୩(ଡି.ଏନ.ଏ.) – ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ କୁକୁଡ଼ାଫାର୍ମ ସମ୍ମୁଖ ଏକ ପୋଖରୀରୁ ମଙ୍ଗଳବାର ଜଣେ ଛାତ୍ରଙ୍କ...

ଚୌଦ୍ୱାର ଜେଲ୍‌ର ୮ କଏଦୀଙ୍କୁ କରୋନା

ଚୌଦ୍ୱାର,୧୦ା୭(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଜେଲ୍‌ର ୮ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧୀନ କଏଦୀ ଥିବା ବେଳେ ଆଉ...

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଧରାକୋଟ,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବଡ଼ଦାଣ୍ଡ ସାହିର ଏକ ଅଳିଆ ଗଦାରୁ ଶୁକ୍ରବାର ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର...

Advertisement
Archives

Model This Week