ମାଟ୍ରିକ୍‌ ପରୀକ୍ଷା ଫଳରେ ଉନ୍ନତି ଉଦ୍ୟମ, ଛୁଟିଦିନ, ରବିବାରରେ ହେବ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୪ା୧୦-ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଗଞ୍ଜାମ ଜିଲାରେ ମାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ମିଶନ୍‌ ‘ଡ୍ରିମ୍‌’ ପ୍ରସ୍ତୁତ କରାଯାଇଛି। ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କ ତରଫରୁ ପ୍ରସ୍ତୁତ ରୋଡ୍‌ମ୍ୟାପ୍‌ରେ ସଫଳତା ପାଇଁ ୨୦ଟି ଫର୍ମୁଲା ରଖାଯାଇଛି । ଏନେଇ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଚିଠି କରାଯାଇଛି । ପ୍ରତ୍ୟକ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ମେଣ୍ଟର୍‌, ରବିବାର ଏବଂ ଛୁଟି ଦିନରେ ପାଠପଢ଼ା ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାରରେ କମନ୍‌ ଟେଷ୍ଟ ପରୀକ୍ଷା ଆୟୋଜନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।
ଚିଠିରେ ଉଲ୍ଲେଖ ରହିଛି, ୨୦୨୦ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରରେ ଅନେକ ପରିବର୍ତ୍ତନ କରାଯିବ। ନୂତନ ପ୍ରକାରର ପ୍ରଶ୍ନପତ୍ର ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି। ଜିଲାରେ କେତେକ ବିଦ୍ୟାଳୟରେ ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ କେତେକ ବିଦ୍ୟାଳୟ ରବିବାର ଏବଂ ଛୁଟି ଦିନରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପଢ଼ାଇବା ଆରମ୍ଭ କରିଦେଇଛନ୍ତି । ସମସ୍ତ ବିଦ୍ୟାଳୟ ଏହି ପଦକ୍ଷେପ ନେବା ଜରୁରି । ଆଗ୍ରହ ବଢ଼ୁଛି । ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମିଶନ୍‌ ‘ଡ୍ରିମ୍‌(ଡ୍ରାଇଭ୍‌ ଫର୍‌ ରେଜଲ୍‌ଟ ଏନ୍‌ହାନ୍ସମେଣ୍ଟ ଇନ୍‌ ଆନୁଆଲ୍‌ ମାଟ୍ରିକୁଲେଶନ୍‌ ଏକ୍ସାମିନେଶନ୍‌)’ କାର୍ଯ୍ୟକାରୀ କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଅନୁଯାୟୀ, ଟେଷ୍ଟ ପରୀକ୍ଷା ପୂର୍ବରୁ ପ୍ରତ୍ୟକ ସପ୍ତାହର ସୋମବାର ଏବଂ ଗୁରୁବାର ଦୁଇଟି ବିଷୟରେ କମନ୍‌ ଟେଷ୍ଟ ଆୟୋଜନ କରାଯିବ । ସୋମବାରରେ ପଡ଼ୁଥିବା ଅକ୍ଟୋବର ୨୧ ଏବଂ ନଭେମ୍ବର ୧୧ତାରିଖରେ ଗଣିତ, ଅକ୍ଟୋବର ୨୮ ଏବଂ ୧୮ତାରିଖରେ ସାଧାରଣ ବିଜ୍ଞାନ, ନଭେମ୍ବର ୪ ଏବଂ ୨୫ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୨୪(ଗୁରୁବାର) ଏବଂ ନଭେମ୍ବର ୧୫(ଶୁକ୍ରବାର)ରେ ଇଂଲିଶ, ଗୁରୁବାରରେ ପଡ଼ୁଥିବା ଅକ୍ଟୋବର ୩୧ ଏବଂ ନଭେମ୍ବର ୨୧ତାରିଖରେ ଓଡ଼ିଆ ଓ ନଭେମ୍ବର ୭ ଏବଂ ୨୮ତାରିଖରେ ତୃତୀୟ ଭାଷା(ହିନ୍ଦି ଏବଂ ସଂସ୍କୃତ) ପରୀକ୍ଷା ଆୟୋଜନ ହେବ । ଜିଲା ସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଏସବୁ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କଠାରୁ କୌଣସି ପ୍ରକାର ଦେୟ ଆଦାୟ କରାଯିବ ନାହିଁ । ପରୀକ୍ଷା ପାଣ୍ଠିରୁ ଖର୍ଚ୍ଚ କରାଯିବ । ଛାତ୍ରୀଛାତ୍ରମାନେ ନିଜେ ନୋଟ୍‌ବୁକ୍‌ ଧରି ପରୀକ୍ଷାକୁ ଆସିବେ । ଯଦି କୌଣସି ଆର୍ଥୀକ ଅନଗ୍ରସର ଛାତ୍ରୀଛାତ୍ର ନୋଟ୍‌ବୁକ୍‌ କିଣିବାକୁ ଅସମର୍ଥ ପ୍ରକାଶ କରନ୍ତି, ତେବେ ବିଦ୍ୟାଳୟସ୍ତରରେ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯିବ । ଯଦି କୌଣସି ଛାତ୍ରୀଛାତ୍ର ନିର୍ଦ୍ଧାରିତ ତାରିଖରେ କମନ୍‌ ଟେଷ୍ଟ ପରୀକ୍ଷା ଦେବାରେ ଅସମର୍ଥ ହେଉଛନ୍ତି, ତେବେ ପରଦିନ ସେମାନେ ପରୀକ୍ଷା ଦେଇପାରିବେ । ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ସରିବା ପରେ ଉକ୍ତ ଦିନ ମଧ୍ୟ ଶ୍ରେଣୀରେ ଅନ୍ୟ ଦିନ ଭଳି ପାଠପଢ଼ାଯିବ । ଶିକ୍ଷକମାନେ ପ୍ରଶ୍ନଗୁଡ଼ିକ ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବେ। କୌଣସି ପ୍ରଶ୍ନକୁ ନେଇ କୌଣସି ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରହିବେ, ତେବେ ସେଠାରେ ହିଁ ଦ୍ୱନ୍ଦ୍ୱ ଦୂର କରାଯିବ। ଏପରିକି ଆବଶ୍ୟକ ପଡ଼ିଲେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପାଠପଢ଼ା ଯିବ। ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କମନ୍‌ ଟେଷ୍ଟ ପରୀକ୍ଷା ଦିନ ବିଦ୍ୟାଳୟଗୁଡ଼ିକ ପରିଦର୍ଶନରେ ଯାଇ ଠିକ୍‌ ଭାବେ ପରୀକ୍ଷା ଚାଲିଛି ନା ନାହିଁ ତଦାରଖ କରିବେ । ପ୍ରତ୍ୟକ ପରୀକ୍ଷାର ଫଳାଫଳ ଗୁଗୁଲ୍‌ ଡକ୍ୟୁମେଣ୍ଟ ଜରିଆରେ ଛାତ୍ରୀଛାତ୍ର, ବିଦ୍ୟାଳୟ ଏବଂ ଅଭିଭାବକଙ୍କୁ ଅବଗତ କରାଯିବ । ପରୀକ୍ଷା ଫଳ ପ୍ରକାଶ ପରେ ପ୍ରଧାନ ଶିକ୍ଷକମାନେ ଷ୍ଟାଫ୍‌ ବୈଠକ ଡକାଇ ଆଲୋଚନା କରିବେ। ଦୁର୍ବଳ ଛାତ୍ରୀଛାତ୍ରଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ବତନ୍ତ୍ର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମେଣ୍ଟର୍‌ ଭାବେ ନିଯୁକ୍ତି ଦିଆଯିବ । ଏଥି ସହ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ନିୟମିତ ବ୍ୟବଧାନରେ ଅଭିଭାବକ-ଶିକ୍ଷକ ବୈଠକ ଡକାଯାଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ । ନିର୍ଦ୍ଧାରିତ ତାରିଖ ପୂର୍ବରୁ ସିଲାବସ୍‌ ସାରିବା ଦାୟିତ୍ୱ ପ୍ରଧାନ ଶିକ୍ଷକମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଆସନ୍ତା ୨୦ତାରିଖରେ ‘ଡ୍ରିମ୍‌’ କର୍ମଶାଳା ଆୟୋଜନ କରାଯିବ । ସେଥିରେ ଚୂଡ଼ାନ୍ତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବା ସହ ଗତ ମାଟ୍ରିକ୍‌ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଏବଂ ସର୍ବାଧିକ ଏ-୧ ଗ୍ରେଡ୍‌ ରଖିଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଉପରୋକ୍ତ ଯୋଜନାର ସଫଳତା ନିର୍ଭର କରୁଛି । ସେମାନଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟମ ସହ ଅଭିଭାବକଙ୍କ ସହଯୋଗ ଦ୍ୱାରା ଗଞ୍ଜାମ ଜିଲା ୨୦୨୦ ମାଟ୍ରିକ୍‌ ଫରୀକ୍ଷାରେ ଆଶାତିତ ସଫଳତା ହାସଲ କରିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଶା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?