ଜନ୍ମଦିନରେ ଚାଲିଗଲା ଜୀବନ: ଟ୍ରକ୍‌ ଧକ୍କାରେ ମା’ଓ ପୁଅ ମୃତ

ଅନୁଗୋଳ ଅଫିସ, ୧୩।୧୨-ପୁଅର ଜନ୍ମଦିନ ଥିବାରୁ ଧରମ ଅଜାଙ୍କ ସହ ସ୍କୁଟିରେ ବୁଢ଼ୀ ଠାକୁରାଣୀ ମନ୍ଦିର ଆସିଥିଲେ ମା’ ଓ ପୁଅ। ସେଠାରେ ପୂଜାର୍ଚ୍ଚନା ସାରି ଘରକୁ ଫେରିବା ବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କ ଜୀବନ ଚାଲିଯାଇଥିଲା। ଅନୁଗୋଳ ସହର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଦଶହରା ପଡ଼ିଆଠାରେ ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନେ ରାଜପଥ ଅବରୋଧ କରିବାରୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।
ପ୍ରକାଶ ଯେ, ଅନୁଗୋଳ ଜିଲା ଜରପଡ଼ା ଥାନା ବାଲିପଟା ମାଟିଗାଡ଼ିଆ ଗ୍ରାମର କବିତା ସାହୁ(୩୪)ଙ୍କ ପୁଅ ଶୁଭମ(୮)ଙ୍କର ଆଜି ଜନ୍ମଦିନ ଥିଲା। ବହୁ ପୂର୍ବରୁ ଶୁଭମଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବାରୁ କବିତା ପୁଅକୁ ଅତି ଆଦରରେ ବଢ଼ାଇଥିଲେ। ଜନ୍ମଦିନ ପାଇଁ ସେ ନାନା ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଅପରାହ୍ନରେ ମା’ ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଧରମବାପା ବସନ୍ତ ସାହୁଙ୍କ ସହ ସେ ସ୍କୁଟି (ନଂ. ଓଡି୩୫ଏ- ୮୪୨୩)ରେ ପୁଅକୁ ନେଇ ଅନୁଗୋଳ ସହରସ୍ଥିତ ମନ୍ଦିରକୁ ଆସିଥିଲେ। ସେଠାରେ ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିବା ବେଳେ ମନ୍ଦିରଠାରୁ ମାତ୍ର ଶହେ ମିଟର ଦୂରରେ ପଛରୁ ଆସୁଥିବା ଏକ ଟ୍ରକ୍‌ (ନଂ. ଓଡି୧୭ପି-୭୮୩୩) ସ୍କୁଟିକୁ ଧକ୍କା ଦେଇଥିଲା। କବିତା ଓ ଶୁଭମ ରାସ୍ତା ଉପରେ ପଡ଼ିଯିବାରୁ ଦ୍ରୁତଗତିରେ ଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ବସନ୍ତ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିବାରୁ ସେ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ତେବେ ଅନୁଗୋଳ ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ଦୁଇ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଟ୍ରକ୍‌କୁ ଜବତ କରିଥିବାବେଳେ ଚାଳକ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କ ସିଡିପିଓ ଅଫିସ ଘେରାଉ

ଲୋଇସିଂହା,୬।୯(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ...

ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ...

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଏବିଭିପିର ବିରୋଧ

ଫୁଲବାଣୀ ଅଫିସ, ୨୬ା୮-ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିବାରୁ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି ।...

ଭଉଣୀଙ୍କୁ ପିଟିପିଟି ମାରିଦେଲେ ଭାଇ-ଭାଉଜ

ବାରିପଦା ଅଫିସ,୨୨।୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତ ବେଗୁନିଆବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ...

ବଡ଼ଚଣା ବ୍ଲକ ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଚଣ୍ଡିଖୋଲ,୧୪।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ଏହା ପ୍ରଥମ ପଜିଟିଭ ବୋଲି ସ୍ବାସ୍ଥ୍ୟ ଓ...

ଚାନ୍ଦିପୁରରେ ‘ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ...

ସୀମାନ୍ତବାସୀଙ୍କୁ ଭେଟି ସମସ୍ୟା ବୁଝିଲେ ଜିଲାପାଳ

ବରଗଡ଼ ଅଫିସ,୨୮।୨- ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ରବିବାର ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶିକାରିପାଲି, ଭଏଁଷାଦର୍ହା, ବଡ଼ ଅନକି...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀସ୍ଥିତ ଦେଓପାଲି ବନ୍ଧର ୨ଟି ଗେଟ୍‌ ଗୁରୁବାର ଅପରାହ୍ନରେ ଖୋଲାଯାଇଛି। ଉଭୟ...

Advertisement
Archives

Model This Week