ଜନନୀ ଯନ୍ତ୍ରଣା: ଗ୍ରାମକୁ ରାସ୍ତା ନ ଥିବାରୁ ଭାରରେ ବୁହାହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୨୩।୩(ଡି.ଏନ୍‌.ଏ.): ନଜରକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଭାରରେ ବୁହାଇବାକୁ ପଡ଼ିଛି। ରବିବାର ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ପଞ୍ଚାୟତ ପାଲିଗୁଡ଼ା ଗ୍ରାମରେ।
ଗ୍ରାମର ଭୀଷ୍ମ ହନ୍ତାଳଙ୍କ ସ୍ତ୍ରୀ ଡମୁଣୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ଭୀଷ୍ମ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ମାତ୍ର ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ପ୍ରାୟ ୩ କିମି ଦୂର ରଥଗୁଡ଼ାଠାରେ ଅଟକି ଯାଇଥିଲା। ଆମ୍ବୁଲାନ୍ସସରେ ୩ କର୍ମଚାରୀ ଗ୍ରାମକୁ ଆସିଥିଲେ। ଡମୁଣୀଙ୍କ ଆତ୍ମୀୟଙ୍କ ସହ କର୍ମଚାରୀମାନେ ତାଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ପରେ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାବଳରେ ଭୁସି ବୃଦ୍ଧ ବାପାଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଫେରାର

ଚୌଦ୍ୱାର,୧୭।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ସଫା ପଞ୍ଚାୟତର ଆଦିବାସୀ ବହୁଳ କଙ୍କାଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ପୁଅ...

୪୦ ବର୍ଷ ପରେ ଘରକୁ ଫେରିଲେ ଅପୂର୍ବ

ତିହିଡ଼ି, ୧୩।୯ (ଡି.ଏନ.ଏ.) – ଦୀର୍ଘ ୪୦ ବର୍ଷ ପରେ ସେ ଘରକୁ ବାହୁଡ଼ିଛନ୍ତି। ଜନ୍ମମାଟିର ମମତା ତାଙ୍କୁ ଗଁାକୁ ଫେରାଇ ଆଣିଛି ବୋଲି ଗୁରୁବାର...

‘ଅମ୍ଫନ’ ଦେଇଗଲା ଦୁଃଖ: ଧରାଶାୟୀ ପାନବରଜ

ଭୋଗରାଇ,୨୨।୫(ଡି.ଏନ.ଏ.)-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାରେ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ଭୋଗରାଇ, ବାଲିଆପାଳ ବ୍ଲକରେ ଚାଷଜମିକୁ ଉଜାଡିଦେବା ସହ ପାନବରଜକୁ ଧରାଶାୟୀ କରିଛି।...

ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ।...

ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା

ରାସୋଳ,୨୦ା୮(ଡି.ଏନ.ଏ.)କିଡ୍‌ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର...

ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ...

ସ୍ବାସ୍ଥ୍ୟକେନ୍ଦ୍ରରେ ସରପଞ୍ଚଙ୍କ ପୁଅ ତାଲା ପକାଇବା ଘଟଣା : ଏହାକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା

ବାହାନଗା, ୨୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଶୁକ୍ରବାର ଅପରାହ୍ନରେ ସରପଞ୍ଚଙ୍କ ପୁଅ ଓ ତାଙ୍କର ଜଣେ ସାଙ୍ଗ...

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଲେ ଶ୍ରମିକ

ବେଦବ୍ୟାସ, ୧୬।୫ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ୍‌ ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ଆଇଏଫଜିଏଲ କାରଖାନାର ଠିକା ଶ୍ରମିକମାନେ ୨ ଦିନ ହେଲା ଚଳାଇଥିବା ଆନ୍ଦୋଳନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *