ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ କ୍ୱାରାଣ୍ଟାଇନ୍‌ରେ

ବନ୍ଦାଓଁ,୧୩।୪: ଉତ୍ତରପ୍ରଦେଶ ବନ୍ଦାଉଁ ଜିଲାରେ ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ ଏବେ କ୍ୱାରାଣ୍ଟାଇନ୍‌ରେ। ଏଥିସହ ଉକ୍ତ ଗାଁର ସୀମାକୁ ମଧ୍ୟ ସିଲ୍‌ କରାଦିଆଯାଇଥିବା ଜଣାପଡ଼ିଛି। ସୋମବାର ଏନେଇ ଜିଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରୁ ଆସି ସ୍ଥାନୀୟ ଭବାନୀପୁର ଖଲି ଅଞ୍ଚଳରେ ରହୁଥିଲେ। ଶନିବାର କରୋନା ଭାଇରସ୍‌ ଯାଞ୍ଚର ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଥିଲା। ଏହାପରେ ଯେଉଁ ଗାଁରେ ସେ ରହୁଥିଲେ ସେଠାରୁ ୩ କିଲୋମିଟର ଦୂରତା ମଧ୍ୟରେ ଥିବା ୧୪ଟି ଗାଁର ସୀମାକୁ ସିଲ୍‌ କରିଦିଆଇଛି। ଏଥିସହ ଉକ୍ତ ଗାଁଗୁଡ଼ିକୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ତେବେ ସିଲ୍‌ ହୋଇଥିବା ସମସ୍ତ ଅଞ୍ଚଳଗୁଡିକରେ ଜୋନାଲ ଓ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି। ଆବଶ୍ୟକ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚାଯାଉଥିବା ବେଳେ ପର୍ଯ୍ୟାୟ କ୍ରମେ ଲୋକଙ୍କ ନମୁନା ଯାଞ୍ଚ କରାଯାଉଥିବା ନେଇ ଜିଲା ମାଜିଷ୍ଟ୍ରେଟ କୁମାର ପ୍ରଶାନ୍ତ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ମାସ ଦିଲ୍ଳୀ ନିଜାମୁଦ୍ଦିନରେ ତବଲିଘି ଜମାତରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଉକ୍ତ ସଂକ୍ରମିତ ବ୍ୟକ୍ତି ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ

ନୂଆଦିଲ୍ଲୀ, ୧୭।୯: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଭାଜପାର ଏହି ଏମ୍‌ପି କରୋନା...

ପୁଟିନ୍‌ଙ୍କୁ ଫୋନ୍‌ କଲେ ମୋଦି…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନ ସଙ୍କଟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ସହିତ ମଙ୍ଗଳବାର ମଧ୍ୟାହ୍ନରେ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଦୁହିଁଙ୍କ...

୪୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି...

ବାନ୍ତି ନେଉଥିବାବେଳେ ଧରାପଡିଲେ: ୨ ଗିରଫ

ମୁମ୍ବାଇ,୪।୭: ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ଚୋରା ଗ୍ୟାଙ୍ଗକୁ ଧରିବାରରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ ବେଆଇନ ଭାବେ ତିମି ବାନ୍ତିରେ ଆମ୍ବରଗ୍ରିସ କ୍ରୟ ବିକ୍ରି କରୁଥିଲେ।...

ଗାଁରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଟିଟିଲାଗଡ଼, ୮।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଡୁଙ୍ଗରୁିଗୁଡା ଅନ୍ତର୍ଗତ ସମ୍ବଳ ଶକ୍ତି କୃଷକ ଉପତ୍ାଦକ କମ୍ପାନୀ ଆନୁକୂଲ୍ୟ ତଥା ଆଶା ଅନୁଷ୍ଠାନ କୁରସୁଡଙ୍କ...

ମୋଦିଙ୍କୁ ଭେଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ...

ରାଶନକାର୍ଡଧାରୀଙ୍କୁ ସହାୟତା ରାଶି ବଣ୍ଟନ, ରହୁନି ସାମାଜିକ ଦୂରତା

ଚୌଦ୍ୱାର,୧୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏନେଇ...

Advertisement
Archives

Model This Week