ଛାମୁଣ୍ଡିଆରେ ଖୋଲିଲା ଧାନମଣ୍ଡି

ଗଣିଆ,୨୨।୧୨(ଡି.ଏନ.ଏ.)-ଗଣିଆ ବ୍ଲକ ଛାମୁଣ୍ଡିଆ ସେବା ସମବାୟ ସମିତି ତରଫରୁ ଶନିବାର ସମିତି କାର୍ଯ୍ୟାଳୟ ପରିସରରେ ଚଳିତବର୍ଷର ଧାନମଣ୍ଡି ଖୋଲାଯାଇଛି ।  ପୂଜାର୍ଚ୍ଚନା ପରେ ଛାମୁଣ୍ଡିଆ ଅଞ୍ଚଳର ୧୨ଜଣ ଟୋକନ୍‌ଧାରୀ ଚାଷୀଙ୍କ ଠାରୁ ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।  ମଣ୍ଡିରେ ଧାନକ୍ରୟ ସମୟରେ ଦଶପଲ୍ଲା ସ୍ଥିତ ପାତ୍ର ଫୁଡ୍ସ ମିଲ୍‌ର କର୍ମଚାରୀମାନେ ଧାନର ମାନ ପରୀକ୍ଷା କରିବା ସହ ସରକାର ଧାର୍ଯ୍ୟ କରିଥିବା ଉଚିତ ମୂଲ୍ୟରେ ଧାନକ୍ରୟ କରିଥିଲେ ।  ଏହି ଅବସରରେ ଛାମୁଣ୍ଡିଆ ସେବା ସମବାୟ ସମିତିର ସମ୍ପାଦକ କାମେଶ୍ୱର ସାହୁ, ନୟାଗଡ଼ ଜିଲା ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ ବସନ୍ତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।  ତେବେ ଛାମୁଣ୍ଡିଆ ସେବା ସମବାୟ ସମିତି ଅଧୀନରେ ଚଳିତ ବର୍ଷ ୧୮୫ଜଣ ଚାଷୀ ଅନଲାଇନରେ ଧାନ ବିକ୍ରୟ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଆସନ୍ତା ସୋମବାର ଆଡ଼କଟା ପଞ୍ଚାୟତର ଗୋପୀ ବଲ୍ଲଭପୁର ସେବା ସମବାୟ ସମିତି, ମଙ୍ଗଳବାର ଗଣିଆ ଓ ଓସ୍ତିଆ ସେବା ସମବାୟ ସମିତି, ବୁଧବାର ବେଲପଡ଼ା ପାଟଣା ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଖୋଲାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗର ଅସୁସ୍ଥ ଦନ୍ତା

ବେତନଟୀ,୪ା୧୧(ସ୍ବ.ପ୍ର.): ଗତ କିଛି ଦିନ ହେଲା ଗୋଡ଼ରେ ଆଘାତପ୍ରାପ୍ତ ହୋଇ ପଶ୍ଚିମବଙ୍ଗ ବନବିଭାଗ ଦ୍ୱାରା ଚିକିତ୍ସିତ ଏକ ଦନ୍ତା ବୁଧବାର ଓଡ଼ିଶା ସୀମା ଅତିକ୍ରମ କରି...

ପ୍ରତିଶ୍ରୁତିରେ ଦିନ ଗଡାଉଛନ୍ତି ଖଣି କର୍ତ୍ତୃପକ୍ଷ, ପ୍ରଶାସନ:ଖଣିବନ୍ଦ ଆନ୍ଦୋଳନରେ ଜରଡାବାସୀ

କଣିହାଁ, ୨୯ା୬ (ଡି.ଏନ.ଏ.)ବାରମ୍ବାର ଦାବି ଆନ୍ଦୋଳନ ସତ୍ତ୍ୱେ ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଅଧିକାରକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି କଣିହାଁ ବ୍ଲକ ଜରଡା...

କଲେଜରେ ନାମ ଲେଖାଇବାକୁ ବାପା ଟଙ୍କା ନ ଦେବାରୁ ଆତ୍ମହତ୍ୟା କଲେ ପୁଅ

ଭବାନୀପାଟଣା,୯।୧୦(ଡି.ଏନ୍‌.ଏ.): ଦାରିଦ୍ରର କରୁଣ ପରିଣତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ କେଳୁଆ ଗାଁରେ। ବାପା କଲେଜରେ ନାମଲେଖାଇବାକୁ ଟଙ୍କା ନ...

‘ଆଚରଣ ବିଧି ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ’

ବାରିପଦା ଅଫିସ,୨୬।୧- ମୟୂରଭଞ୍ଜ ଜିଲାରେ ମୁକ୍ତ, ଅବାଧ ଓ ନିରପେକ୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଏକ...

ଅଧିକାର ପାଇଁ ଲଢେଇ କରିବାକୁ ଆହ୍ବାନ

ଖପ୍ରାଖୋଲ, ୧୮ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡାଙ୍କ ୧୪୪ତମ ଜୟନ୍ତୀ ସମାରୋହ ଏସ୍‌ଟି, ଏସ୍‌ସି କର୍ମଚାରୀ ସଂଘ...

ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ...

୧୦ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାୟଗଡ଼ା ଅଫିସ, ୨।୩: ଖରାପ ରାସ୍ତା ଯୋଗୁ ୧୦ କି.ମି ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସି ମେଡିକାଲରେ ଭର୍ତ୍ତି ହେଲେ ରୋଗୀ। ଏହିଭଳି...

‘ଅଭିଯୋଗକାରୀଙ୍କୁ ସୁରକ୍ଷା ଦିଆଯିବ’

ବାରିପଦା ଅଫିସ,୨୧।୭- ରାଜ୍ୟରେ ଦୁର୍ନୀତିକୁ ମୂଳୋପତ୍ାଟନ କରିବା ପାଇଁ ଲୋକାୟୁକ୍ତ ଗଠିତ ହୋଇଛି। ଏଥିରେ ରାଜ୍ୟର ସମସ୍ତ ଜନସାଧାରଣ ଦୁର୍ନୀତି ବିରୋଧରେ ଅଭିଯୋଗ କରିପାରିବେ। ଲୋକେ...

Advertisement
Archives

Model This Week