ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା: ଶିକ୍ଷକଙ୍କ ପରେ ଦୁଇ ଖବରଦାତା ଗିରଫ

ବାଲିକୁଦା,୨୭ା୪(ସ୍ବ.ପ୍ର.): ଭିଡିଓ ଭାଇରାଲ ମାମଲାର ସମାଧାନ ପାଇଁ ଛାତ୍ରୀଙ୍କୁ ଚାପ ପକାଉଥିବା ୨ ଖବରଦାତାଙ୍କୁ ବାଲିକୁଦା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଏହି ଥାନା ଅଞ୍ଚଳର ବିପିନ ସେଠୀ ଓ ଦିଲୁ ମୁଦୁଲି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦଫା ୩୪୧, ୫୦୦, ୫୦୬, ୫୦୯, ୩୪ ଆଇପିସିରେ ମାମଲା (ନଂ-୯୬/୨୦) ରୁଜୁ କରିଛି।
ସୂଚନା ଅନୁସାରେ, ବାଲିକୁଦା ଥାନା ଅଞ୍ଚଳରେ ଥିବା ଡ୍ରିମ ଲ୍ୟାଣ୍ଡ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟର ମାଲିକ ସାଗର ମହାପାତ୍ର ଛାତ୍ରୀମାନଙ୍କ ଫଟୋ ଉଠାଇ ପରେ ତାହାକୁ ଅଶ୍ଳୀଳ ଏଡିଟିଂ କରି ଅନୈତିକ ସମ୍ପର୍କ ରଖୁଥିଲେ। ଯେଉଁମାନେ ତାଙ୍କ କଥାରେ ରାଜି ହେଉ ନ ଥିଲେ ସେ ତାଙ୍କୁ ଭିଡିଓ ଭାରାଇଲ କରିଦେବାର ଧମକ ଦେଉଥିଲେ। ଏନେଇ ଗତ ୨୨ ତାରିଖରେ ଜଣେ ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଘଟଣାରେ ତଦନ୍ତ କରି ୨୩ ତାରିଖରେ ମାମଲା ରୁଜୁ କରିଥିଲା। ତେବେ ଉକ୍ତ ଘଟଣାକୁ ରଫାଦଫା କରିବା ପାଇଁ ଏହି ଦୁଇ ଖବରଦାତା ଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ଏପରି କି ୧୦ ହଜାର ଟଙ୍କା ନେଇ ଚୁପ୍‌ ରହିବାକୁ ବାଧ୍ୟ କରିଥିଲେ। ଏଥିସହିତ ନାନା ଧମକ ଦେଇଥିଲେ। ସମ୍ପୃକ୍ତ ଛାତ୍ରୀ ଏସବୁକୁ ଖାତିର କରି ନ ଥିଲେ। ପୋଲିସ ସାଗରଙ୍କୁ ୨୪ ତାରିଖରେ ଗିରଫ କରିବା ସହ ୨୫ରେ କୋର୍ଟ ଚାଲାଣ କରିଥିଲା। ତେବେ ଖବରଦାତାଙ୍କ କଥାକୁ ସମ୍ପୃକ୍ତ ଛାତ୍ରୀ ନ ମାନିବରୁ ତାଙ୍କ ଗାଁ ନାମରେ ଏମାନେ ଖବର ପରିବେଷଣ କରିଥିଲେ। ତେଣୁ ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ଛାତ୍ରୀ ୨୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଛାତ୍ରୀଙ୍କ ଅଭିଯୋଗକୁ ଦୁଇ ଖବରଦାତା ପୁଣି ଚାପ ପକାଇ ଏସଡିପିଓଙ୍କ ମାଧ୍ୟମରେ ସମାଧାନ କରିବା ପାଇଁ ରବିବାର ରାତିରେ ଥାନାରେ ପହଞ୍ଚି ଚେଷ୍ଟା କରିଥିଲେ। ଏଥିରେ ଛାତ୍ରୀ ଓ ତାଙ୍କ ପରିବାରର ସଦସ୍ୟ ରାଜି ହୋଇ ନ ଥିଲେ। ଶେଷରେ ପୋଲିସ ବାଧ୍ୟ ହୋଇ ୨ ଖବରଦାତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri