Posted inଜାତୀୟ

ଛାତ୍ରନେତାରୁ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୦ା୬(ପି.ଟି.): ରାଜସ୍ଥାନର ଭାଜପା ଏମ୍‌ପି ଓମ୍‌ ବିର୍ଲା ବୁଧବାର ସପ୍ତଦଶ ଲୋକ ସଭାର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଲାଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ସମର୍ଥନ ଜଣାଇଥିଲେ। ବାଚନିକ ଭୋଟରେ ପ୍ରସ୍ତାବ ଗୃହୀତ ହୋଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମ୍‌କେ ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳ ବିର୍ଲାଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଜଣାଇଥିଲେ। ବିର୍ଲା ବାଚସ୍ପତି ନିର୍ବାଚିତ ହେବା ଲୋକ ସଭା ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ବାଚସ୍ପତିଙ୍କୁ ମୋଦି ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ବିର୍ଲା ଭାଜପା ଏମ୍‌ପି ଭାବେ ରାଜସ୍ଥାନର କୋଟାରୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ପାରମ୍ପରିକ ଭାବେ ଲୋକ ସଭାର ବାଚସ୍ପତି ପଦବୀ ବରିଷ୍ଠମାନଙ୍କୁ ମିଳିଥାଏ। ସେହିଦୃଷ୍ଟିରୁ ଦେଖିବାକୁ ଗଲେ ବିର୍ଲା ଉକ୍ତ ପଦବୀ ପାଇଁ ନୂଆ। ଏନ୍‌ଡିଏ ତାଙ୍କୁ ଉକ୍ତ ମର୍ଯ୍ୟାଦାଜନକ ପଦବୀ ପାଇଁ ଚୟନ କରି ସମସ୍ତଙ୍କୁ ବିସ୍ମିତ କରିଛି। ୫୬ ବର୍ଷୀୟ ବିର୍ଲା ଉଭୟ ପ୍ରଧାନମନ୍ତ୍ରୀ ଓ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଘନିଷ୍ଠ ଭାବେ ଜଣାଶୁଣା। ବିର୍ଲା ଚାରି ଦଶନ୍ଧି ପୂର୍ବେ ଛାତ୍ରନେତାରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସମବାୟ ଆନ୍ଦୋଳନରୁ ତାଙ୍କର ରାଜନୈତିକ ଉତ୍‌ଥାନ ହୋଇଥିଲା। ୧୯୬୨ ଡିସେମ୍ବର ୪ରେ କୋଟାରେ ଜନ୍ମିତ ବିର୍ଲା ୧୯୭୮ରେ ସ୍ଥାନୀୟ ସରକାରୀ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ସେ ରାଜସ୍ଥାନ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ଥିଲେ। ପରେ ସେ ଜାତୀୟ ସ୍ତରରେ ଯୁବମୋର୍ଚ୍ଚା ଉପସଭାପତି ନିର୍ବାଚିତ ହୋଇଥିଲେ। ସେ ୨୦୦୩, ୨୦୦୮ ଏବଂ ୨୦୧୩ରେ କ୍ରମାଗତ ୩ ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୮ ବସୁନ୍ଧରା ରାଜେ ସରକାରରେ ବିର୍ଲା ତାଙ୍କର ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ପ୍ରଥମେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏଥର ସେ କୋଟା-ବୁନ୍ଦି ଆସନରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜଣେ ସଚ୍ଚୋଟ ଏମ୍‌ପି ଭାବେ ଗତ ଲୋକ ସଭାରେ ବିର୍ଲାଙ୍କର ୮୬ ପ୍ରତିଶତ ଉପସ୍ଥିତି ରହିଛି। ସେ ୬୭୧ ପ୍ରଶ୍ନ ପଚାରିଛନ୍ତି ଓ ୧୬୩ଟି ବିତର୍କରେ ଭାଗ ନେଇଛନ୍ତି।
ବାଣିଜ୍ୟରେ ସ୍ନାତକୋତ୍ତର ବିର୍ଲା ପାର୍ଲାମେଣ୍ଟରେ ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି। ବାଚସ୍ପତି ନିର୍ବାଚିତ ହୋଇ ସେ ୮ ଥର ନିର୍ବାଚିତ ଏମ୍‌ପି ସୁମିତ୍ରା ମହାଜନଙ୍କ ସ୍ଥାନ ନେଇଛନ୍ତି। ୧୯୯୬ରେ ଟିଡିପି ନେତା ଜି.ଏମ୍‌.ସି ବାଲାଯୋଗୀଙ୍କୁ ବାଚସ୍ପତି କରାଯାଇଥିଲା। ୨୦୦୨ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ଶିବସେନା ନେତା ତଥା ପ୍ରଥମଥର ପାଇଁ ଏମ୍‌ପି ହୋଇଥିବା ମନୋହର ଜୋଷୀଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା।
ଓମ୍‌ଙ୍କ ବାପା କ୍ରିଷ୍ଣ ବିର୍ଲା କୋଟା କର୍ମଚାରୀ ସହକାରୀ ସମିତିର ସଭାପତି ଅଛନ୍ତି। ତାଙ୍କ ସ୍ତ୍ରୀ ଡ. ଅମିତା ବିର୍ଲା କୋଟା ସରକାରୀ ହସ୍ପିଟାଲରେ ଡାକ୍ତର। ସେମାନଙ୍କର ଦୁଇଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବୁ ସଲେମ ମାମଲା: କେନ୍ଦ୍ରର ଜବାବରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ ।୪: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆବେଦନକୁ ନେଇ କେନ୍ଦ୍ର ଦେଇଥିବା ଉତ୍ତରରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ମେ’ ୫ରେ...

‘ଜୀବନକୁ ନିୟନ୍ତ୍ରଣ ନ କରୁ ପ୍ରଯୁକ୍ତି’

ନୂଆଦିଲ୍ଲୀ,୨୧ା୧(ପି.ଟି.): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ...

ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆର୍‌ପିଏଫ୍‌ ଯବାନ

ଜୟପୁର,୧୧।୭: ରାଜସ୍ଥାନର ଯୋଧପୁର ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୱାର୍ଟରରେ ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି ମାରିଛନ୍ତି ଜଣେ ଯବାନ।...

କମିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୫: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ନନ୍‌- ସବ୍‌ସିଡି ରୋଷେଇ ଗ୍ୟାସ୍‌ର ଦାମ ଏବେ କମ୍‌ ହୋଇଛି। ଦେଶର ଅଏଲ ମାର୍କେଟିଂ କମ୍ପାନୀ ଏଚ୍‌ପିସିଏଲ୍‌,...

ମହାରାଷ୍ଟ୍ର, ହରିୟାଣାରେ ପୁଣି ଭାଜପା

ନୂଆଦିଲ୍ଲୀ,୨୨ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ସୋମବାର ଶେଷ ହୋଇଛି। ଗୁରୁବାର ଭୋଟଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ଭୋଟଗ୍ରହଣ...

ଗେହଲଟଙ୍କୁ ବିଧାୟକଙ୍କ ସମର୍ଥନ

ଜୟପୁର,୧୪ା୭(ପି.ଟି./ଆଇଏଏନ୍‌ଏସ୍‌): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ସୋମବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ...

ଜମି ଦୁର୍ନୀତି ମାମଲା: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ହୁଡ୍ଡା

ଚଣ୍ଡିଗଡ଼,୩୦।୧୦: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ପଞ୍ଚକୁଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି।...

ଏମ୍‌ପି କି ମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ଗୁଲାମ ନବି

ନୂଆଦିଲ୍ଲୀ,୧୧ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହାପରେ ସେ କହିଛନ୍ତି ଲୋକେ ଏବେ ତାଙ୍କୁ...

Advertisement
Archives

Model This Week