ଛଦ୍ମବେଶରେ ଚୋରା ମଦ ବେପାରୀଙ୍କୁ ଧରିଲା ପୋଲିସ

ଟିଟିଲାଗଡ଼, ୨୭।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନରେ ତାଲା ଝୁଲୁଛି। ଏହାର ସୁଯୋଗ ନେଇ ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ରନ୍ଧା ମଦବେପାରୀ ସକ୍ରିୟ ହୋଇ ଉଠିଛନ୍ତି। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୭୧ଲିଟର ମଦ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଛି। ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଏ ନେଇ ସୂଚନା ଦେଇଛନ୍ତି। ଟିଟିଲାଗଡ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ରବିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଡିପଡା ସଂଲଗ୍ନ ଜଙ୍ଗଲରେ ଛଦ୍ମବେଶ ଧାରଣ କରି ଛକି ରହିଥିଲେ। ପୂର୍ବରୁ ଗାଡି ଶବ୍ଦ ଶୁଣି ଫେରାର ହୋଇ ଯାଉଥିବା ମଦବେପାରୀମାନେ ପୋଲିସକୁ ଚିହ୍ନି ନପାରି ଜାଲରେ ଫଶି ଯାଇଥିଲେ। ଜଙ୍ଗଲ ରାସ୍ତାରେ ପୋଲିସ ଟିମ୍‌ ୧୧ ଜଣଙ୍କୁ କାବୁ କରିଥିଲା। ଅଭିଯୁକ୍ତମାନେ ହେଲେ ନିରଞ୍ଜନ ମାଝୀ, ସଦା ସାହୁ, ଗୋବିନ୍ଦ ସାହୁ, ସୁରେଶ ସାହୁ, ଅଲେଖ ମାଝୀ, ଗୋରେଖ ମାଝୀ, ନରହରି ସାହୁ, ଭୁଜ ସାହୁ, ରାମଦାଶ ବନଛୋର, ସନ୍ତୋଷ ମେହେର, ରାକେଶ ଜାଲ। ସେମାନଙ୍କ ବିରୋଧରେ ଦଫା ୫୨ (ଏ) ଏବଂ ଓଡିଶା ଅବକାରୀ ଆଇନ ୨୦୦୮ରେ ୮ଟି ବିଭିନ୍ନ ମାମଲା ରୁଜୁ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରି ମହାମାରି କରୋନା ସମୟରେ ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କ ବିରୋଧରେ ବ୍ୟାପକ ଚଢଉ କରାଯିବ ବୋଲି ଏସ୍‌ଡିପିଓ ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ପୀଡ଼ିିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଧାରଣା

କୋରାପୁଟ,୫।୧୦(ସ୍ବ.ପ୍ର.): ଉତ୍ତରପ୍ରଦେଶ ହାଥରସରରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ମାମଲାରେ ସବୁଠି ପୀଡ଼ିିତାଙ୍କୁ ନ୍ୟାୟ ଦାବି ହେଉଛି। ଏ ନେଇ ସୋମବାର ଜିଲା କଂଗ୍ରେସ ପକ୍ଷରୁ...

ଷ୍ଟିଲ୍‌ ପ୍ଲେଟ୍‌ରେ ଏଟିଏମ୍‌ରୁ ଲୁଟିଥିଲେ ବହୁ କୋଟି

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଓଡ଼ିଶାରେ ଦୀର୍ଘମାସ ହେବ ଆଡ୍ଡା ଜମାଇଥିଲା ହରିୟାଣା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌। ହୋଟେଲରେ ହେଉଥିଲା ବ୍ଲୁ ପ୍ରିଣ୍ଟ। ଟାର୍ଗେଟରେ ଏସ୍‌ବିଆଇ ଏଟିଏମ୍‌ ରହିଥିବାବେଳେ ଷ୍ଟିଲ୍‌...

‘ଫନୀ’ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୩୦।୪ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନୀ ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର...

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ

ଭୁବନେଶ୍ୱର, ୩୦-୮(ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁବାର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ କରିଛନ୍ତି ା ମନ୍ତ୍ରୀ ସାହୁ ପୂର୍ବାହ୍ନ ୧୦ଟାରେ ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚତ୍ଥିଲେ।...

ଆମେରିକା-ବ୍ରାଜିଲକୁ ପୁଣି ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୬।୮: କରୋନା ମହାମାରୀ ଏବେ ଦେଶରେ ଯେଉଁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଏବେସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ...

ଅମ୍ଫନ ମୁକାବିଲା: ଚାନ୍ଦବାଲି, ବାସୁଦେବପୁରରେ ହାଇଆଲର୍ଟ ଜାରି

ଭଦ୍ରକ ଅଫିସ, ୧୯।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ପନ’ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏ ନେଇ ଭଦ୍ରକ ଜିଲା ଚାନ୍ଦବାଲି...

୨୦ ଦିନ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନ ଧାର୍ଯ୍ୟ ତାରିଖ ପୂର୍ବରୁ ଶୁକ୍ରବାର ଶେଷ ହୋଇଛି। ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ବାକି ଥାଇ...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୨୯୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

Advertisement
Archives

Model This Week