ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରକ୍ରିୟା ଆରମ୍ଭ : ଜିଏନ୍‌ପାଲମ୍‌, ପୁରୁଣା ଛତ୍ରପୁର ଗଁ। ମିଶିବାକୁ ରାଜି

ଛତ୍ରପୁର,୧୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗଁ। ପଞ୍ଚାୟତ ଜିଏନ୍‌ପାଲମ୍‌ ଓ କଣାମଣା ପଞ୍ଚାୟତର ପୁରୁଣା ଛତ୍ରପୁର ରାଜସ୍ବଗଁ। ମ୍ୟୁନିସିପାଲଟିରେ ମିଶିବା ପାଇଁ ସହମତି ଦେଇଛନ୍ତି। ଅପରପକ୍ଷରେ ଚିକଲଖଣ୍ଡି ପଞ୍ଚାୟତ ପକ୍ଷରୁ ଏହାର ଅଧୀନ ବାସନାପଲ୍ଲୀ ରାଜସ୍ବ ଗଁା ଛତ୍ରପୁର ଏନ୍‌ଏସିରେ ମିଶିବନି ବୋଲି ଲିଖିତ ଭାବେ ଜଣାଇଛି। ପୋଡାପଦର ପଞ୍ଚାୟତରୁ ଏଯାବତ୍‌ କୌଣସି ଉତ୍ତର ମିଳିପାରିନାହିଁ। ଏହି ରିପୋର୍ଟ ଏନ୍‌ଏସି ପକ୍ଷରୁ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରକାଶଯେ, ଛତ୍ରପୁର ଏନ୍‌ଏସି ଉପକଣ୍ଠରେ ଥିବା ଚିକିଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ରାଜସ୍ବ ଗଁା, କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର, ଅଗସ୍ତିନୂଆଗଁାର ଜିଏନ୍‌ ପାଲମ୍‌ ଓ ପୋଡାପଦର ପଞ୍ଚାୟତର କୁମାରବେଗପଲ୍ଲୀ ରାଜସ୍ବଗଁାକୁ ଏନ୍‌ଏସିରେ ମିଶ୍ରଣ କରି ଏହାକୁ ମ୍ୟୁନିସିପାଲିଟି କରିବାର ଯୋଜନା ହୋଇଥିଲା। ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବାକୁ ହେଲେ ସେଠାକାର ଜନସଂଖ୍ୟା ୨୫ ହଜାରରୁ ଊର୍ଦ୍ଧ୍ୱ ହେବା ଆବଶ୍ୟକତା ରହିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୧ ଜଣଗଣନା ଅନୁସାରେ ଛତ୍ରପୁର ଏନ୍‌ଏସିର ଜନସଂଖ୍ୟା ୨୨ ହଜାର ୨୭ ରହିଥିଲା। ଜିଏନ ପାଲମର ଜନସଂଖ୍ୟା ୧୯୫୪ ଓ ପୁରୁଣା ଛତ୍ରପୁର ଜନସଂଖ୍ୟା ୨୮୪୫ ରହିଛି। ଏହି ୨ ରାଜସ୍ବ ଗଁା ମିଶିଲେ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିବାରେ ଅସୁବିଧା ହେବନି ବୋଲି ଜଣାପଡିଛି।
ପ୍ରକାଶଯେ, ଛତ୍ରପୁର ଏନ୍‌ଏସି ୧୯୫୫ରେ ଗଠନ ହୋଇଥିଲା। ଜିଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଘୋଷଣା କରିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ଏହି ପିଟିଶନକୁ ଆଧାର କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କୁ ଏହା ତ୍ୱରାନ୍ବିତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲାର ଆସିକା, ଭଞ୍ଜନଗର ଓ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ପାଇଁ ୩ମାସ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଏହି ୩ ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ନେଇ ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିିବ, ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲାପାଳ, ଛତ୍ରପୁର ଓ ଭଞ୍ଜନଗର ଉପଜିଲାପାଳ, ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିଶନରେ ପକ୍ଷଭୁକ୍ତ କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ବିଭିନ୍ନ ତଥ୍ୟ ମଗାଯାଇଥିଲା। ଯେଉଁ ସବୁ ଗଁା ଏନ୍‌ଏସିରେ ମିଶିବ ତା’ର ପ୍ରସ୍ତାବ ସହ ଏହାର ଜନସଂଖ୍ୟା କେତେ ରହିଛି ଏବଂ ମ୍ୟୁନିସିପାଲିଟି ହେଲେ ଉକ୍ତ ଅଞ୍ଚଳଗୁଡିକୁ ସମସ୍ତ ସୁବିଧା ଯୋଗାଇ ପାରିବେ କି ନାହିଁ ସେ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ଜିଲାପାଳଙ୍କ ପକ୍ଷରୁ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ବିଭିନ୍ନ ତଥ୍ୟ ମଗାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନ୍‌ଏସି ପକ୍ଷରୁ ଉକ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଅପରପକ୍ଷରେ ୩ ମାସ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଉତ୍ତର ମିଳି ନ ଥିବାରୁ ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ନିକଟରେ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ହାତୀବଂଶ

ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ...

ବରୀରେ ୨ ଏଡ୍‌ସ ରୋଗୀ ଚିହ୍ନଟ

ବରୀ,୫ା୩(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳରେ ଶୁକ୍ରବାର ୨ ଏଡ୍‌ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଏକ ଦମ୍ପତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବାପରେ...

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର...

ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ : ଆଜି ୫୨ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୫୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ବର୍ଷାରେ ମା’ଙ୍କୁ ମେଲାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁର ରୂପକ ପାପୀଙ୍କୁ ସଂହାର କରି ମେଲାଣି ନେଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ମା’ଙ୍କ ଆଶିଷ ନେଇ ଭକ୍ତମାନେ...

ବାଜପୁର ଗାଁରେ ୧୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମାଧପୁର,୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନ ଟୁସର ପଞ୍ଚାୟତର ବାଜପୁର ଗ୍ରାମରେ ୧୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୮ରେ...

ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୧୭।୬(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଗୁରୁବାର ସା ୭ଟା ୪୫ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ...

Advertisement
Archives

Model This Week