Posted inଜାତୀୟ

ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ

ରାୟପୁର,୧୯।୩: କରୋନା ଆଁରେ ସାରା ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଯୁବତୀଙ୍କ ଜଣଙ୍କ ହେଉଛନ୍ତି ରାୟପୁରର ବାସିନ୍ଦା। ରବିବାର ଉକ୍ତ ୨୪ ବର୍ଷୀୟ ଯୁବତୀ ଲଣ୍ଡନରୁ ରାୟପୁରକୁ ଫେରିଥିଲେ। ତାଙ୍କୁ ଥଣ୍ଡା, କାଶ ଓ ସର୍ଦ୍ଦି ସମସ୍ୟା ହେବାରୁ ଡାକ୍ତର ତାଙ୍କର ଯାଞ୍ଚ କରିବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଗୁରୁବାର ରିପୋର୍ଟ ଆସିବା ପରେ ପୀଡ଼ିତ ଯୁବତୀ ଓ ତାଙ୍କ ମା’ ବାପାଙ୍କୁ ରାୟପୁରର ଏମ୍ସ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ କରି ସୂଚନା ଦେଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ପହଞ୍ଚିଛି। ସେହିପରି କରୋନାରେ ଭାରତରେ ଏପର୍ଯ୍ୟନ୍ତ ୩ଜଣଙ୍କର ମୃତ୍ୟୁ ହୋଇସାରିଛି। ଅପରପକ୍ଷେ ଗୁରୁବାର ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ ହୋଇଛି। ଏହି ବୈଠକରେ କରୋନା ମୁକାବିଲା ନେଇ କାର୍ଯ୍ୟ ଯୋଜନା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ସ୍କୁଲରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ କଲେ କମଲ

ଚେନ୍ନାଇ,୧।୬: ତାମିଲନାଡୁ ସ୍କୁଲରେ ୩ଟି ଭାଷା ପ୍ରଚଳନକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହି ପ୍ରସ୍ତାବ ଉପରେ ଡିଏମ୍‌କେ ଓ ମକ୍କଲ ନିଧି...

୫୦-୫୦ ଅଙ୍କକୁ ନେଇ ଅଡିବସିଛି ଶିବସେନା: ଏକନାଥ ବିଧାୟକ ଦଳର ନେତା ନିର୍ବାଚିତ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟର ଅଙ୍କ ଛିଣ୍ଡିପାରୁ ନାହିଁ। ଶିବସେନା...

ଦାନ୍ତ ଘଷୁ ଘଷୁ ଗିଳିଦେଲେ ଟୁଥ୍‌ ବ୍ରଶ୍‌

ଔରଙ୍ଗାବାଦ,୩୦।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ଦାନ୍ତ ଘଷୁ ଘଷୁ ଟୁଥ ବ୍ରଶକୁ ଗିଳି ଦେଇଛନ୍ତି। ଔରଙ୍ଗାବାଦ ସରକାରୀ ମେଡିକାଲ...

ଏଲଏସିରେ ଉତ୍ତେଜନା ମଧ୍ୟରେ ୧୪ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କଲେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଚାଇନା ମଧ୍ୟରେ ବେଶ କିଛି ଦିନ ହେବ ତୁତୁମେମେ ଲାଗି ରହିଛି । ସୀମାରେ ଉଭୟ ଦେଶର ସେନା ବହୁବାର...

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ୍‌: ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଗାନ୍ଧିନଗର ସେକ୍ଟରସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯାଇଛି। ମୋଦି ମା’ଙ୍କୁ ନିଆଁ...

୨୦ କୋଟି ଆକାଉଣ୍ଟ ଡେଟା ଲିକ୍‌

ନୂଆଦିଲ୍ଲୀ,୬ା୧: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ଆକାଉଣ୍ଟ ଖୋଲିଥିବା ୨୦କୋଟି ୟୁଜର୍ସଙ୍କ ଡେଟା ଲିକ୍‌ ହୋଇଯାଇଛି। ହ୍ୟାକରମାନେ ଟୁଇଟର ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ସେମାନଙ୍କ ନାମ, ଇ-ମେଲ୍‌ ଆଡ୍ରେସ୍‌,...

‘ସାହୁକାରି ନ କରି ଲୋକଙ୍କୁ ଟଙ୍କା ଦିଅ’

ନୂଆଦିଲ୍ଲୀ,୧୭।୫(ପି.ଟି.): କେନ୍ଦ୍ର ସରକାର ସାହୁକାର ଭଳି କାର୍ଯ୍ୟ ନ କରି ଲୋକଙ୍କ ପାଖରେ ଟଙ୍କା ପହଞ୍ଚାନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି।...

ଉର୍ମିଳାଙ୍କ ଏମ୍‌ଏଲସି ହେବାରେ ବାଧା,ଉଦ୍ଧବଙ୍କ ସୁପାରିଶକୁ ଶିନ୍ଦେଙ୍କ ବିରୋଧ…

ମୁମ୍ବାଇ, ୪।୯ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଏମଏଲସି ହେବାର ସ୍ବପ୍ନ ଭାଙ୍ଗିବାକୁ ଯାଉଛି। ଏନେଇ ଏବେ ବାଧା ଉପୁଜିଛି। ଏହାର କାରଣ ହେଉଛି...

Advertisement
Archives

Model This Week